ETV Bharat / bharat

Chandrayaan-3: 14 ଅପରାହ୍ନରେ ଉତକ୍ଷେପଣ, ଅଗଷ୍ଟ 23-24 ଚନ୍ଦ୍ରପୃଷ୍ଠରେ ଅବତରଣ

14 ତାରିଖ ଅପରାହ୍ନରେ ଉତକ୍ଷେପଣ ହେବ ଚନ୍ଦ୍ରାୟନ 3 । ଅଗଷ୍ଟ 23 କିମ୍ବା 24 ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ ସମ୍ଭବନା ସୂଚନା ଦେଲା ଇସ୍ରା । ଅଧିକ ପଢନ୍ତୁ

author img

By

Published : Jul 6, 2023, 10:32 PM IST

Chandrayaan-3: 14 ଅପରାହ୍ନରେ ଉତକ୍ଷେପଣ, ଅଗଷ୍ଟ 23-24 ଚନ୍ଦ୍ରପୃଷ୍ଠରେ ଅବତରଣ
Chandrayaan-3: 14 ଅପରାହ୍ନରେ ଉତକ୍ଷେପଣ, ଅଗଷ୍ଟ 23-24 ଚନ୍ଦ୍ରପୃଷ୍ଠରେ ଅବତରଣ

ବେଙ୍ଗାଲୁରୁ: ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ର ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଗୁରୁବାର ଘୋଷଣା କରିଛି ଯେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ଥିବା ମହାକାଶ କେନ୍ଦ୍ରରୁ ଚଳିତ ମାସ (ଜୁଲାଇ) 14 ତାରିଖ ଅପରାହ୍ନ 2.35 ମିନିଟରେ ଏହି ଚନ୍ଦ୍ରାୟନ-3 କୁ ଉତକ୍ଷେପଣ କରାଯିବ । ISRO ର ନୂତନ ଲଞ୍ଚିଂ ଭେଇକଲ LVM-3 ରକେଟର ଏହି ଉପଗ୍ରହ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିବ । ସେହିପରି ଆସନ୍ତାମାସ (ଅଗଷ୍ଟ) 23 କିମ୍ବା 24 ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ ସମ୍ଭବନା ରହିଛି । ପୂର୍ବରୁ ଚଳିତ ମାସ 13ରେ ଲଞ୍ଚ ହେବା ନେଇ ଘୋଷଣା ହୋଇଥିଲା ।

  • Announcing the launch of Chandrayaan-3:

    🚀LVM3-M4/Chandrayaan-3 🛰️Mission:
    The launch is now scheduled for
    📆July 14, 2023, at 2:35 pm IST
    from SDSC, Sriharikota

    Stay tuned for the updates!

    — ISRO (@isro) July 6, 2023 " class="align-text-top noRightClick twitterSection" data=" ">

ଆଜି ବେଙ୍ଗାଲୁରୁରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ ଏସ.ସୋମନାଥ ପ୍ରେସମିଟରେ ମିଶନ ନେଇ ତାଜା ସୂଚନା ଦେଇଛନ୍ତି । 14 ତାରିଖ ଅପରାହ୍ନ 2.35 ରେ ଏହି ବହୁ ପ୍ରତୀକ୍ଷିତ ଉତକ୍ଷେପଣ କରାଯିବ । ସେହିପରି ଅଗଷ୍ଟ 23 କିମ୍ବା ଅଗଷ୍ଟ 24 ରେ ଚନ୍ଦ୍ରାୟନ-3 ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଏହି ମିଶନରେ ଚନ୍ଦ୍ରର ରେଗୋଲିଥ୍, ଚନ୍ଦ୍ରପୃଷ୍ଠର ଭୂକମ୍ପ ମାତ୍ରା, ଚନ୍ଦ୍ରପୃଷ୍ଠର ପ୍ଲାଜମା, ଲ୍ୟାଣ୍ଡର ଅବତରଣ କରିଥିବା ଆଖପାଖ ଭୌଗଳିକ ବାତାବରଣ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏକାଧିକ ଅତ୍ୟାଧୁନିକ ଯନ୍ତ୍ରାଂଶ ଇନଷ୍ଟଲ ରହିବ । ତେବେ ଏହାର ଯନ୍ତ୍ରାଂଶ ଏକତ୍ରୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଏହାକୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଇନଷ୍ଟଲ କରାଯିବ । ମହାକାଶ ଜାନରେ ଲ୍ୟାଣ୍ଡର ଓ ରୋଭର ସହ ଅନ୍ୟ ଗବେଷଣାତ୍ମକ ଯନ୍ତ୍ର ମଧ୍ୟ ଖଞ୍ଜାଯାଉଛି । ଏହି ମହାକାଶ ଯାନକୁ ଲଞ୍ଚିଂ ଭେଇକିଲ ବା LVM-3 ରକେଟ ସହ ସଂଯୁକ୍ତ କରାଯିବ ।

