ETV Bharat / bharat

ଚନ୍ଦ୍ରବାବୁଙ୍କ ଗିରଫଦାରୀ ଆନ୍ଧ୍ରର ଦୁଇ ରାଜନୈତିକ ଦଳ ମଧ୍ୟରେ ବିବାଦ, ହାଇଦ୍ରାବାଦରେ କୌଣସି ପ୍ରାସଙ୍ଗିକତା ନାହିଁ: KTR

author img

By ETV Bharat Odisha Team

Published : Sep 26, 2023, 10:41 PM IST

Updated : Sep 26, 2023, 10:55 PM IST

ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ଆନ୍ଧ୍ରର ଦୁଇ ରାଜନୈତିକ ଦଳ ମଧ୍ୟରେ ବିବାଦ । ତେଲେଙ୍ଗାନାବାସୀଙ୍କୁ ସମସ୍ୟାର ସମ୍ମୁଖୀନ କରିବା ଉଚିତ ନୁହେଁ କହିଲେ ତେଲେଙ୍ଗାନା ମନ୍ତ୍ରୀ କେଟିଆର । ଅଧିକ ପଢନ୍ତୁ

ଚନ୍ଦ୍ରବାବୁଙ୍କ ଗିରଫଦାରୀ ଆନ୍ଧ୍ରର ରାଜନୈତିକ ପ୍ରସଙ୍ଗ: KTR

ହାଇଦ୍ରାବାଦ: ପଡୋଶୀ ରାଜ୍ୟ ଆନ୍ଧ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପରେ ରାଜନୈତିକ ଉତ୍ତେଜନା ଲାଗି ରହିଛି । ଆନ୍ଧ୍ର ସମେତ ହାଇଦ୍ରାବାଦରେ ମଧ୍ୟ ଚନ୍ଦ୍ରବାବୁଙ୍କ ଗିରଫଦାରୀକୁ ନେଇ କିଛି ସ୍ଥାନରେ ବିରୋଧ କରାଯାଉଛି । ହେଲେ ଏହି ପ୍ରସଙ୍ଗରେ ଆଜି ତେଲେଙ୍ଗାନା ମନ୍ତ୍ରୀ କେଟିଆର ମନ୍ତବ୍ୟ ରଖି ଏହାକୁ ଆନ୍ଧ୍ରର ରାଜନୈତିକ ପ୍ରସଙ୍ଗ ବୋଲି କହିଛନ୍ତି । ଏହି ପ୍ରସଙ୍ଗ ତେଲେଙ୍ଗାନାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କେଟିଆର କହିଛନ୍ତି । ଏହି ପ୍ରସଙ୍ଗରେ ତେଲେଙ୍ଗାନାବାସୀଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବା TDP ଓ VCP ପାଇଁ ଉଚିତ ନୁହେଁ ବୋଲି ମଧ୍ୟ କେଟିଆର ସ୍ପଷ୍ଟ କରିଛନ୍ତି ।

ଆଜି ତେଲେଙ୍ଗାନା ଭବନରେ ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ଉତ୍ତର ରଖି ରାଜ୍ୟ ମନ୍ତ୍ରୀ ତଥା ଶାସକ ବିଆରଏସ କାର୍ଯ୍ୟକାରୀ ସଭାପତି କେଟିଆର କହିଛନ୍ତି, ଆନ୍ଧ୍ରରେ ଚନ୍ଦ୍ରବାବୁଙ୍କ ଗିରଫଦାରୀ ପରେ ଯାହା ଚାଲିଛି, ତାହା ଆନ୍ଧ୍ରର ରାଜନୈତିକ ପ୍ରସଙ୍ଗ । ଆନ୍ଧ୍ରର ଦୁଇ ରାଜନୈତିକ ଦଳ ମଧ୍ୟରେ ଏହି ବିବାଦ ଜାରି ରହିଛି । ହେଲେ ଏହି ପ୍ରସଙ୍ଗ ତେଲେଙ୍ଗାନା ପାଇଁ କୌଣସି ପ୍ରସଙ୍ଗିକତା ରଖେନାହିଁ ।

ଯଦି ତେଲେଙ୍ଗାନାରେ ତାଙ୍କ ଦଳର କୌଣସି ନେତା ଏହି ପ୍ରସଙ୍ଗରେ ମତ ମନ୍ତବ୍ୟ ରଖୁଛନ୍ତି, ତାହା ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ ହୋଇପାରେ । ତେଲେଙ୍ଗାନା ରାଜ୍ୟ କିମ୍ବା ଶାସକ ବିଆରଏସ ପାଇଁ ଏହି ପ୍ରସଙ୍ଗ ଜରୁରୀ ନୁହେଁ । ଏହି ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କିମ୍ବା ଧାରଣା ଦେବାର ଅଛି, ତାହା ଆନ୍ଧ୍ରରେ କରାଯାଉ । ଏଥିପାଇଁ ତେଲେଙ୍ଗାନାରେ ଏପରି କିଛି ଧାରଣ ପ୍ରଦର୍ଶନ ବାହାର କରି ରାଜ୍ୟବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଅନୁଚିତ ।

ଏହା ମଧ୍ୟ ପଢନ୍ତୁ :- Viral Video: ରଙ୍ଗ ବଦଳାଉଛି ଶାଢୀ, ଚର୍ଚ୍ଚାରେ ତେଲୁଗୁ ବୁଣାକାର

ଯଦି ତେଲେଙ୍ଗାନାରେ କେହି ଏହାକୁ ବିରୋଧ କରି ରାଲି କିମ୍ବା ଧାରଣା ବାହାର କରନ୍ତି, ତେବେ ଅନ୍ୟମାନେ ମଧ୍ୟ କରିବେ । ଏହି ପ୍ରସଙ୍ଗରେ ତେଲେଙ୍ଗାନାରେ କୌଣସି ଭୂମିକା ନାହିଁ । ତେଲେଙ୍ଗାନାବାସୀଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ । ଉଭୟ YCP ଓ TDP ର ତେଲେଙ୍ଗାନାରେ କୌଣସି ପ୍ରତିନିଧିତ୍ବ ନାହିଁ । ଚନ୍ଦ୍ରବାବୁଙ୍କ ଗିରଫଦାରୀ ପ୍ରସଙ୍ଗ ଏବେ କୋର୍ଟରେ ଅଛି । କୋର୍ଟ ଏହି ପ୍ରସଙ୍ଗରେ ନ୍ୟାୟ ଦେବ । ତେଣୁ ଏହି ପ୍ରସଙ୍ଗରେ ତେଲେଙ୍ଗାନାରେ ରାଜନୀତି କରିବା ଆଦୌ ଉଚିତ ନୁହେଁ ବୋଲି କେଟିଆର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 26, 2023, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.