ETV Bharat / bharat

Chandrayaan-3: ଚନ୍ଦ୍ରପୃଷ୍ଠରେ 100 ମିଟର ଅତିକ୍ରମ କଲା ‘ପ୍ରଜ୍ଞାନ’, ଆଉ ଦୁଇଦିନରେ ଆରମ୍ଭ ହେବ ସ୍ଲିପମୋଡ - ଭାରତର ଚନ୍ଦ୍ର ଅଭିଯାନ

ଚନ୍ଦ୍ରପୃଷ୍ଠରେ 100 ମିଟର ଅତିକ୍ରମ କଲା ରୋଭର ‘ପ୍ରଜ୍ଞାନ’ । ଦେଇସାରିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସମ୍ପକିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଆଉ ଦୁଇଦିନରେ ସ୍ଲିପମୋଡ ଆରମ୍ଭ ହେବା ନେଇ ସୂଚନା ଦେଲା ଇସ୍ରୋ । ଅଧିକ ପଢନ୍ତୁ

ଚନ୍ଦ୍ରପୃଷ୍ଠରେ 100 ମିଟର ଅତିକ୍ରମ କଲା ‘ପ୍ରଜ୍ଞାନ’, ଆଉ ଦୁଇଦିନରେ ଆରମ୍ଭ ହେବ ସ୍ଲିପମୋଡ

author img

By ETV Bharat Odisha Team

Published : Sep 2, 2023, 4:02 PM IST

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ ଜାରି ରଖିଥିବା ରୋଭର ‘ପ୍ରଜ୍ଞାନ’ ଆଜି ନୂଆ ରେକର୍ଡ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ରୋଭର ‘ପ୍ରଜ୍ଞାନ’ ଲ୍ୟାଣ୍ଡିଂ ଜୋନ ‘ଶିବଶକ୍ତି ପଏଣ୍ଟ’ଠାରୁ 100 ମିଟର ବିଚରଣ କରିସାରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଜି ସୂଚନା ଦେଇଛି । 23 ତାରିଖ ସଂଧ୍ୟାରେ ଲ୍ୟାଣ୍ଡିଂ ପରଠାରୁ ‘ପ୍ରଜ୍ଞାନ’ର ବିଚରଣ ଓ ଗତିବିଧିକୁ ଏକ ଗ୍ରାଫ ଆକାରରେ ଇସ୍ରୋ ପ୍ରକାଶ କରିଛି ।

23 ତାରିଖ ସଂଧ୍ୟା 6ଟା 4ମିନିଟ (ଭାରତୀୟ ସମୟ)ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ଲ୍ୟାଣ୍ଡର ‘ବିକ୍ରମ’ର ସଫଳତାର ସହ ଅବତରଣ କରିଥିଲା । ତାର କିଛି ଘଣ୍ଟା ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଥମେ ଏହା ଲ୍ୟାଣ୍ଡିଂ ସ୍ଥାନରୁ ଦକ୍ଷିଣକୁ ଯାତ୍ରା ଆରମ୍ଭ କରିଥିଲା । କିଛି ଦୂର ଯାତ୍ରା କରିବା ପରେ ରୋଭର ସାମ୍ନାରେ ଏକ ବିଶାଳ ଗର୍ତ୍ତ ଆସିଥିଲା । ପ୍ରଜ୍ଞାନରେ ଇନଷ୍ଟଲ ରହିଥିବା ନାଭିଗେସନ କ୍ୟାମେରାରେ ଏହି ଗର୍ତ୍ତ ସମ୍ପର୍କରେ ସୂଚନା ମିଳିବା ପରେ ‘ପ୍ରଜ୍ଞାନ’ ସୁରକ୍ଷିତ ଗତିପଥ ବଦଳାଇଥିଲା । ଏହା ପରେ ପ୍ରଜ୍ଞାନ ପଛକୁ ଫେରି ସାମାନ୍ୟ ପୂର୍ବ ମୁହାଁ ହେବା ସହ ପୁଣି ପଶ୍ଚିମକୁ ଯାତ୍ରା ଆରମ୍ଭ କରିଥିଲା । ଏବେ ସୁଦ୍ଧା ‘ପ୍ରଜ୍ଞାନ’ ସର୍ବାଧିକ ଲ୍ୟାଣ୍ଡିଂ ପଏଣ୍ଟର ପଶ୍ଚିମ ଦିଗକୁ ଗତି କରିଛି । ଏବେ ରୋଭର ପଶ୍ଚିମରୁ ଉତ୍ତର ଦିଗରେ ଆଗକୁ ବଢୁଥିବା ଇସ୍ରୋ ସୂଚନା ଦେଇଛି ।

