ETV Bharat / bharat

ବର୍ଷାରେ ବେହାଲ ଚେନ୍ନାଇ: ଗଲାଣି ୧୪ ଜୀବନ, ସନ୍ଧ୍ୟା ୬ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ - ଚେନ୍ନାଇ ବର୍ଷା ବିତ୍ପାତ

ଗତ ୪ଦିନ ହେବା ଲାଗି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଚେନ୍ନାଇ ସହର । ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୪ ଜଣ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର ଓ ରିଲିଫ କାର୍ଯ୍ୟ । ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିଲା ଚେନ୍ନାଇ ବିମାନ ବନ୍ଦର । ଅଧିକ ପଢନ୍ତୁ...

ଏବେବି ଗମ୍ଭୀର ଚେନ୍ନାଇ ବନ୍ୟା ସ୍ଥିତି: ଗଲାଣି ୧୪ ଜୀବନ, ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ

author img

By

Published : Nov 11, 2021, 4:29 PM IST

ଚେନ୍ନାଇ: ଲଗାଣ ବର୍ଷା ଫଳରେ ଉବୁଟୁବୁ ଚେନ୍ନାଇ ସହର । ଗତ ୪ଦିନ ଧରି ବର୍ଷା ଲାଗି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ମଧ୍ୟ ସ୍ଥିତି ଗମ୍ଭୀର ରହିଛି ।ସହରର ଅନେକ ସ୍ଥାନ ପାଣିଘେରରେ ଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ଜାରି ରହିଛି । ଏବେ ସୁଦ୍ଧା ପ୍ରାୟ ୬୫ ହଜାର ଘର ଅନ୍ଧାର ଥିବା ସରକାରୀ ଭାବେ କୁହାଯାଇଛି । ସେହପରି ସଡକ ସହ ବିମାନ ସେବା ଓ ରେଳ ସେବା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଫଳରେ ରନ-ଓ୍ବେରେ ପାଣି ଜମିରହିଥିବାରୁ 6 ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନ ବନ୍ଦର ସମସ୍ତ ଅପରେସନ ବନ୍ଦ ରହିଥିବା ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (AAI) ସୂଚନା ଦେଇଛି ।

ସେହିପରି ଚେନ୍ନାଇ ସହରର ଅନେକ ମୁଖ୍ୟରାସ୍ତା ଜଳମଗ୍ନ ହେବା ସହ ମେଟ୍ରୋ ଟ୍ରେନ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ରେଳ ଧାରଣା କିଛି ସ୍ଥାନରେ ଧୋଇ ଯାଇଥିବା ଖବର ମଧ୍ୟ ଆସିଛି । ସେଗୁଡିକ ଖୁବଶୀଘ୍ର ମରାମତି କାର୍ଯ୍ୟ ଜାରି ରହିଥିବା ନେଇ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ।

ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ

ଆଗାମି କିଛି ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଉତ୍ତର ଚେନ୍ନାଇ, ତିରୁଭାଲୁର, ଚେଙ୍ଗେଲପେଟ୍, କାଞ୍ଚିପୁରମ୍, ରାନିପେଟ, ଭିଲୁପୁରମ୍ ଏବଂ କୁଡାଲୋର ଜିଲ୍ଲା ସମେତ ତାମିଲନାଡୁର ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସତର୍କତା ଜାରି କରିଛି ଭାରତ ପାଣିପାଗ ବିଭାଗ (IMD) ।

ତେବେ IMD ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନରେ ଆଗାମି ପାଣିପାଗ ସମ୍ପର୍କିତ ସୂଚନା ମଧ୍ୟ ପ୍ରଦାନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟାପ୍ରତି 14 କିଲୋମିଟର ବେଗରେ ଗତି କରୁଛି । ଏହା ବର୍ତ୍ତମାନ ଚେନ୍ନାଇର ପ୍ରାୟ 80 କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଏବଂ ପୁଡୁଚେରୀର 140 କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ 11.30 ରେ ରହିଛି । ସେହିପରି ଆଜି (ଗୁରୁବାର) ସଂନ୍ଧ୍ୟା ସୁଦ୍ଧା ଏହି ଲଘୁଚାପ ବଳୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ନିକଟବର୍ତ୍ତୀ କରାଇକାଲ ଏବଂ ଶ୍ରୀହରିକୋଟା ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (IMD) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.