ETV Bharat / bharat

କୋଭିଡ ସଙ୍କଟ ବେଳେ ଭାରତକୁ ଗୁଗଲ ଦେଲା 135କୋଟି, ସହଯୋଗ କରିବ ମାଇକ୍ରୋସଫ୍ଟ

author img

By

Published : Apr 26, 2021, 11:45 AM IST

ଭାରତରେ କୋରୋନାର ଦ୍ବିତୀୟ ଲହରୀ ଭୟବହତା ସୃଷ୍ଟି କରିଛି । କୋଭିଡ ସଙ୍କଟରେ ଭାରତକୁ ଆମେରିକା ସମେତ ବହୁରାଷ୍ଟ୍ରୀୟ କମ୍ପାନୀ ଏବେ ସହଯୋଗର ହାତ ବଢାଇଛି । ସର୍ଚ୍ଚ ଇଞ୍ଜିନ ଗୁଗଲ ମଧ୍ୟ ଭାରତର ଏହି ଲଢେଇରେ135 କୋଟି ଦେଇଛି । ଅଧିକ ପଢନ୍ତୁ...

ଭାରତରେ କୋଭିଡ ସଙ୍କଟରେ ଗୁଗୁଲ ଦେଲା 135କୋଟି
ଭାରତରେ କୋଭିଡ ସଙ୍କଟରେ ଗୁଗୁଲ ଦେଲା 135କୋଟି

ନୂଆଦିଲ୍ଲୀ: ଭାରତରେ ମହାମାରୀ କୋରୋନାର ମହାତାଣ୍ଡବ ରଚୁଛି । ଏହି ବିପଦରେ ସମୟରେ ଭାରତକୁ ସମସ୍ତ ସହଯୋଗ କରିବାକୁ ଆଗେଇ ଆସିଲା ଗୁଗଲ । ଗିଫ ଇଣ୍ଡିଆ ସ୍ବେଚ୍ଛାସେବୀ ସଂସ୍ଥା ଓ ୟୁନିସେଫ ସଂସ୍ଥାକୁ 135 କୋଟିର ସହାୟତା ପଠାଇଲେ କର୍ମଚାରୀ ଓ କମ୍ପାନୀ । ଏହି ଟଙ୍କା କୋଭିଡ ପ୍ରଭାବିତ ଅଞ୍ଚଳ, ଚିକିତ୍ସା ଯୋଗାଣ ଓ ଜରୁରୀ ସୂଚନା ଦେବାରେ ଖର୍ଚ୍ଚ କରାଯିବ ।

ଭାରତରେ କୋଭିଡ ସଙ୍କଟରେ ଗୁଗୁଲ ଦେଲା 135କୋଟି
ଭାରତରେ କୋଭିଡ ସଙ୍କଟରେ ଗୁଗୁଲ ଦେଲା 135କୋଟି

ଏନେଇ ଆଜି (ସୋମବାର) ଗୁଗଲ ସିଇଓ ସୁନ୍ଦର ପିଚାଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଭାରତରେ କୋଭିଡ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଗୁଗୁଲ ସହଯୋଗର ହାତ ବଢାଇଥିବା ଜଣାଇଥିଲେ ।

ଭାରତରେ କୋଭିଡ ସଙ୍କଟରେ ଗୁଗୁଲ ଦେଲା 135କୋଟି
ଭାରତରେ କୋଭିଡ ସଙ୍କଟରେ ଗୁଗୁଲ ଦେଲା 135କୋଟି

ସେପଟେ ମାଇକ୍ରୋସଫ୍ଟ ମଧ୍ୟ ଭାରତକୁ ସହାୟତା ପାଇଁ ଆଗେଇ ଆସିଛି । କମ୍ପାନୀର CEO ସତ୍ୟ ନାଡେଲାଙ୍କ ଏନେଇ ଟ୍ବିଟ କରି କହିଛନ୍ତି । ଭାରତକୁ ସମସ୍ତ ମେଡିକାଲ ଉପକରଣ ଓ ବୈଷୟିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ନାଡେଲ ଟ୍ବିଟ କରି, ଭାରତରେ କୋଭିଡ ସ୍ଥିତିକୁ ଅତ୍ୟନ୍ତ ହୃଦୟବିଦାରକ କହିଛନ୍ତି । ଭାରତକୁ ସହଯୋଗ କରିଥିବାରୁ ଆମେରିକାକୁ କୃତଜ୍ଞତା ଜଣାଇଛନ୍ତି ।

  • Devastated to see worsening Covid crisis in India. Google & Googlers are providing Rs 135 Crores in funding to GiveIndia, UNICEF for medical supplies, org supporting high-risk communities, and grants to help spread critical information: Google CEO Sundar Pichai

    (File photo) pic.twitter.com/3Iy7I7FbAg

    — ANI (@ANI) April 26, 2021 " class="align-text-top noRightClick twitterSection" data=" ">

ଭାରତରେ ଦୈନିକ 3 ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ମୋଟ ସଂକ୍ରମିତ ସଂଖ୍ୟା 1 କୋଟିରୁ ଊର୍ଦ୍ଧ୍ବ । ଗୋଟିଏ ଦିନରେ ସର୍ବାଧିକ 2812 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 95 ହଜାର 123ରେ ପହଞ୍ଚିଛି । ସଂକ୍ରମଣ ବଢୁଥିବାରୁ ସ୍ବାସ୍ଥ୍ୟବସ୍ଥା ଜଟିଳ ହୋଇପଡିଛି ।

ବଡ ବଡ ହସ୍ପିଟାଲରେ ବେଡ ଅଭାବ ସହିତ ଅକ୍ସିଜେନର ନିଅଣ୍ଟ ଅଭାବ ଅନେକ ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛି । ଭାରତରେ କୋରୋନାର ସୁନାମୀର ଏପରି ଅବସ୍ଥା ଦେଖି ଏବେ ସମଗ୍ର ବିଶ୍ବ ସହଯୋଗର ହାତ ବଢାଇଛି । ଆମେରିକା ଭାରତକୁ 5 ଟନ ଅକ୍ସିଜେନ ପଠାଇଛି । ଭାରତକୁ 600 ମେଡିକାଲ ଉପକରଣ ପଠାଇବାକୁ ଘୋଷଣା କରିଛି ବ୍ରିଟେନ । ଏହା କୋରୋନା ବିରୋଧରେ ଲଢେଇରେ ହେବ ବ୍ୟବହୃତ । ରବିବାର ଭେଣ୍ଟିଲେଟର ଓ ଅକ୍ସିଜେନ ଉପକରଣ ୟୁକେରୁ ପଠାଯାଇଛି । ଏଗୁଡିକ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.