ETV Bharat / bharat

ଚନ୍ନି ହେଲେ କଂଗ୍ରେସର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଘୋଷଣା କଲେ ରାହୁଲ - ଚନ୍ନି ହେଲେ କଂଗ୍ରେସର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଚରଣଜିତ ସିଂ ଚନ୍ନି । ଆଜି ଲୁଧିୟାନାରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଘୋଷଣା କଲେ ରାହୁଲ ଗାନ୍ଧୀ । ଦଳୀୟ ନିଷ୍ପତ୍ତିକୁ ସିଦ୍ଧୁଙ୍କ ସ୍ବାଗତ । ଅଧିକ ପଢନ୍ତୁ

ଚନ୍ନି ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଘୋଷଣା କଲେ ରାହୁଲ

author img

By

Published : Feb 6, 2022, 5:44 PM IST

ଚଣ୍ଡିଗଡ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀଙ୍କ ନାମରେ ଚୂଡାନ୍ତ ମୋହର ମାରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚଳିତ ନିର୍ବାଚନରେ ମଧ୍ୟ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । ଆଜି ଏନେଇ ରାହୁଲ ଗାନ୍ଧୀ ଚଣ୍ଡିଗଡରେ ଏକ ଜନସଭାରେ ଘୋଷଣା କରିଛନ୍ତି ।

  • #WATCH | I have accepted Rahul Gandhi's decision...if I am given decision-making power, I will finish the mafia, improve people's lives. If not given power, I will walk with a smile with whomever you make CM: Punjab Congress president Navjot Singh Sidhu in Ludhiana pic.twitter.com/pS71BUBkhW

    — ANI (@ANI) February 6, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଏବଂ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ତେବେ ଦଳୀୟ ନିଷ୍ପତ୍ତି ଯାହା ନିଆଯିବ ତାକୁ ଉଭୟ ଗ୍ରହଣ କରିବେ ବୋଲି ରାହୁଲ ଗାନ୍ଧୀଙ୍କୁ ଆଶ୍ୱାସନା ଦେଇଥିଲେ । ଆଜି ରାହୁଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦୀ ସିଦ୍ଧୁ ଦଳୀୟ ନିଷ୍ପତ୍ତିକୁ ସ୍ବାଗତ କରୁଥିବା କହିଛନ୍ତି ।

ମୋଟ 117 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପଞ୍ଜାବରେ ଫେବୃଆରୀ ୨୦ ରେ ଗୋଟିଏ ପର୍ଯ୍ୟାରେ ମତଦାନ ହେବାକୁ ଯାଉଛି । ମାର୍ଚ୍ଚ 10 ଭୋଟ୍ ଗଣନା ଓ ଜନାଦେଶ ପ୍ରକାଶ ପାଇବ । ଚରଣଜିତ୍ ସିଂ ଚନ୍ନି ଦୁଇଟି ଆସନ ଭଦୌର ଏବଂ ଚମକୌର ସାହିବ ନିର୍ବାଚନ ମଣ୍ଡଳୀରୁ ଲଢୁଛନ୍ତି । ତେବେ ଚନ୍ନିଙ୍କ ନାମ ଦୁଇଟି ଆସନ ପାଇଁ ଚୂଡାନ୍ତ ହେବା ପରେ ସେ ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏକପ୍ରକାର ସ୍ପଷ୍ଟ ଅନୁମାନ କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.