ETV Bharat / bharat

ଭାରତ ଆସିବ ଛତ୍ରପତି ଶିବାଜୀଙ୍କ 'ବାଘ ନଖ', ସଂଗ୍ରହାଳୟରେ ଦେଖି ପାରିବେ ଲୋକେ - ଶିବାଜୀଙ୍କ ରାଜାଭିଷେକକୁ 350 ବର୍ଷ ପୂର୍ତ୍ତି ଦିବସ ପାଳନ

ଭାରତ ଆସିବ ଛତ୍ରପତି ଶିବାଜୀଙ୍କ 'ବାଘ ନଖ' ଅସ୍ତ୍ର । ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧିର ମୁଙ୍ଗନତିଓ୍ୱାର ରବିବାର ଦିନ ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

ଭାରତ ଆସିବ ଛତ୍ରପତି ଶିବାଜୀଙ୍କ 'ବାଘ ନଖ', ସଂଗ୍ରହାଳୟରେ ରହିବ ଏହି ଅସ୍ତ୍ର

author img

By ETV Bharat Odisha Team

Published : Oct 2, 2023, 11:34 AM IST

ମୁମ୍ୱାଇ: ଖୁବଶୀଘ୍ର ଭାରତ ଆସିବ ଛତ୍ରପତି ଶିବାଜୀଙ୍କ 'ବାଘ ନଖ' ଅସ୍ତ୍ର । ଲଣ୍ଡନର ଭିକ୍ଟୋରିଆ ଓ ଆଲବର୍ଟ୍‌ ସଂଗ୍ରହାଳୟରେ ରଖାଯାଇଥିବା ଶିବାଜୀଙ୍କ 'ବାଘ ନଖ' ଅସ୍ତ୍ର ଭାରତକୁ ଅଣାଯିବା ନେଇ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ନଭେମ୍ବରରେ ଏହି ଅସ୍ତ୍ର ବ୍ରିଟେନରୁ ଭାରତ ଆସିପାରେ । ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନତିଓ୍ୱାର ରବିବାର ଦିନ ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବାଘ ନଖ (ଛତ୍ରପତି ଶିବାଜୀ ବ୍ୟବହାର କରୁଥିବା ଏକ ପ୍ରକାର ଅସ୍ତ୍ର)କୁ ମ୍ୟୁଜିୟମରେ ରଖାଯିବ । ଯାହାଦ୍ବାରା ଏହାକୁ ସମସ୍ତେ ଦେଖିପାରିବେ ।

ତେବେ ଚଳିତ ବର୍ଷ ଶିବାଜୀଙ୍କ ରାଜାଭିଷେକକୁ 350 ବର୍ଷ ପୂର୍ତ୍ତି ଦିବସ ପାଳନ ଅବସରରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମହାରାଷ୍ଟ୍ର ସରକାର 3 ବର୍ଷ ପାଇଁ ପ୍ରଦର୍ଶନୀର ଆୟୋଜନ କରିଛନ୍ତି । ଏହାକୁ ଆହୁରି ସ୍ମରଣୀୟ ରଖିବାକୁ ଶିବାଜୀଙ୍କ ବାଘ ନଖ ହତିଆର ଭାରତକୁ ଅଣାଯାଉଛି । ଏହାକୁ ଆଣିବା ପାଇଁ ଲଣ୍ଡନ ଗସ୍ତ କରିଛନ୍ତି ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ । ସେଠାରେ ସେ ବାଘ ନଖ ପାଇଁ ଭିକ୍ଟୋରିଆ ଓ ଆଲବର୍ଟ ସଂଗ୍ରହାଳୟ ଓ ବ୍ରିଟେନ୍‌ ସରକାରଙ୍କ ସହ ଏକ MoU କରିବେ । ଏହାପରେ ଔପଚାରିକ ଭାବେ ଏହାକୁ ଭାରତ ଆଣିବା ପାଇଁ ବ୍ୟବସ୍ଥା କରାଯିବ ।

