ETV Bharat / bharat

ରାସ୍ତା ରୋକିଲା ପୋଲିସ, ବସ ଉପରେ ଚଢି ଲୋକଙ୍କୁ ସମ୍ବୋଧିତ କଲେ ଚନ୍ଦ୍ରବାବୁ ନାଇଡୁ

author img

By

Published : Jan 6, 2023, 8:08 PM IST

ଆନ୍ଧ୍ରପ୍ରଦେଶର କୁପ୍ପମ ସହରରେ ପୋଲିସ ତେଲୁଗୁ ଦେଶମ ପାର୍ଟି (TDP)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ରୋଡ ଶୋ' କରିବାରେ ବାଧକ ସାଜିଛି । ଏହାପରେ ଚନ୍ଦ୍ରବାବୁ ବସ ଉପରେ ଚଢି ଲୋକଙ୍କୁ ସମ୍ବୋଧିତ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Chandrababu Naidu
Chandrababu Naidu

ଅମରାବତୀ: ବସ ଉପରେ ବସି ସଭାସ୍ଥଳରେ ପହଞ୍ଚିଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ (TDP chief Chandrababu Naidu) । ଆନ୍ଧ୍ରପ୍ରଦେଶର କୁପ୍ପମଠାରେ ପୋଲିସ ପ୍ରଚାର ଗାଡ଼ିକୁ ଜବତ କରିବା ପରେ ଶେଷରେ ବସରେ ଚଢି ସେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଆଜି ଚିତ୍ତୁର ଜିଲ୍ଲା କୁପ୍ପମ ନିର୍ବାଚନମଣ୍ଡଳୀକୁ ଯିବା ସମୟରେ ପୋଲିସ ସବୁ ଦିଗରୁ ତାଙ୍କ ରାସ୍ତା ରୋକିଥିବା ନେଇ ଅଭିଯୋଗ ହୋଇଛି । ଗୁଡିଆପାଲ୍ଲିଠାରେ ଥିବା ଦଳୀୟ ଅଫିସରେ ପହଞ୍ଚିବା ଲାଗି ପୋଲିସ ତାଙ୍କ ରାସ୍ତା ରୋକିଥିବା ଅଭିଯୋଗ ହୋଇଛି ।

ଆନ୍ଧ୍ରପ୍ରଦେଶ ସରକାର ଓ ପୋଲିସର ଏଭଳି ଆଭିମୁଖ୍ୟ ବିରୋଧରେ ସେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଚନ୍ଦ୍ରବାବୁ ସରକାରଙ୍କ ବିରୋଧରେ ନିଜ କ୍ରୋଧଭାବ ପ୍ରକାଶ କରିଛନ୍ତି । ଗୁଡିଆପାଲିଠାରୁ ସଭାସ୍ଥଳରେ ପହଞ୍ଚିବା ପାଇଁ ୩ଟି ରାସ୍ତା ରହିଛି । ଏହି ୩ଟି ରାସ୍ତାରେ ପୋଲିସ ଚନ୍ଦ୍ରବାବୁଙ୍କ ପାଇଁ ବାଧକ ସାଜିଥିଲା । ଏହାପରେ ସେ ବସ ଉପରେ ଚଢିଥିବା ଦେଖିବାକୁ ମିଳିଥିଲା(Chandrababu Naidu climbs a Bus to address people) । ତେବେ ପୋଲିସ ଏପରି ସରକାରଙ୍କ ଇଙ୍ଗିତ କାମ କରିବା ଉଚିତ ନୁହେଁ ବୋଲି କହିଛନ୍ତି ସେ । ଏ ନେଇ ସେ କହିଛନ୍ତି, "ସରକାରଙ୍କ ଆଜ୍ଞାକାରୀ ଭାବେ ରୁହ ନାହିଁ । ଆଇନ ଅନୁସାରେ କାର୍ଯ୍ୟ କର । ସେମାନେ ଏଠାରୁ ମୋତ ଫେରାଇ ଦେବାକୁ ଚେଷ୍ଟା କରୁଥିଲେ । ମାତ୍ର ଏପରି ହୋଇନଥିଲା । ମୁଁ ଯିବା ପରିବର୍ତ୍ତେ ସେମାନଙ୍କୁ ପଛକୁ ଫେରାଇଦେଇଥିଲି ।"

ଏହା ବି ପଢନ୍ତୁ- ପଶ୍ଚିମବଙ୍ଗଲରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟା ପରେ ନଦୀରେ ଫୋପାଡି ଦେଲା ସ୍ବାମୀ

ପୋଲିସକୁ ସେ ପ୍ରଶ୍ନ କରିଛନ୍ତି, "ମୁଁ ପୋଲିସ ଅଧିକାରୀଙ୍କୁ ପ୍ରଶ୍ନ କରୁଥିବା ବେଳେ ସେମାନେ ଅଣଦେଖା କରୁଛନ୍ତି । ଆଇନ ଅନୁସାରେ କାର୍ଯ୍ୟ ନକରି ମନ ମୁତାବକ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ କଣ ରାଜାମହେନ୍ଦ୍ରବରମରେ ବୈଠକ କରିନଥିଲେ ? ତେବେ ସେ କଣ ପାଇଁ ରୋଡ ସୋ' କରିବେ ନାହିଁ ? ଦୁହିଁଙ୍କ ଲାଗି ନିୟମ କଣ ପାଇଁ ଭିନ୍ନ ଭିନ୍ନ ? ପୋଲିସ ଯଦି ସବୁ ଦଳ ସହିତ ସମାନ ବ୍ୟବହାର କରିବ, ତେବେ ଲୋକମାନେ ମଧ୍ୟ ପୋଲିସକୁ ସହଯୋଗ କରିବେ । ଯେ କେହି ବି ଆଇନର ଉଲ୍ଲଘଂନ କରୁଛି ସେ ହେଉଛି ଦୋଷୀ ।"

ସୂଚନା ଥାଉ କି ପୋଲିସ ପକ୍ଷରୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ସମସ୍ତ ରାସ୍ତା ବନ୍ଦ କରିବା ପରେ TDP ମୁଖ୍ୟ ବସ ଉପରେ ବସି ଯାଇଥିଲେ । ଏହି ସମୟରେ ହଜାର ହଜାର ସଂଖ୍ୟାରେ ତାଙ୍କ ସମର୍ଥକ ଏକଜୁଟ ହେବା ସହିତ ପୋଲିସର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ । ବସ ଉପରେ ବସିବା ପରେ ସେ ରାଜ୍ୟ ସରକାର ଓ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିଲେ । ଏହାସହିତ ପୋଲିସକୁ ଆଇନ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉଭୟ ପକ୍ଷ ଲାଗି ସମାନ ନିୟମ ଗ୍ରହଣ କରାଯାଉ ବୋଲି ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.