ETV Bharat / bharat

ଅର୍ଡର ହୋଇଥିଲା ଆଇଫୋନ, କ୍ୟାନସେଲ ପରେ ଆସିଲା ଡମି ଫୋନ

author img

By

Published : Apr 23, 2022, 12:26 PM IST

ଆଇଫୋନ ଡବା ଭିତରୁ ମିଳିଲା ଡମିଫୋନ । ରାଜସ୍ଥାନର ଜୟପୁର ଆମାଜନ ପାର୍ସଲ ଡେଲିଭରୀ ସଂସ୍ଥାର ଡ୍ରାଇଭର 46 ଲକ୍ଷ ଟଙ୍କାର ଠକେଇ କରିଥିବା ଜାଣିବାକୁ ମିଳିଛି । ଅଧିକ ପଢ଼ନ୍ତୁ

cheating with amazon campany by delivery partners in jaipur
ଅର୍ଡର ହୋଇଥିଲା ଆଇଫୋନ, କ୍ୟାନସ ପରେ ଆସିଲା ଡମି ଫୋନ

ଜୟପୁର: ଆମାଜନ ଡେଲିଭରୀ ସଂସ୍ଥା ଡ୍ରାଇଭରଙ୍କ ନାମରେ ଠକେଇ ଅଭିଯୋଗ । ରାଜସ୍ଥାନର ଜୟପୁର ଆମାଜନ ପାର୍ସଲ ଡେଲିଭରୀ ସଂସ୍ଥାର ଡ୍ରାଇଭର 46 ଲକ୍ଷ ଟଙ୍କାର ଠକେଇ କରିଥିବା ଜାଣିବାକୁ ମିଳିଛି । ଦୁଇ ଡ୍ରାଇଭର ମିଶି ସିଲ ହୋଇଥିବା ପ୍ୟାକେଟରୁ 37ଟି ଆଇଫୋନ କାଢ଼ି ଡମି ଫୋନ ଭର୍ତ୍ତି କରିଥିଲେ । ଏହି ପରିପ୍ରେକ୍ଷୀରେ ଆମାଜନ କମ୍ପାନୀର କର୍ମଚାରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ମାମଲାର ଯାଞ୍ଚ କରୁଥିବା ଏଏସଆଇ ରାମକରଣ ଗୁର୍ଜର କହିଛନ୍ତି, ଗତ 7 ତାରିଖରେ 37ଟି ଆଇଫୋନ ପାଇଁ ଅନଲାଇନ ଅର୍ଡର ଆସିଥିଲା। ଯାହାପରେ କମ୍ପାନୀ ସେସବୁ ପ୍ୟାକ କରି ଡେଲିଭରୀ ପାଇଁ ପଠାଇ ଦେଇଥିଲା । ଗତ 9 ତାରିଖରେ ସମସ୍ତ ଅର୍ଡର ଏକାସାଙ୍ଗରେ କ୍ୟାନସେଲ ହୋଇଗଲା । ବିତରଣ ସଂସ୍ଥାରେ ଡ୍ରାଇଭର ଥିବା ରାଜୁ ଓ ଅମର ସିଂ ପୁନଃ ସେହି ପାର୍ସଲ ଗୁଡ଼ିକୁ ଆଇଫୋନ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ପାର୍ସଲର ଯାଞ୍ଚ ପରେ ଜଣାପଡ଼ିଲା ଯେ, ସମସ୍ତ ସିଲ ଖୋଲାଯାଇଛି ଏବଂ ଆଇଫୋନ ବଦଳରେ ଡମି ଫୋନ ରଖାଯାଇଛି । ଏଥିସହ ସେଥିରେ କୌଣସି ଆସେସୋରିଜ ମଧ୍ୟ ନଥିଲା।

ଏହି ଘଟଣା ନେଇ କମ୍ପାନୀ ପକ୍ଷରୁ ଯାଞ୍ଚ କରାଗଲା । ଯାଞ୍ଚପରେ ଜଣାପଡ଼ିଲା, ରାଜୁ ଓ ଅମର ସିଂ କେତେକ ବନ୍ଧୁ ସହ ମିଶି ଆମାଜନ ଆଇଡି ଖୋଲି ଆଇଫୋନ ଅର୍ଡର କରିଥିଲେ । ଯେବେ ଡେଲିଭରୀର ପ୍ରକ୍ରିୟା ଆରମ୍ଭ ହେଲା, ସମସ୍ତ ଅର୍ଡର କ୍ୟାନସଲ କରିଦିଆଗଲା । ସେମାନେ ନିଜ ବନ୍ଧୁମାନଙ୍କ ସହ ମିଶି ସିଲ ହୋଇଥିବା ପ୍ୟାକେଟରୁ ଆଇଫୋନ କାଢ଼ି ଡମିଫୋନ ଭର୍ତ୍ତି କରିଥିଲେ । ଏହିପରି ଭାବେ ଦୁହେଁ ଡ୍ରାଇଭର ଆମାଜନ କମ୍ପାନୀର 46.22 ଲକ୍ଷ ଟଙ୍କାର ଠକେଇ କରିଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.