ETV Bharat / bharat

Covid Surge: 5 ରାଜ୍ୟକୁ ଚିଠି ଲେଖି ଆଗୁଆ ସତର୍କ କରାଇଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମିଜୋରାମରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଉକ୍ତ ରାଜ୍ୟ ଗୁଡିକୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଅଧିକ ପଢନ୍ତୁ

author img

By

Published : Apr 20, 2022, 12:10 PM IST

Covid Surge: 5 ରାଜ୍ୟକୁ ଚିଠି ଲେଖି ଆଗୁଆ ସତର୍କ କରାଇଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ
Covid Surge: 5 ରାଜ୍ୟକୁ ଚିଠି ଲେଖି ଆଗୁଆ ସତର୍କ କରାଇଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି କାୟା ବିସ୍ତାର କରିବାକୁ ଆରମ୍ଭ କରିଛି କୋରୋନା । ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମିଜୋରାମରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଉକ୍ତ ରାଜ୍ୟ ଗୁଡିକୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

କୋରୋନାର ଏହି ଲହରରେ ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଚିଠି ଲେଖି ଆଗୁଆ ସତର୍କ କରାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କୋରୋନା ସ୍ଥିତି ଉପରେ ନଜର ରଖି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କିଛି ଦିନର ବ୍ୟବଧାନ ପରେ ପୁଣି ଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା କାରଣରୁ ଉକ୍ତ ରାଜ୍ୟ ଗୁଡିକୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା, କ୍ଲଷ୍ଟର ନିର୍ମାଣ ସହ ଟୀକାକରଣ ଉପରେ ଗୁରୁତ୍ବାରୋପ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଏହି ୫ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଭାରତ ପାଇଁ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେବେ ଏହି ରାଜ୍ୟ ଗୁଡିକରେ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ସେହି ତୁଳନାରେ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଉଛି । ତେଣୁ ଆଗୁଆ ପଦକ୍ଷେପ ନେବାକୁ ଉକ୍ତ ରାଜ୍ୟ ଗୁଡିକୁ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.