ହାଇଦ୍ରାବାଦ: ପ୍ରତିଷ୍ଠିତ ଆମେରିକୀୟଙ୍କୁ ବେଶ ପସନ୍ଦ ଆସୁଛି ଭାରତୀୟଙ୍କ ଜୀବନଶୈଳୀ । ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିକେନଙ୍କ ଅଟୋ-ରିକ୍ସାରେ ଯାତ୍ରା କରିବା ପରେ ଏବେ ଭାରତ ଗସ୍ତରେ ଥିବା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ତଥା ବିଶ୍ବର ଅନ୍ୟତମ ବିତ୍ତଶାଳୀ ଉଦ୍ୟୋଗପତି ବିଲ ଗେଟ୍ସ ଏକ ଇ-ରିକ୍ସା ଚଳାଇଛନ୍ତି । ସହରର ଗଳିରେ ସେ ଏକ ଇ-ରିକ୍ସା ଚଳାଉଥିବାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ନିଜେ ବିଲ୍ ଗେଟ୍ସ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ପୋଷ୍ଟ ମଧ୍ୟ କରିଛନ୍ତି । କେବେ ଭିଡିଓ ନୁହେଁ ବରଂ ସେ ଏଥିରେ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ‘ଚଲତି କା ନାମ ଗାଡି’ର ‘ବାବୁ ସମଝୋ ଇସାରେ’ ଗୀତକୁ ମଧ୍ୟ ପୋଷ୍ଟ କରିଛନ୍ତି ଗେଟ୍ସ ।
-
“Chalti ka Naam Bill Gates ki Gaadi” So glad you found the time to check out the Treo @BillGates Now on your next trip’s agenda should be a 3-wheeler EV drag race between you, @sachin_rt and me… pic.twitter.com/v0jNikYyQg
— anand mahindra (@anandmahindra) March 6, 2023 " class="align-text-top noRightClick twitterSection" data="
">“Chalti ka Naam Bill Gates ki Gaadi” So glad you found the time to check out the Treo @BillGates Now on your next trip’s agenda should be a 3-wheeler EV drag race between you, @sachin_rt and me… pic.twitter.com/v0jNikYyQg
— anand mahindra (@anandmahindra) March 6, 2023“Chalti ka Naam Bill Gates ki Gaadi” So glad you found the time to check out the Treo @BillGates Now on your next trip’s agenda should be a 3-wheeler EV drag race between you, @sachin_rt and me… pic.twitter.com/v0jNikYyQg
— anand mahindra (@anandmahindra) March 6, 2023
ଏବେ ଭାରତ ଗସ୍ତରେ ଅଛନ୍ତି ଆମେରିକୀୟ ଆରବପତି ତଥା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ । ସେ ଭାରତର ଏକାଧିକ ସହରରେ ପରିଭ୍ରମଣ ଜାରି ରଖିଛନ୍ତି । ତେବେ ତାଙ୍କର ଏହି ଇ-ରିକ୍ସା ଚଳାଇବା ଭିଡିଓଟି କେଉଁ ଭାରତୀୟ ସହରର ତାହା ସ୍ପଷ୍ଟ ହୋଇନାହିଁ । ବିଲ୍ ଗେଟ୍ସଙ୍କ ପୋଷ୍ଟ ପରେ ଏହାକୁ ନେଇ ଭାରତୀୟ ଅଟୋ-ମୋବାଇଲ ଜଗତର ଜଣାଶୁଣା ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗେଟ୍ସଙ୍କ ଭିଡିଓକୁ ନିଜ ହ୍ୟାଣ୍ଡଲରେ ଟ୍ବିଟ କରି ଆନନ୍ଦ ଲେଖିଛନ୍ତି, ‘ଚଲତି କି ନାମ ବିଲ ଗେଟ୍ସ କି ଗାଡି’ । ଆଗାମୀ ଦିନରେ ଏକ ତିନି ଚକିଆ ଯାନ ଚଳାଇବା ପ୍ରତିଯୋଗିତା ହେବା ଉଚିତ । ଯେଉଁଥିରେ ବିଲ ଗେଟ୍ସ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ସେ ନିଜେ ମଧ୍ୟ ଅଂଶଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି ଆନନ୍ଦ ।
ଭିଡିଓରେ ଦେଖାଯାଉଛି, ବିଲ-ଗେଟ୍ସ ମହିନ୍ଦ୍ରା କମ୍ପାନୀର ଏକ ତିନି ଚକିଆ ବୈଦୁତିକ ଯାନ (ଅଟୋ ରିକ୍ସା) ଚଳାଉଛନ୍ତି । ଯେଉଁଥିରେ ସେ ବେଶ୍ ଉତ୍ସାହର ସହ ଗାଡି ଚଳାଇବାର ମଜା ନେଉଛନ୍ତି । ବିଲ୍ ଗେଟ୍ସ ପୋଷ୍ଟ କରିଥିବା ଭିଡିଓରେ ମଧ୍ୟ ଭାରତୀୟ ସିନେମାର ଲୋକପ୍ରିୟ ଗୀତ ରହିଛି । ଯାହାକୁ ପ୍ରାୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଦୃତି ମିଳିଛି । ବିଲ ଗେଟ୍ସଙ୍କ ଏପରି ଭିଡିଓକୁ ନେଇ ତାଙ୍କୁ ପ୍ରଶଂସା ମଧ୍ୟ କରିବାରେ ଲାଗିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ ।
ନିକଟରେ ଜି-20 ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିକେନ ମଧ୍ୟ ଏକ ଅଟୋ ରିକ୍ସାରେ ଯାତ୍ରା କରିଥିବା ନଜର ଆସିଥିଲେ । ସେ ଭାରତରେ ଥିବା ପ୍ରବାସୀ ଆମେରିକୀୟ ସମ୍ପ୍ରଦାୟ ସହ ଅଟୋ ରିକ୍ସାରେ ବୁଲୁଥିବା ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହା ଇଣ୍ଟେରନେଟରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ବିଲ୍ ଗେଟ୍ସଙ୍କ ଇ-ରିକ୍ସା ଚଳାଇବା ଭିଡିଓ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