ETV Bharat / bharat

ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ

author img

By ETV Bharat Odisha Team

Published : Sep 7, 2023, 3:33 PM IST

ସାରା ଦେଶରେ ଉତ୍ସାହ ଉଦ୍ଦିପନା ସହ ପାଳନ କରାଯାଉଛି ଜନ୍ମାଷ୍ଟମୀ । ଜନ୍ମାଷ୍ଟମୀରେ ଛପନ ଭୋଗ ଲାଗି ହେବାର ରହିଛି ସ୍ୱତନ୍ତ୍ର ପରମ୍ପରା । କୁହାଯାଏ, ଛପନ ଭୋଗ ଲାଗି କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହୋଇଥାଆନ୍ତି ଓ ମନୋସ୍କାମନା ପୂରଣ କରିଥାଆନ୍ତି । କଣ ରହିଛି ଏହି ଛପନ ଭୋଗ ଲାଗି ହେବାର ପୌରାଣିକ କଥାବସ୍ତୁ ଓ ଛପନ ଭୋଗରେ କେଉଁ କେଉଁ ବ୍ୟଞ୍ଜନ ରହିଥାଏ ? ଅଧିକ ପଢ଼ନ୍ତୁ

Prasad For Lord Krishna on Janmashtamit
Prasad For Lord Krishna on Janmashtami

ନୂଆଦିଲ୍ଲୀ: ସାରା ଦେଶରେ ଉତ୍ସାହ ଉଦ୍ଦିପନାର ସହ ପାଳନ କରାଯାଉଛି ଜନ୍ମାଷ୍ଟମୀ । ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର କୁହାଯାଉଥିବା ଭଗବାନ କୃଷ୍ଣଙ୍କର ଜନ୍ମ ତିଥିକୁ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଏ । ଜନ୍ମାଷ୍ଟମୀ ହିନ୍ଦୁମାନଙ୍କ ଏକ ପର୍ବ ହୋଇଥିବା ବେଳେ ଘରେଘରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ ।

ଜନ୍ମାଷ୍ଟମୀ ପାଳନର ଅନେକ ବିଧିବିଧାନ ମଧ୍ୟ ରହିଛି । ଦିନ ସାରା ଉପବାସ ରହି ବ୍ରତ ରଖାଯାଏ । ଭଗବାନ କୃଷ୍ଣଙ୍କ ବାଲ୍ୟ ବେଳର ପ୍ରତିମାକୁ ପୂଜା କରାଯାଏ । ଏଥିସହ ଘର, ମନ୍ଦିର ଓ ପୂଜାସ୍ଥଳୀଗୁଡିକ ମଧ୍ୟ ବେଶ ସୁନ୍ଦର ଭାବେ ସଜା ଯାଇଥାଏ । ଘରେ ଘରେ ଛୋଟ ପିଲାମାନଙ୍କୁ କୃଷ୍ଣଙ୍କ ଭଳି ସଜାଇ ସେମାନଙ୍କୁ ପୂଜା କରାଯାଏ ।

ଜନ୍ମାଷ୍ଟମୀରେ ଭଗବାନଙ୍କ ନିକଟରେ ଭଳିକି ଭଳି ପ୍ରସାଦ ଭୋଗ ଲାଗିଥାଏ । ସମସ୍ତ ଭୋଗ ମଧ୍ୟରୁ ଛପନ ଭୋଗ ଭଗବାନ କୃଷ୍ଣଙ୍କ ସବୁଠୁ ପ୍ରିୟ ପ୍ରସାଦ ବୋଲି କୁହାଯାଏ । ଜନ୍ମାଷ୍ଟମୀ ଅବସରରେ ଛପନ ଭୋଗ ଲାଗି ହୋଇଥାଏ ।

ଛପନ ଭୋଗ ପଛରେ କଣ ରହିଛି ପୌରାଣିକ କଥା:

