ETV Bharat / bharat

ଓଜନ ହ୍ରାସ କରିବା ପଡିଲା ମହଙ୍ଗା, ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ

author img

By

Published : Jan 5, 2023, 4:10 PM IST

ଓଜନ ହ୍ରାସ କରିବା ପଡିଲା ମହଙ୍ଗା। ଚେନ୍ନାଇର କାଞ୍ଚିପୁରମର ପଡପ୍ପାଇରେ ଘଟିଛି ଏପରି ଅଭାବନୀୟ ଘଟଣା। ଓଜନ ହ୍ରାସ କରିବା ନିଶାରେ, ଚାଲିଗଲା 20 ବର୍ଷର ଯୁବକର ଜୀବନ। ଅଧିକ ପଢ଼ନ୍ତୁ।

ଓଜନ ହ୍ରାସ  ମେଡିସିନ ଖାଇ ଯୁବକର ମୃତ୍ୟୁ
ଓଜନ ହ୍ରାସ ମେଡିସିନ ଖାଇ ଯୁବକର ମୃତ୍ୟୁ

ଚେନ୍ନାଇ: ମେଡିସିନ ଖାଇ ଓଜନ ହ୍ରାସ(weight loss tablet) ପ୍ରୟାସ କରିବା ପଡିଲା ମହଙ୍ଗା । ଅକାଳରେ ଚଲିଗଲା 20 ବର୍ଷର ଯୁବକର ଜୀବନ । 20 ବର୍ଷର ଯୁବକଙ୍କ ଶରୀରର ଓଜନ କମାଇବା ପାଇଁ ବ୍ୟବହାର କରୁଥିବା ଔଷଧ ସାଜିଲା କାଳ। ଚେନ୍ନାଇର କାଞ୍ଚିପୁରମର ପଡପ୍ପାଇରେ ଏପରି ଘଟଣା ଦେଖିବାକୁ ମିଳିଛି ।

ମୃତକଙ୍କ ପିତା ପାଲାୟାମଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ପାଲାୟାମଙ୍କ କହିବା ଅନୁଯାୟୀ ତାଙ୍କ 20 ବର୍ଷର ପୁଅ ସୂରିୟା କଲେଜରୁ ସ୍ନାତକ ଡିଗ୍ରୀ ପାଇବା ପରେ,ଏକ ସ୍ଥାନୀୟ ଦୁଗ୍ଧ କମ୍ପାନୀରେ କ୍ଷୀର ଡେଲିଭରୀ ବୟେ ଭାବେ କାର୍ଯ୍ୟ କରୁଥିଲା । ତେବେ ସୂରିୟାର ଓଜନ ଅଧିକ ଥିବାରୁ ସାଙ୍ଗାସାଥି ଏବଂ ସାହି ପଡି଼ଶାଙ୍କ ଦ୍ବାରା ଥଟ୍ଟା ପରିହାସର ଶୀକାର ହେବାକୁ ପଡୁଥିଲା ।

ଥଟ୍ଟା ତାମସାରୁ ବିରକ୍ତ ହୋଇ ଓଜନ ହ୍ରାସ କରିବା ପାଇଁ ଡାକ୍ତରୀ ପରାମର୍ଶ କରୁଥିବା ବେଳେ, ସେ ଏକ ଅନଲାଇନ ସାଇଟ୍ରୁ ଓଡନ ହ୍ରାସ କରିବା ମେଡିସିନ କିଣି ଖାଇଥିଲେ । ତେବେ ମେଡିସିନ ଖାଇବା ଦ୍ବାରା ତାଙ୍କ ଓଜନ ହ୍ରାସ ପାଇଥିବା ସାଙ୍ଗାମାନଙ୍କୁ ଜଣାଇଥିଲା ସୂରିୟା।

ସେ ଗତ ଡିସେମ୍ବର 22ରେ ମେଡିସିନ ଖାଇବା ଆରମ୍ଭ କରିଥିବା ବେଳେ 10 ଦିନ ନଧ୍ୟରେ ଓଜନ ହ୍ରାସ ପାଇବା ନେଇ କମ୍ପାନୀ ପ୍ରତିଶୃତି ଦେଇଥିଲା । ମେଡିସିନର ବହୁଳ ବ୍ୟବହାର ଏବଂ ସ୍ବଳ୍ପ ଖାଦ୍ୟ କାରଣରୁ ପରବର୍ତ୍ତୀ ସମୟରେ ରକ୍ତହୀନତା କାରଣରୁ ସୂରିୟା ଦୁର୍ବଳ ହୋଇପଡିଥିଲା । ଏହାକୁ ନେଇ ପୋଲିସ ସୂଚନା ଦେଇଛି ।

ଗତ ଜାନୁଆରୀ ୧ ତାରିଖରେ ସୂରିୟାର ସ୍ବାସ୍ଥ୍ୟାବସ୍ଥା ବିଗାଡିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ସୂରିୟାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ବିଗିଡ଼ି ଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ଗତ ବୁଧବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସୂରିୟାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ ।

ମୃତକଙ୍କ ପିତା ପାଲାୟାମଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସୂରିୟାର ମୃତ୍ୟୁ ମେଡିସିନ ଖାଇବା ଦ୍ବାରା ହୋଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ କରୁଛି ପୋଲିସ । ସୂରିୟାର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଫିଟ୍‌ ରହିବା । ସୁନ୍ଦର ଦେଖାଯିବାକୁ ପ୍ରତ୍ୟେକଙ୍କ ଇଚ୍ଛା ଥାଏ । ବିଶେଷ କରି ଆଜିକାଲିର ଯୁବପିଢି ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ କରୁଛନ୍ତି । କିନ୍ତୁ ଶରୀରର ଓଜନ ହ୍ରାସ କରିବା ପାଇଁ, ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ବି ମେଡିସିନ ଖାଇବା ଅନୁଚିତ । ଡାକ୍ତରଙ୍କ ପରାମର୍ଶ ବିନା କୌଣସି ମେଡିସିନ ବ୍ୟବହାର କରିବା ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.