ETV Bharat / bharat

ସମୟୋଚିତ ପାଣ୍ଠି ବିନିଯୋଗ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

author img

By

Published : Aug 16, 2022, 11:01 PM IST

‘ଭାରତ ସରକାର ସହଯୋଗ ଓ ସମନ୍ୱୟ ମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବହୁବିଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି । ଭିଡିଓ କନଫରେନ୍ସି ଯୋଗେ ଆଜି ବିଭିନ୍ନ ଫ୍ଲାଗସିପ ଯୋଜନାର ସମୀକ୍ଷା ବେଳେ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ‘‘ଭାରତ ସରକାର ସହଯୋଗ ଓ ସମନ୍ୱୟ ମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବହୁବିଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି । ଭିଡିଓ କନଫରେନ୍ସି ଯୋଗେ ଆଜି ବିଭିନ୍ନ ଫ୍ଲାଗସିପ ଯୋଜନାର ସମୀକ୍ଷା ବେଳେ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ (Union Health Minister Mansukh Mandaviya)’’

ଏହି ସମୀକ୍ଷା ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (National Health Mission) , ଜରୁରୀକାଳୀନ କୋଭିଡ ରେସପନ୍ସ କ୍ୟାକେଜ, ଇସିଆରପି-୨, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏବିଏଚଆଇଏମ) ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭିଏଫସି) ସାମିଲ ଥିଲେ । ଏହି ଅବସରରେ ମନ୍ତ୍ରୀ କୋଭିଡ ଟିକାକରଣ ଅମୃତ ମହୋତ୍ସବ ଅଧୀନରେ ପ୍ରତିଷେଧକ କୋଭିଡ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ଏହି ବୈଠକରେ ଦେଶର ବିଭିନ୍ନ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଓ ଉନ୍ନତିକରଣର ମଧ୍ୟ ସମୀକ୍ଷା ହୋଇଥିଲା ।

ସମୀକ୍ଷା ବୈଠକରେ ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ ବୈଶ୍ୱିକ ମହାମାରୀ ଆମକୁ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ଜଟିଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଦିଗରେ ବିନିଯୋଗ କରାଇବାକୁ ଶିକ୍ଷା ଦେଇଛି । ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ସହଜ ଲବ୍ଧ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଅଙ୍ଗୀକାରବଦ୍ଧ । କେତେକ ରାଜ୍ୟରେ କେନ୍ଦ୍ରୀୟ ପାଣ୍ଠିର କମ ବିନିଯୋଗ ଉପରେ ଉଦବେଗ ପ୍ରକାଶ କରି ସେ କହିଥିଲେ ଯେ “କେନ୍ଦ୍ର ପାଣ୍ଠିର କମ ବିନିଯୋଗ ସମୀକ୍ଷା କରିବା ସହ ରାଜ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରି ସ୍ୱାସ୍ଥ୍ୟ ଯୋଜନାର ଦ୍ରୁତ କାର୍ଯ୍ୟକାରିତା ନିମନ୍ତେ ଅଧିକ ପାଣ୍ଠି କେନ୍ଦ୍ରକୁ ମାଗିବା ଉଚିତ” ଏହାସହ ବିଭିନ୍ନ ଫ୍ଲାଗସିପ ପ୍ୟାକେଜ କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଗଠନ ନିମନ୍ତେ ପାଣ୍ଠିର ସମୟୋଚିତ ବିନିଯୋଗ ନେଇ ରାଜ୍ୟମାନଙ୍କୁ ରାଜ୍ୟମାନଙ୍କୁ ଦିଗଦର୍ଶନ ଦିଆଯାଇଛି ।

ବର୍ଷ 2017 ନଭେମ୍ବରରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ୨୦୨୦-୨୫ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ କନସୋଲିଡେଟେଡ ପାଣ୍ଠି ବୃଦ୍ଧି ଲାଗି ସୁପାରିସ କରିବାକୁ ଗଠିତ ହୋଇଥିଲା । ୨୦୨୨ ସୁଦ୍ଧା ବଜେଟରେ ସ୍ୱାସ୍ଥ୍ୟ ବାବଦ ଅଂଶ ଠାରୁ ଅଧିକ ଅନୁ୍ୟନ ଶତକଡା ଆଠଗୁଣା ବୃଦ୍ଧି ପାଇଁ ଅୟୋଗ ସୁପାରିସ କରିଥିଲେ । ଏହାଛଡା କେନ୍ଦ୍ରୀୟ ପାଣ୍ଠି ଦ୍ୱାରା ପରିଚାଳିତ ଯୋଜନା ଗୁଡିକର ମଧ୍ୟ ଗ୍ରହଣ ପାଇଁ ନମନୀୟ ପଦ୍ଧତି ଘୋଷଣା କରିଥିଲେ । କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଗ୍ରହଣ କରି ରାଜ୍ୟ ସରକାର ଗୁଡିକ ପାଇଁ ଶତକଡା ୩୭ ଭାଗ (୨୬,୧୨୩ କୋଟି) (ମୋଟ ୭୦,୦୫୧ କୋଟି ପାଣ୍ଠି)ରୁ ସହରାଞ୍ଚଳ ସ୍ୱାସ୍ଥ୍ୟସେବା ପାଇଁ ଆବଣ୍ଟନ କରିଥିବା ବେଳେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ଲାଗି ୪୩ ହଜାର ୯୨୮ କୋଟି ଟଙ୍କା ଆବଣ୍ଟନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.