ETV Bharat / bharat

Covid Surge: 5 ରାଜ୍ୟକୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

କିଛି ଦିନର ବ୍ୟବଧାନ ପରେ ପୁଣି କାୟା ବିସ୍ତାର କରିବାରେ ଲାଗିଲାଣି କୋରୋନା ମହାମାରୀ । ଦିଲ୍ଲୀ ଓ ହରିୟାଣା ସମେତ ଦେଶର ୫ ରାଜ୍ୟରେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏନେଇ ଉକ୍ତ ରାଜ୍ୟ ଗୁଡିକୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଅଧିକ ପଢନ୍ତୁ

author img

By

Published : Apr 9, 2022, 7:42 AM IST

Covid Surge: 5 ରାଜ୍ୟକୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ
Covid Surge: 5 ରାଜ୍ୟକୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି କାୟା ବିସ୍ତାର କରିବାକୁ ଆରମ୍ଭ କରିଛି କୋରୋନା । ଦିଲ୍ଲୀ ଓ ହରିୟାଣା ସମେତ ଦେଶର ୫ ରାଜ୍ୟରେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏନେଇ ଉକ୍ତ ରାଜ୍ୟ ଗୁଡିକୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ମିଜୋରାମରେ ବଢୁଥିବା କୋରୋନା ମାମଲା ଦେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ଗୁଡିକୁ ଚିଠି ଲେଖିଛନ୍ତି । ଗତ ସପ୍ତାହରେ ବଢିଥିବା ମାମଲା ଚିନ୍ତାର ବିଷୟ, ଆବଶ୍ୟକ ସ୍ଥଳେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଏଥିରେ କୁହାଯାଇଛି । କିଛି ଦିନର ବ୍ୟବଧାନ ପରେ ପୁଣି ଦେଶରେ ସଂକ୍ରମଣ ମାମଲା ଏକ ହଜାର ଉପରେ ରହିବା କାରଣରୁ ଉକ୍ତ ରାଜ୍ୟ ଗୁଡିକୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା, କ୍ଲଷ୍ଟର ନିର୍ମାଣ ସହ ଟୀକାକରଣ ଉପରେ ଗୁରୁତ୍ବାରୋପ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଗତ ୨ ସପ୍ତାହ ହେଲା ଲଗାତାର କୋରୋନା ମାମଲା ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କେବଳ ଦିଲ୍ଲୀରେ ଦୈନିକ ୧୧.୩୩ ପ୍ରତିଶତ ମାମଲା ଆସିବାରେ ଲାଗିଲାଣି । ଏଥିରେ ଦୈନିକ ସଂକ୍ରମଣ ହାର ୦.୫୧ରୁ ୧.୦୬ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି କେରଳରେ ଗତ ସପ୍ତାହରେ 2 ହଜାର 321 ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଦୈନିକ ସଂକ୍ରମଣ ହାର 13.45ରୁ 15.53 ପ୍ରତିଶତକୁ ବୃଦ୍ଧି ପାଇଛି । ମିଜୋରାମରେ ଗତ ସପ୍ତାହରେ 814 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ସଂକ୍ରମଣ ହାର 14.38ରୁ 16.48 କୁ ବୃଦ୍ଧି ପାଇଛି । ଅନ୍ୟପଟେ ହରିୟାଣାରେ ସଂକ୍ରମଣ ହାର 0.51ରୁ 1.06କୁ ବୃଦ୍ଧି ପାଇଛି ।

ତେବେ ଏହି ରାଜ୍ୟ ଗୁଡିକରେ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ସେହି ତୁଳନାରେ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଉଛି । ତେଣୁ ଆଗୁଆ ପଦକ୍ଷେପ ନେବାକୁ ଉକ୍ତ ରାଜ୍ୟ ଗୁଡିକୁ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.