ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରେନା ଅନେକଙ୍କ ଜୀବନ ନେଇଥିବା ବେଳେ କିଏ ନିଜେ ପରିବାରକୁ ହରାଇଛି ତ ଆଉ କିଏ ନିଜ ପିତା ମାତାକୁ ହରାଇ ଅନାଥ ହୋଇଯାଇଛି । ଏହି ଅନାଥ ପିଲାମାନଙ୍କୁ ଗୁରୁବାର ମହାରାଷ୍ଟ୍ର ସରକାର 5ହଜାର ଟଙ୍କା ପେନସନ ଦେବାକୁ ଘୋଷଣା କରିଥିବା ବେଳେ ଛତିଶଗଡ ଓ ଗୁଜୁରାଟ ସରକାର ମଧ୍ୟ ପେନସନ ଦେବାକୁ ଘୋଷଣା କରିଛନ୍ତି ।
ଛତିଶଗଡରେ ଯେଉଁ ପିଲାମାନେ କୋରୋନାରେ ତାଙ୍କ ବାପା ଓ ମାଙ୍କୁ ହରାଇଛନ୍ତି ସେମାନଙ୍କୁ ରାଜ୍ୟ ସରକାର ଶିକ୍ଷା ପାଇଁ ଅର୍ଥ ପ୍ରଦାନ କରିବେ ଓ ରାଜ୍ୟ ମହତ୍ତାରୀ ସ୍କିମ୍ ଅଧିନରେ ଛାତ୍ରବୃତ୍ତି ପ୍ରଦାନ କରାଯିବ । ସେହିପରି ଗୁଜୁରାଟ ସରକାର ପିତାମାତା ହରାଇଥିବା ଅନାଥ ପିଲାଙ୍କୁ ମାସିକ 4 ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
@ANI