ETV Bharat / bharat

The Kashmir Files ମୁଭି କାଶ୍ମୀରରେ ହିଂସା ସୃଷ୍ଟି କରିଛି: ମେହେବୁବା ମୁଫତି - କାଶ୍ମୀର ଫାଇଲ ମୁଭି କାଶ୍ମୀରରେ ହିଂସା ସୃଷ୍ଟି କରିଛି କହିଲେ ମେହେବୁବା ମୁଫତି

ପୁଣି କେନ୍ଦ୍ର ଉପରେ ବର୍ଷିଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ ମେହେବୁବା ମୁଫତି । ଅଧିକ ପଢନ୍ତୁ

The Kashmir Files ମୁଭି କାଶ୍ମୀରରେ ହିଂସା ସୃଷ୍ଟି କରିଛି :ମେହେବୁବା ମୁଫତି

author img

By

Published : May 30, 2022, 4:47 PM IST

ଶ୍ରୀନଗର :ପୁଣି କେନ୍ଦ୍ର ଉପରେ ବର୍ଷିଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ ମେହେବୁବା ମୁଫତି । କେନ୍ଦ୍ର ସରକାରଙ୍କ ନୀତି କାଶ୍ମୀରରେ ବିଫଳ(Centre's policy failed in Kashmir) ହୋଇଛି। କାଶ୍ମୀରରେ ଲାଗୁ ହୋଇଥିବା କେନ୍ଦ୍ରୀୟ ନୀତିକୁ ବିଜେପି ଫେରାଇ ନେବା ଉଚିତ।

କେନ୍ଦ୍ରକୁ ଅଟଳ ବିହାରୀ ବାଜପେୟୀ (Atal Bihari Vajpayee) ଓ (Mufti Mohammad Sayeed) ମୁଫତି ମହମ୍ମଦ ସୟଦଙ୍କ ନୀତିକୁ ଆପଣେଇବାକୁ ପଡିବ । କେନ୍ଦ୍ର ସରକାର ଗୁପ୍ତ ଗଠବନ୍ଧନକୁ ଡରୁଛନ୍ତି । କାହିଁକିନା ଗଠବନ୍ଧନ ହେଲେ ବିଜେପି ସରକାରଙ୍କ ଘାଟିରେ ଲାଗୁ କରିଥିବା ସମସ୍ତ ଯୋଜନା ଫେଲ ମାରିବ ।

ସେଥିପାଇଁ କେନ୍ଦ୍ର ସରକାର ଭୟଭୀତ ହେଉଛନ୍ତି ବୋଲି କହିଛନ୍ତି ମୁଫତି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ବିଭିନ୍ନ ପ୍ରସଙ୍ଗରେ ବିବାଦ ଲାଗି ରହିଛି ।ସେହିପରି କାଶ୍ମୀର ପଣ୍ତିତ ରାହୁଲ ଭଟ୍ଟ(Kashmiri pandit government employee Rahul Bh)ଙ୍କ ହତ୍ୟା ଘଟଣା ନେଇ କେନ୍ଦ୍ରକୁ ଘେରିଛନ୍ତି ମେହେବୁବା ।

ରାହୁଲ ଭଟ୍ଟଙ୍କୁ ହତ୍ୟା ପାଇଁ ବିବେକ ଅଗ୍ନିହୋତ୍ରୀଙ୍କ ମୁଭି କାଶ୍ମୀର ଫାଇଲକୁ ଦାୟୀ କରିଛନ୍ତି । କାଶ୍ମୀର ପଣ୍ତିତଙ୍କ ପାଇଁ ଏହା ନିରାପଦ ସ୍ଥାନ । 2016ରେ ମଧ୍ୟ ଏଠାରେ କୈଣସି କାଶ୍ମୀର ପଣ୍ତିତଙ୍କୁ ହତ୍ୟା କରାଯାଇ ନାହିଁ । ବଂର କାଶ୍ମୀର ଫାଇଲ ମୁଭି (Kashmir Files movie) ଜାମ୍ମୁ କାଶ୍ମୀରରେ ହିଂସା ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ କି, ମେ ୧୨ରେ ବୁଡଗାମ ଚଡୁରାସ୍ଥିତ ତହସିଲଦାର କାର୍ଯ୍ୟାଳୟରେ ପଶି ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏହାପରେ କଶ୍ମୀରରେ ସ୍ଥିତି ବିଗିଡି ଯାଇଥିଲା । ଅକ୍ଟୋବର ମାସରୁ ହିଁ କାଶ୍ମୀର ପଣ୍ଡିତ ଓ କାଶ୍ମୀର ଆସୁଥିବା ବାହାର ରାଜ୍ୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.