ETV Bharat / bharat

ମୋଦିଙ୍କ ରାଲି କଭର କରିବାକୁ ସାମ୍ବାଦିକଙ୍କୁ ମାଗିଲେ ଚରିତ୍ର ପ୍ରମାଣପତ୍ର

author img

By

Published : Oct 4, 2022, 8:40 PM IST

ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲି କଭର କରିବାକୁ ସାମ୍ବାଦିକଙ୍କୁ ମଗାଗଲା ଚରିତ୍ର ପ୍ରମାଣପତ୍ର । ବିବାଦ ପରେ ପୋଲିସ ନିର୍ଦ୍ଦେଶାନାମା ପ୍ରତ୍ୟାହାର କରିଛି । ଅଧିକ ପଢ଼ନ୍ତୁ

character-certificate-sought-from-journalist-to-cover-pm-modi-rally-in-himachal-pradesh
ମୋଦିଙ୍କ ରାଲି କଭର କରିବାକୁ ସାମ୍ବାଦିକଙ୍କୁ ମଗାଗଲା ଚରିତ୍ର ପ୍ରମାଣପତ୍ର, ବିବାଦ ପରେ ନିର୍ଦ୍ଦେଶନାମା ପ୍ରତ୍ୟାହାର

ଶିମ୍‌ଲା: ଅକ୍ଟୋବର ୫ ତାରିଖରେ ହିମାଚଳ ପ୍ରଦେଶ ଗସ୍ତ ପୂର୍ବରୁ ବିବାଦ ଘେରରେ ହିମାଚଳ ପୋଲିସ ପ୍ରଶାସନ । ହିମାଚଳ ପ୍ରଦେଶର ବିଳାସପୁର ଓ କୁଲ୍ଲୁ ଗସ୍ତ କରିବେ ନରେନ୍ଦ୍ର ମୋଦି । ଏଥିପାଇଁ ବିଜେପି ପକ୍ଷରୁ ବିଳାସପୁରରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ତେବେ ଏହି ଶୋଭାଯାତ୍ରା କଭର କରିବାକୁ ବିଳାସପୁର ଏସ୍‌ପି ସାମ୍ବାଦିକଙ୍କୁ ଚରିତ୍ର ପ୍ରମାଣପତ୍ର (କ୍ୟାରେକ୍ଟର ସାର୍ଟିଫିକେଟ୍) ମାଗିଥିଲେ । ସୋସିଆଲ ମିଡିଆରେ ଏଭଳି ନିର୍ଦ୍ଦେଶନାମାକୁ ଘୋର ନିନ୍ଦା କରାଯାଇଥିଲା । ଏହାପରେ ହିମାଚଳ ପୋଲିସ ନିର୍ଦ୍ଦେଶ ପ୍ରତ୍ୟାହୃତ କରିଛି ।

ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ରାଲିକୁ ନେଇ ଗତ ସେପ୍ଟେମ୍ବର ୨୯ ତାରିଖରେ ଏକ ବୈଠକ କରିଥିଲା ପୋଲିସ । ଏହି ବୈଠକ ପରେ ମୋଦିଙ୍କ ରାଲି କଭର କରିବାକୁ ହେଲେ ସାମ୍ବାଦିକଙ୍କୁ ଚରିତ୍ର ପ୍ରମାଣପତ୍ର ଦେବାକୁ ହେବ ବୋଲି ପୋଲିସ ନିର୍ଦ୍ଦେଶ ଦେଇଥିଲା । ଏହି ନିର୍ଦ୍ଦେଶନାମାକୁ ନେଇ ଚିଠି କରିଥିଲା ପୋଲିସ । ଏହି ନିର୍ଦ୍ଦେଶନାମାକୁ ନେଇ ପୋଲିସକୁ ସୋସିଆଲ ମିଡିଆରେ ସମଲୋଚନା କରିଥିଲେ ୟୁଜର୍ସ । ଏହାପରେ ଆଜି(ଅକ୍ଟୋବର ୪) ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିଛନ୍ତି ହିମାଚଳ ପ୍ରଦେଶ ପୋଲିସ ଡିଜି ସଞ୍ଜୟ କୁଣ୍ଡୁ ।

ହିମାଚଳ ପ୍ରଦେଶ ପୋଲିସ ଡିଜି ସଞ୍ଜୟ କୁଣ୍ଡୁ ଟ୍ବିଟ୍‌ କରି କହିଛନ୍ତି, "ଏଭଳି ଏକ ନିର୍ଦ୍ଦେଶ ପାଇଁ ଆମେ ଦୁଃଖିତ । ଅକ୍ଟୋବର ୫ ତାରିଖରେ ପ୍ରଧାନମନ୍ତ୍ରୀ ରାଲିରେ ସମସ୍ତ ସାମ୍ବାଦିକଙ୍କୁ ଖବର ସଂଗ୍ରହ କରିବାକୁ ଆମେ ସ୍ବାଗତ କରୁଛୁ । ଖବର ସଂଗ୍ରହ ପାଇଁ ପୋଲିସ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ । ପୋଲିସ ପକ୍ଷରୁ ଅନୁବନ୍ଧିତ ସାମ୍ବାଦିକଙ୍କୁ ପାସ୍‌ ପ୍ରଦାନ କରାଯିବ ।"

ପ୍ରଧାନମନ୍ତ୍ରୀଙ୍କ ରାଲିରେ ସାମ୍ବାଦିକଙ୍କୁ ଚରିତ୍ର ପ୍ରମାଣପତ୍ର ମଗାଯିବା ଘଟଣାରେ କଂଗ୍ରେସର ଜାତୀୟ ମୁଖପାତ୍ର ଅଳକା ଲାମ୍ବା ଟ୍ବିଟ୍‌ ରି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଚରିତ୍ରହୀନ ବିଜେପି ନେତା ହିମାଚଳ ପ୍ରଦେଶରେ ଚରିତ୍ରବାନ ସାମ୍ବାଦିକଙ୍କୁ ପ୍ରମାଣପତ୍ର ମାଗୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.