ତେବେ ରବିବାର ଦିନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଧିର ମୁଙ୍ଗନତିଓ୍ବାର କହିଛନ୍ତି,"ଛତ୍ରପତି ଶିବାଜୀ ମହାରାଜା ଏହି ବାଘ ନଖ ଅସ୍ତ୍ରକୁ ବ୍ୟବହାର କରି ଅଫଜଲକୁ ହତ୍ୟା କରିଥିଲେ । ଆମେ ମାନେ ଛତ୍ରପତି ମହାରାଜଙ୍କ ରାଜ୍ୟାଭିଷେକର 350 ବର୍ଷ ପୂର୍ତ୍ତି ଦିବସ ପାଳନ କରୁଛୁ । ଏହି ଅବସରରେ ମହାରାଷ୍ଟ୍ରରେ ଅନେକ ଗୁଡିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ସଂଗ୍ରହାଳୟରେ ଏହି ବାଘ ନଖ ଅସ୍ତ୍ରକୁ ରଖାଯିବ । ଯାହାଦ୍ବାରା ଲୋକମାନେ ଏହାକୁ ଦେଖିପାରିବେ ।"

ଏହାମଧ୍ୟ ପଢନ୍ତୁ.. ବ୍ରିଟେନରୁ ଫେରିବ ଶିବାଜୀଙ୍କ ଆଇକନିକ 'ବାଘ ନଖ', ଅଫଜଲ ଖାଁ ହତ୍ୟା ପାଇଁ କରିଥିଲେ ବ୍ୟବହାର

ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ, ଅକ୍ଟୋବର 3ରେ ଭିକ୍ଟୋରିଆ ଓ ଆଲବର୍ଟ ସଂଗ୍ରହାଳୟ ଓ ବ୍ରିଟେନ ସରକାରଙ୍କ ସହ ଚୁକ୍ତି ପତ୍ରରେ ସ୍ୱାକ୍ଷର କରାଯିବ ଓ ନଭେମ୍ୱର ମାସରେ ଏହାକୁ ଭାରତ ଅଣାଯିବ । ତେବେ ଚୁକ୍ତି ଅନୁଯାୟୀ ଏହାକୁ ମହାରାଷ୍ଟ୍ରର ସମସ୍ତ ଜିଲ୍ଲାକୁ ଅଣାଯାଇପାରିବ ନାହିଁ । ତେଣୁ ଏହାକୁ ଏପରି ଏକ ସ୍ଥାନରେ ରଖାଯିବ ଯାହାକୁ ସବୁ ଲୋକ ଦେଖିବା ପାଇଁ ସକ୍ଷମ ହେବେ ।

ସେ ଆଉ ମଧ୍ୟ କହିଛନ୍ତି ଯେ, ଛତ୍ରପତି ଶିବାଜୀଙ୍କ ବାଘ ନଖ ମହାରାଷ୍ଟ୍ର ଜନତାଙ୍କ ପାଇଁ ଏକ ସାଧାରଣ ଅସ୍ତ୍ର ନୁହେଁ । ଏହି ଅସ୍ତ୍ର ବ୍ୟବହାର କରି 1659 ମସିହାରେ ଅଫଜଲ ଖାନକୁ ଶିବାଜୀ ହତ୍ୟା କରିଥିଲେ । ଏହା ମହାରାଷ୍ଚ୍ର ଜନତାଙ୍କ ପାଇଁ ବିଶ୍ବାସର ପ୍ରତୀକ ଅଟେ ।

ତେବେ ଦକ୍ଷିଣ ମୁମ୍ୱାଇ ସ୍ଥିତ ଶିବାଜୀ ସଂଗ୍ରହାଳୟରେ ଏହି 350 ବର୍ଷ ପୁରୁଣା ବାଘନଖ ରଖାଯିବା ନେଇ ବ୍ୟବସ୍ଥା କରାଯାଉଥିବା ଚର୍ଚ୍ଚା ହେଉଛି । ତେବେ ଏହା କେଉଁ ସଂଗ୍ରହାଳୟରେ ରଖାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.