ଛପନ ଭୋଗ ଲାଗି ହେବା ପଛରେ ଏକ ପୌରାଣିକ କଥା ବସ୍ତୁ ରହିଛି । କୁହାଯାଏ ଯେ, ଇନ୍ଦ୍ରଦେବଙ୍କ ପ୍ରକୋପରୁ ଗୋକୁଳବାସୀଙ୍କୁ ବଞ୍ଚାଇବା ପାଇଁ ନିଜ ତର୍ଜନୀ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ ଭଗବାନ ଶୀକୃଷ୍ଣ । 7 ଦିନ ଯାଏଁ କିଛି ନଖାଇ ନ ପିଇ ଗୋବର୍ଦ୍ଧନ ପର୍ବତକୁ ଟେକି ରଖି ପୁରା ବ୍ରଜମଣ୍ଡଳବାସୀଙ୍କୁ ରକ୍ଷା କରିଥିଲେ ଶ୍ରୀକୃଷ୍ଣ । ମା ଯଶୋଦା ନିଜ ନନ୍ଦଲାଲାଙ୍କୁୁ ଗୋଟିଏ ଦିନରେ ଆଠ ପ୍ରହର ବା ଆଠ ଥର ଖାଦ୍ୟ ଖୁଆନ୍ତି । ବର୍ଷା ଛାଡ଼ିବା ପରେ ଯଶୋଦା ଓ ଗୋକୁଳବାସୀ ଆଠ ପ୍ରହର ହିସାବରେ 7 ଦିନକୁ ମିଶାଇ ଛପନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଖାଇବା ପାଇଁ ଦେଇଥିଲେ । ଏହିଭଳି ଭାବେ ଛପନ ଭୋଗ ପରମ୍ପରା ସୃଷ୍ଟି ହୋଇଥିବା ଲୋକକଥା ପ୍ରଚଳିତ ହୋଇଆସୁଛି । କୁହାଯାଏ ଯେ ଛପନ ଭୋଗ ଲାଗି କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି ଓ ମନୋସ୍କାମନା ମଧ୍ୟ ପୂରଣ କରିଥାନ୍ତି ।

ଛପନ ଭୋଗରେ ରହିଥାଏ କେଉଁ କେଉଁ ବ୍ୟଞ୍ଜନ: 1.ଅଟକାଳି, 2. ଅମାଲୁ, 3.ଅଦା ପାଚେଡ଼ି, 4.ଆରିସା, 5. ଏଣ୍ଡୁରୀ, 6.କଦମ୍ବ, 7.କାକରା, 8.କାନ୍ତି, 9.କୋରା, 10.ଖଇର ଚୂଳ, 11.ଖଜା, 12.ଖିରି, 13.ଖୁଆ ମଣ୍ଡା, 14.ଖୁରିସା, 15.ଖୁରୁମା, 16.ଖେଚୁଡ଼ି, 17.ଗଇଁଠା, 18.ଗଜା, 19.ଗୋଟାଳି, 20.ଚକଟା, 21.ଚକୁଳି, 22.ଚିତଉ, 23.ଛୁଞ୍ଚିପତ୍ର, 24.ଛେନା ତାଡ଼ିଆ, 25.ଛେନା ମାଣ୍ଡୁଆ, 26.ଜଗନ୍ନାଥ ବଲ୍ଲଭ, 27.ଜେନାମଣି, 28.ଝିଲି, 29.ଡାକୁଆ, 30.ଡାଳିମ୍ବ, 31.ତ୍ରିପୁରି, 32.ଧଉଳା, 33. ନାଡ଼ି, 34.ପଖାଳ, 35.ପଣା, 36.ପଣା ସୁଆ, 37.ପାଳୁଅ ଖିରୀ, 38.ପୁରି, 39.ଫେଣି, 40.ସରପାପୁଡି. 41.ସରପୁଳି, 42.ପିଠା (କାନ୍ତି, ପୋଡ଼, ମହୁବୀର, ସାତପୁରି, ସୁଆର), 43.ସରସ୍ୱତୀଆ, 44.ବଡ଼ା, 45. ବଳୀ ବାମନ, 46. ଭଜା, 47.ମନୋହରା, 48.ମହାଦେଇ, 49.ମୋହନ ଭୋଗ, 50.ରସାବଳି, 51.ରାଧାବଲ୍ଲଭ. 52.ଲଡ଼ୁ, 53.ଲହୁଣିଆ, 54. ଲକ୍ଷ୍ମୀବିଳାସ, 55. ହଂସକେଳି, 56.ହଂସ ବଲ୍ଲଭ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.