Bihar Hooch Tragedy: ମାଷ୍ଟର ମାଇଣ୍ଡ ଗିରଫ - ମାଷ୍ଟର ମାଇଣ୍ଡକୁ ଦିଲ୍ଲୀରୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଛପରା ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମାଷ୍ଟର ମାଇଣ୍ଡକୁ ଦିଲ୍ଲୀରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ
ପାଟନା: ବିହାର ଛପରା ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣା (Bihar Hooch Tragedy ) । ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚି ଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ହୋମିଓପାଥି ଔଷଧରୁ ମଦ ତିଆରି କରି ବିକ୍ରି କରୁଥିବା ମାଷ୍ଟର ମାଇଣ୍ଡକୁ ଦିଲ୍ଲୀରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ(Chapra Hooch Tragedy mastermind Ram Babu arrested) । ଗିରଫ ଅଭିଯୁକ୍ତ ହେଉଛି ୩୫ ବର୍ଷିୟ ରାମ ବାବୁ । ଅଭିଯୁକ୍ତ ଜମଙ୍କ କେମିକାଲ ମିଶାଇ ମଦ ପ୍ରସ୍ତୁତ କରୁଥିଲା, ଯେଉଁଥିବ ପାଇଁ ଅନେକ ଲୋକ ଏହି ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି ।
ତେବେ ଚଳିତ ମାସରେ ବିହାରର ଛପରା ଜିଲ୍ଲାରେ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଫଳରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେବି ଅନେକ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଏହି ଘଟଣା ନେଇ ତଦନ୍ତକୁ ଜୋରଦାର କରିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା । ବାରଣାସୀରୁ ମଦ ଯୋଗଣାକାରୀ ସଞ୍ଜିବ କୁମାରକୁ ଗିରଫ କରାଯିବା ସହ ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ନୂଆବର୍ଷ ପୂର୍ବରୁ ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା: ବସ-କାର ଧକ୍କାରେ ୯ ମୃତ
ବର୍ତ୍ତମାନ ବିଷାକ୍ତ ମଦ ଯୋଗୁଁ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସରକାରୀ ତଥ୍ୟରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ତେବେ ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ସମସ୍ତ ମୃତକ ମଶ୍ରକ ପୋଲିସ ଷ୍ଟେସନ ଅଞ୍ଚଳର ମଧୌରା, ଇସୁପୁର ଓ ସରାନ ଅଞ୍ଚଳର । ମଦ ମୃତ୍ୟୁ ଘଟଣା ପରେ ଏସଆଇଟି ଗଠନ କରାଯାଇ ତଦନ୍ତ ଜାରି ରହିଛି ।