  • #WATCH | "...The space is not a formal agenda of G-20 but we want it to become a part of G-20 and all of us are working towards it...We have 18 people from G20, we invited guest countries, 3 industries from G20 nations & Indian companies are also a part of this session... We… pic.twitter.com/XFJBR5IJXI

    — ANI (@ANI) July 6, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-Chandrayaan-3: ସାମ୍ନାକୁ ଆସିଲା ଚନ୍ଦ୍ରୟାନ-3 ସାଟେଲାଇଟର ପ୍ରଥମ ଝଲକ, 13ରେ ଉତକ୍ଷେପଣ

22 ଜୁଲାଇ 2019 ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରା ଦ୍ବାରା ‘ଚନ୍ଦ୍ରାୟନ-୨’ ମିଶନ ଆରମ୍ଭ କରାଯାଇଥିଲା । ଉତକ୍ଷେପଣର ପ୍ରାୟ 2 ମାସ ପରେ, 7 ସେପ୍ଟେମ୍ବର 2019 ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ-ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାଡାରରୁ ବିଛିନ୍ନ ହୋଇଥିଲା । ସମ୍ପୂର୍ଣ୍ଣ ମିଶନ ପ୍ରାୟତଃ ସଫଳ ରହିଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡ କରିପାରିନଥିଲା । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ଏହାର ବିଫଳତା ପରେ ଇସ୍ରୋ ଚନ୍ଦ୍ରାୟନ-3 ର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ।

ଏହା ମଧ୍ୟ ପଢନ୍ତୁ:-Chandrayaan-3: ଜୁଲାଇ 13ରେ ଚନ୍ଦ୍ରାୟନ-3 ଲଞ୍ଚ

ଚନ୍ଦ୍ରୟାନ-3 ର ତିନୋଟି ଅଂଶ, ପ୍ରପୁଲସନ୍ ମଡ୍ୟୁଲ୍, ଲ୍ୟାଣ୍ଡର ମଡ୍ୟୁଲ୍ ଏବଂ ରୋଭର ପ୍ରସ୍ତୁତ କରାଯାଇଛି । ଅଭିଯାନର ଶେଷ ପର୍ଯ୍ୟାୟ ଭାବେ ଲ୍ୟାଣ୍ଡର ହିଁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଇସ୍ରୋର ନୂତନ LVM-3 ରକେଟ ଦ୍ବାରା ଉତକ୍ଷେପଣ ହେବ । ଯାହାର ଲଞ୍ଚିଂ ତାରିଖ ଚୂଡାନ୍ତ ହୋଇସାରିଥିବା ବେଳେ ଏଥିପାଇଁ କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ସାରା ଦେଶବାସୀ ଉତ୍ସାହିତ ଥିବା ବେଳେ ଅନ୍ୟ ବିକଶିତ ଦେଶମାନେ ମଧ୍ୟ ଭାରତ ଏହି ମିଶନ ଉପରେ ନଜର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.