ETV Bharat / bharat

ୟୁପି ନିର୍ବାଚନ ପୂର୍ବରୁ RSS ସଂଗଠନରେ ବଡ ପରିବର୍ତ୍ତନ

author img

By

Published : Jul 11, 2021, 10:38 PM IST

ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରେ ବଡ ପରିବର୍ତ୍ତନ । ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟି ସହ ସମନ୍ବୟ ରକ୍ଷାର କାର୍ଯ୍ୟ ଦେଖିବେ ଅରୁଣ କୁମାର । ଏହାସହିତ ଅରୁଣ କୁମାରଙ୍କୁ ଦିଆଯାଇଛି ରାଜନୈତିକ ସମ୍ପର୍କର ଦାୟିତ୍ବ । ଅଧିକ ପଢନ୍ତୁ...

ୟୁପି ନିର୍ବାଚନ ପୂର୍ବରୁ RSS ସଂଗଠନରେ ବଡ ପରିବର୍ତ୍ତନ
ୟୁପି ନିର୍ବାଚନ ପୂର୍ବରୁ RSS ସଂଗଠନରେ ବଡ ପରିବର୍ତ୍ତନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରେ ବଡ ପରିବର୍ତ୍ତନ । ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟି ସହ ସମନ୍ବୟ ରକ୍ଷାର କାର୍ଯ୍ୟ ଦେଖିବେ ଅରୁଣ କୁମାର । ଏହାସହିତ ଅରୁଣ କୁମାରଙ୍କୁ ଦିଆଯାଇଛି ରାଜନୈତିକ ସମ୍ପର୍କର ଦାୟିତ୍ବ ।

ଅରୁଣ କୁମାରଙ୍କ ପୂର୍ବରୁ କୃଷ୍ଣ ଗୋପାଳ ଆରଏସଏସରୁ ବିଜେପିରେ ସମନ୍ବୟ ଓ ରାଜନୈତିକ ସମ୍ପର୍କର କାର୍ଯ୍ୟ କରୁଥିଲେ । ସ୍ବାସ୍ଥ୍ୟଗତ ସମସ୍ୟ କାରଣରୁ କୃଷ୍ଣ ଗୋପାଳଙ୍କଠାରୁ ଏହି ଦାୟିତ୍ବ ପ୍ରତ୍ୟାହାର କରିନିଆଯାଇଛି ।

ପଶ୍ଚିମବଙ୍ଗ ଆରଏସଏସରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି । ବଙ୍ଗ ଆରଏସଏସ ପ୍ରାନ୍ତ, କ୍ଷେତ୍ର ପ୍ରଚାରକ ଓ ଜୋନାଲ ଇନଚାର୍ଜରେ ହୋଇଛି ପରିବର୍ତ୍ତନ । ମାର୍ଚ୍ଚ ଓ ଏପ୍ରିଲରେ ହୋଇଥିବା ବଙ୍ଗ ବିଧାନସବା ନିର୍ବାଚନ । ଏଥିରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଆରଏସଏସର ୟୁପି ଚିତ୍ରକୂଟରେ ଚାଲିଛି ମନ୍ଥନ । ସଂଘ ମୁଖ୍ୟ ମୋହନ ଭାଗବତ, ଦତ୍ତାତ୍ରେୟ ହୋସୱଲେଙ୍କ ସମେତ ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ବୟଂ ସେବକ ଉପସ୍ଥିତ ରହିଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନ ଆଗକୁ ଥିବାରୁ ଏହି ବୈଠକକୁ ଗୁରୁତ୍ବପୂର୍ଣ୍ଣଲ ଦୃଷ୍ଟିରୁ ଦେଖାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.