ETV Bharat / bharat

ଦେଶରେ ଖୁବଶୀଘ୍ର ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଜରାୟୁ କର୍କଟ ଟିକା

author img

By

Published : Sep 1, 2022, 4:23 PM IST

ଖୁବଶୀଘ୍ର ଉପଲବ୍ଧ ହେବ ଜରାୟୁ କର୍କଟ ଟିକା । ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ ହେବା ନେଇ ଆଦାର ପୁନାଓ୍ବାଲାଙ୍କ ସୂଚନା । ଅଧିକ ପଢନ୍ତୁ

ଦେଶରେ ଖୁବଶୀଘ୍ର ଉପଲବ୍ଧ ହେବା ଜରାୟୁ କର୍କଟ ଟିକା

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ପ୍ରଥମ ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ବିକଶିତ ଜରାୟୁ କର୍କଟ ବା ଗର୍ଭାଶୟ କର୍କଟ (cervical cancer) ପାଇଁ ଉଦ୍ଦିଷ୍ଟ ଟିକା । ଏନେଇ ଘୋଷଣ କରିଛି ଦେଶର ପ୍ରମୁଖ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ସେରମ ଇଂଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII)। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦାର ପୁନାଓ୍ବାଲା ଆଜି ଏହି ଘୋଷଣା କରିଛନ୍ତି (Poonawalla on Cervical Cancer vaccine) । ଏହି ଦିଗର ଫାର୍ମା କମ୍ପାନୀ ତାର ଗବେଷଣା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛି । ଖୁବଶୀଘ୍ର ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ଏହି ଟିକା ବଜାରରେ ସୁଲଭ ମୂଲ୍ୟରେ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି । ଏହି ଟିକାର ପ୍ରତି ଡୋଜର ମୂଲ୍ୟ ନିର୍ଦ୍ଧାରିତ ହୋଇନଥିଲା ବେଳେ ଏହା 2 ଶହରୁ 4 ଶହ ପର୍ଯ୍ୟନ୍ତ ମୂଲ୍ୟରେ ରହିପାରେ ବୋଲି କମ୍ପାନୀ କହିଛି । ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ‘‘କୋଭିଡ ବିରୋଧୀ ଲଢେଇ ଆମ ଭିତରେ ମୁକାବିଲା କାର୍ଯ୍ୟକାରୀତାକୁ ବିକଶିତ କରିଛି । ତେଣୁ ଆମେ ଏହି ଦିଗରେ ମଧ୍ୟ ଆଗକୁ ବଢୁଛନ୍ତି । କେନ୍ଦ୍ର ସରକାର ଆଣିଥିବା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା ଆମକୁ ଏହି ଦିଗରେ ସହାୟତା କରୁଛନ୍ତି । ଏହି ଟିକାର ଉଦ୍ଭାବନରେ ସହଭାଗୀତା ମୋଡରେ ବାୟୋଟେକୋନୋଲୋଜି ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।’’

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସେରମ ଫାର୍ମା କମ୍ପାନୀର ସିଇଓ ଆଦର ପୁନାଓ୍ବାଲା କହିଛନ୍ତି, (Poonawalla on Cervical Cancer vaccine) ‘‘ଏହି ଟିକାକୁ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରକ୍ରିୟା ଜାରିରହିଛି । ନିର୍ଦ୍ଦିଷ୍ଟ ବଜାର ମୂଲ୍ୟ ନିର୍ଦ୍ଧାରଣ ହେବାକୁ ବାକିଥିବା ବଳେ କିଛି ମାସ ମଧ୍ୟରେ ଏହା ବଜାରରେ ପ୍ରାୟ ଡୋଜ ପିଚ୍ଛା 2 ଶହ ରୁ 4 ଶହ ମଧ୍ୟରେ ଉପଲବ୍ଧ ହେବାକୁ ଯାଉଛି । ତେବେ କାର୍ଯ୍ୟକ୍ରମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଉପଲବ୍ଧ ହୋଇପାରେ ।’’

‘‘ଆସନ୍ତାବର୍ଷ ଆରମ୍ଭରୁ ସରକାରଙ୍କ ମାଧ୍ୟମରେ ଏହା ଉପଲବ୍ଧ ହେବ ଓ ପରେ ବେସରକାରୀ ସଂସ୍ଥା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ 200 ମିଲିୟନ ଟିକା ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମେ ଏହା ଭାରତୀୟ ବଜାରରେ ଉପଲବ୍ଧ ହେଲା ପରେ ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ କରିବା ପାଇଁ କମ୍ପାନୀ ଯୋଜାନ ରଖିଛି ।’’

ଭାରତରେ ଜରାୟୁ କର୍କଟ (Cervical Cancer)ର ସ୍ଥିତି ମଧ୍ୟ ଉଦବେଗ ଜନକ ରହିଛି । ଏହା ମହିଳାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଥିବା କ୍ୟାନସର ମଧ୍ୟରେ ଦ୍ବିତୀୟ ସର୍ବାଧିକ ବୋଲି ଅନୁଧ୍ୟାନରୁ ଜଣାପଡିଛି । ଏହା ବିଶେଷ ଭାବେ ଭାରତୀୟ 15 ରୁ 44 ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଭାରତୀୟ ଓଷଧ ନିୟାମକ ସଂସ୍ଥା ଗତ ଜୁଲାଇରେ ଏହାର ମାର୍କେଟ ଅଥରାଇଜେସନକୁ ଅନୁମତି ମଧ୍ୟ ଦେଇ ସାରିଛି । ଯାହାକୁ ନେଇ ଚିନ୍ତା ବଢିଥିବା ବେଳେ ଏହାର ଟିକା ଉଦ୍ଧାବନ ହେବା ସୂଚନା ସମସ୍ତଙ୍କୁ ଆଶ୍ବସ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.