ETV Bharat / bharat

ସରୋଗେସି ନାଁରେ ନବଜାତକୁ ବିକିଲେ ଡାକ୍ତର, ୩ ଗିରଫ

author img

By

Published : Mar 19, 2022, 8:25 AM IST

ସରୋଗେସି ନାଁରେ ୭ ଲକ୍ଷ ଟଙ୍କା ପାଇଁ ନବଜାତ ଶିଶୁକୁ ବିକିଲେ ଡାକ୍ତର । ଅଭିଯୁକ୍ତ ଡାକ୍ତରଙ୍କ ସମେତ ୩ ଗିରଫ । ଅଧିକ ପଢନ୍ତୁ

ସରୋଗେସି ନାଁରେ ନବଜାତକୁ ବିକିଲେ ଡାକ୍ତର, ୩ ଗିରଫ
ସରୋଗେସି ନାଁରେ ନବଜାତକୁ ବିକିଲେ ଡାକ୍ତର, ୩ ଗିରଫ

ମୁମ୍ବାଇ: ସରୋଗେସି ନାଁରେ ଡାକ୍ତରଙ୍କ ଠକେଇ । ୭ ଲକ୍ଷ ଟଙ୍କା ପାଇଁ ନବଜାତ ଶିଶୁକନ୍ୟାକୁ ବିକିଲେ ଡାକ୍ତର । ମହାରାଷ୍ଟ୍ର ନାଗପୁରରେ ଏହି ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ ହୋଇଛି । ଜଣେ ଡାକ୍ତର ଏକ ଶିଶୁକନ୍ୟାକୁ ସରୋଗେସି ଶିଶୁ ଦର୍ଶାଇ ଜଣେ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରିଛନ୍ତି । ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ଡାକ୍ତର ବିଳାସ ଭୋୟର(Vilas Bhoyar)ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ।

ନାଗପୁର ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଜଣେ ମହିଳା ଅନୈତିକ ଗର୍ଭଧାରଣ କରିଥିଲେ । ତେଣୁ ଗର୍ଭପାତ କରିବା ପାଇଁ ଅଭିଯୁକ୍ତ ଡାକ୍ତର ବିଳାସ ଭୋୟରଙ୍କୁ ଯୋଗାଯୋଗ କରିଥିଲେ । ଏହାରି ଭିତରେ ହାଇଦ୍ରାବାଦର ଜଣେ ନିଃସନ୍ତାନ ଦମ୍ପତି ସରୋଗେସି ଜରିଆରେ ସନ୍ତାନ ଜନ୍ମ ଦେବାକୁ ଚାହୁଁଥିବା ଡାକ୍ତର ଭୋୟର ଜାଣିବାକୁ ପାଇଥିଲେ । ତେଣୁ ସେ ସମ୍ପୃକ୍ତ ଗର୍ଭବତୀ ମହିଳାଙ୍କୁ ପ୍ରଲୋଭନ ଦେଖାଇ ପ୍ରସବ ପାଇଁ ରାଜି କରିଥିଲେ । ଏହାପରେ ସେ ହାଇଦ୍ରାବାଦର ଉକ୍ତ ନିଃସନ୍ତାନ ଦମ୍ପତିଙ୍କୁ ସମ୍ପର୍କ କରିଥିଲେ ଏବଂ ଜଣେ ମହିଳା ସରୋଗେସି ପାଇଁ ପ୍ରସ୍ତୁତ ଥିବା ଜଣାଇଥିଲେ ।

ଏହା ବଦଳରେ ଡାକ୍ତର ସେହି ଦମ୍ପତିଙ୍କ ଠାରୁ ୭ ଲକ୍ଷ ଟଙ୍କା ନେଇଥିଲେ । ଏପରିକି କାହାର ସନ୍ଦେହ ନ ହେବା ପାଇଁ ସେ ତାଙ୍କ ଠାରୁ ଶୁକ୍ରାଣୁ ମଧ୍ୟ ସଂଗ୍ରହ କରିଥିଲେ । ଜଣେ ଡାକ୍ତର ନବଜାତ ଶିଶୁକନ୍ୟାକୁ ୭ ଲକ୍ଷ ଟଙ୍କାରେ ବିକ୍ରି କରିଥିବାର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା । ମାମଲାରେ ପୋଲିସ ଖୁବ୍ ଗୋପନୀୟତାର ସହ ତଦନ୍ତ କରିଥିଲା । ଯାହାପରେ ପୁରା ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସର ଏକ ଟିମ୍ ହାଇଦ୍ରାବାଦ ଯାଇ ନବଜାତ ଶିଶୁକନ୍ୟା ସହ ସମ୍ପୃକ୍ତ ଦମ୍ପତିଙ୍କୁ ନାଗପୁର ଆଣିଛି ଏବଂ ଡାକ୍ତର ବିଳାସ ଭୋୟର ସମେତ ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଡାକ୍ତର ରାହୁଲ ନିମଜେ ଏବଂ ନେରଶ ରାଉତଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.