ବର୍ତ୍ତମାନ ସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ତାପମାତ୍ରା, ଖଣିଜ ଓ ରାସାୟନିକ ଉପାଦନ ସମ୍ପର୍କରେ ବହୁଗୁରୁତ୍ବପୂର୍ଣ୍ଣ ସୂଚନା ଦେଇସାରିଛି । ସଲଫର ଓ ଅକ୍ସିଜେନ ସମେତ ଏକାଧିକ ଉପାଦନ ଚନ୍ଦ୍ରପୃଷ୍ଠରେ ଥିବା ନେଇ ସୂଚନା ଆସିବା ପରେ ଏବେ ଚନ୍ଦ୍ରର ଦକ୍ଷିଣମେରୁକୁ ନେଇ ଉତ୍କଣ୍ଠା ବଢିଛି । ଉଦଯାନ ବା ହାଇଡ୍ରୋଜେନର ଉପସ୍ଥିତି ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଅନୁସନ୍ଧାନ ଜାରି ରହିଛି । ତେବେ ଆଉ ଦୁଇ ଦିନ ମଧ୍ୟରେ ଆଉ କିଛି ନୂଆ ତଥ୍ୟ ରୋଭର ‘ପ୍ରଜ୍ଞାନ’ ଉନ୍ମୋଚନ କରିପାରେ ବୋଲି ମଧ୍ୟ ଆଶା ରଖାଯାଇଛି ।

ତେବେ ଚନ୍ଦ୍ରପୃଷ୍ଠରେ ଉଭୟ ବିକ୍ରମ ଓ ରୋଭର ଆଉ ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବେ । ଏହା ପରେ ଉଭୟ ସ୍ଲିପମୋଡକୁ ଆସିବା ନେଇ ଇସ୍ରୋ ମୁଖ୍ଯ କହିଛନ୍ତି । କାରଣ ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ (ପୃଥିବୀର 14 ଦିନ) ଶେଷ ହେବାକୁ ଯାଉଛି । ଚନ୍ଦ୍ରପୃଷ୍ଠର ଅନ୍ଧାର ହେବା ସହ ତାପମାତ୍ରା ମଧ୍ୟ -100 ପର୍ଯ୍ୟନ୍ତ ଖସିବ । ଏହି ଦୁଇ ମଡ୍ୟୁଲ୍‌ ନିଷ୍କ୍ରିୟ ହୋଇପଡିବା ସହ ସେହିଠାରେ ହିଁ ପଡିରହିବେ ।

ଏହା ମଧ୍ୟ ପଢନ୍ତୁ:-Aditya L1 Lunch: ଆଦିତ୍ୟ L1ର ସଫଳ ଉତକ୍ଷେପଣ, ଇସ୍ରୋକୁ ଶୁଭେଚ୍ଛାର ସୁଅ

ଚନ୍ଦ୍ରଯାନ-3 ଅଭିଯାନ ଜାରି ରହିଥିବା ବେଳେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଇସ୍ରୋ ନିଜର ପରବର୍ତ୍ତୀ ତଥା ପ୍ରଥମ ସୌର ମିଶନ ‘ଆଦିତ୍ଯ ଏଲ-1’କୁ ମଧ୍ୟ ଆଜି ଉତକ୍ଷେପଣ କରିଛି । ଆଜି ପୂର୍ବାହ୍ନ 11.50 ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏହି ପିଏସଏଲଭି ରକେଟ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯାଇଛି । ଏହା 125 ଦିନ ମଧ୍ୟରେ ଭୂପୃଷ୍ଠରୁ 15 ଲକ୍ଷ କି.ମି ଯାତ୍ରା କରି ଏଲ-1 ପଏଣ୍ଟରେ ଅବସ୍ଥାପିତ ହେବ । ଏହା ସୂର୍ଯ୍ୟର ବାହ୍ୟସ୍ତରକୁ ଗଭୀର ଭାବେ ଅନୁଧ୍ୟାନ କରି ତଥ୍ୟ ପ୍ରେରଣ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.