ETV Bharat / bharat

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ଦେବ କେନ୍ଦ୍ର ! CJIଙ୍କୁ ଚିଠି ଲେଖିଲେ ଆଇନମନ୍ତ୍ରୀ

author img

By

Published : Jan 16, 2023, 5:18 PM IST

ବିଚାରପତି ଚୟନରେ କଲେଜିୟମ୍ ବ୍ୟବସ୍ଥାର ପୁର୍ନଃଗଠନ ଚାହୁଁଛି କେନ୍ଦ୍ର ସରକାର । CJIଙ୍କୁ ଚିଠି ଲେଖିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । ଚୟନ ବ୍ୟବସ୍ଥାରେ ରହିବ ସରକାରଙ୍କ ପ୍ରତିନିଧିଙ୍କ ପ୍ରତ୍ୟକ୍ଷ ଭୂମିକା । ଅଧିକ ପଢନ୍ତୁ

କଲେଜିୟମ୍ ବ୍ୟବସ୍ଥାର ପୁର୍ନଃଗଠନ ଚାହୁଁଛି କେନ୍ଦ୍ର

ହାଇଦ୍ରାବାଦ: ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ନେଇ ପୂର୍ବରୁ ପ୍ରଚଳିତ ରହିଥିବା କଲେଜିୟମ ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଏହି ବ୍ୟବସ୍ଥାର ପୁର୍ନଃଗଠନ ଚାହୁଁଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ସଙ୍କେତ ଦେଇଛନ୍ତି । ଏନେଇ ସେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ବିଚାରପତି ଚୟନ ପ୍ରକ୍ରିୟାରେ ସଂଶୋଧନ କରି ସରକାରଙ୍କ ପ୍ରତିନିଧିଙ୍କୁ ସ୍ଥାନ ଦେବା ପାଇଁ ରିଜଜୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହିତ ନୂତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ସରକାର ସୁପାରିଶକୁ ଗ୍ରହଣ କରିବାକୁ କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି ।

ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ରିଜଜୁ ଉଲ୍ଲେଖ କରିଛନ୍ତି, ସେ ପୂର୍ବରୁ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିର ଏହା ପରବର୍ତ୍ତୀ ପ୍ରକ୍ରିୟା । ସର୍ବୋଚ୍ଚ କୋର୍ଟରେ ବିଚାରପତି ନିଯୁକ୍ତିରେ କେନ୍ଦ୍ର ସରକାର ଓ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସ୍ଥାନ ରହିବା ଜରୁରୀ । ଏପରି ସ୍ଥଳେ ପାରଦର୍ଶିତା ଆସିପାରିବ । ବିଚାର ବିଭାଗୀୟ ନିଯୁକ୍ତିରେ କେବଳ କଲେଜିୟମ ସଦସ୍ୟ ନୁହନ୍ତି ବରଂ ସରକାରୀ ପ୍ରତିିନିଧିଙ୍କ ଅଂଶଗ୍ରହଣ ଦ୍ବାରା ବ୍ୟବସ୍ଥାରେ ପରିବର୍ତ୍ତନ ତଥା ପାରଦର୍ଶିତା ଆସିବା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ନିଜ ଚିଠିରେ ଉଲ୍ଲେଖ କରିଥିଲେ ।

ଏହି ପ୍ରସଙ୍ଗ ପ୍ରଥମ ଘଟଣା ନୁହେଁ, ବରଂ ପୂର୍ବରୁ ମଧ୍ୟ ପୂର୍ବ ପ୍ରଚଳିତ ବିଚାରପତି ନିଯୁକ୍ତିର ପାରମ୍ପରିକ ବ୍ୟବସ୍ଥା ‘କଲେଜିୟମ ସିଷ୍ଟମ’ର ପାରଦର୍ଶିତା ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ ଉଠାଇ ସାରିଛନ୍ତି ଆଇନ ମନ୍ତ୍ରୀ ରିଜଜୁ । କଲେଜିୟମ ବ୍ୟବସ୍ଥା ଏକ ଅପାରଦର୍ଶୀ ଓ ଅସ୍ପଷ୍ଟ ବ୍ୟବସ୍ଥା । ଏବେ ଏଥିରେ ସଂସ୍କାର ଆବଶ୍ୟକ ବୋଲି ରିଜଜୁ କହିଥିଲେ । ତାର ମାତ୍ର କିଛି ଦିନ ପରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଖଣ୍ଡନ କରିଥିବା ଦେଖିବାକୁ ମିଳିଥିଲା । କଲେଜିୟମ ବ୍ୟବସ୍ଥା ବିଚରପତି ଚୟନ ପାଇଁ ଏକ ପ୍ରକୃଷ୍ଟ ବ୍ୟବସ୍ଥା ଓ ସେଥିରେ ପାରଦର୍ଶିତା ନାହିଁ ବୋଲି କହିବା ଅନୁଚିତ୍ ବୋଲି ଜଷ୍ଟିସ ଲଲିତ କହିଥିଲେ ।

ଏବେ ପୁଣି କେନ୍ଦ୍ର ମନ୍ତ୍ରୀ ରିଜଜୁଙ୍କ ଚିଠି ପରେ ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରାୟତଃ ସ୍ପଷ୍ଟ ହେବା ପରି ଦୃଶ୍ୟମାନ ହେଉଛି । ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ଚୟନରେ ସରକାର କଲେଜିୟମର ଏକାଧିକାରକୁ ସମାପ୍ତ କରିବାକୁ ଯାଉଛନ୍ତି । ଉଭୟ ହାଇକୋର୍ଟ ଓ ସର୍ବୋଚ୍ଚ କୋର୍ଟରେ ବିଚାରପତି ଚୟନରେ ସରକାରଙ୍କ ପ୍ରତିନିଧିଙ୍କର ପ୍ରତ୍ୟେକ୍ଷ ଭୂମିକା ରଖିବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏକପ୍ରକାର କାର୍ଯ୍ୟ ଆରମ୍ଭ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହି ବ୍ୟବସ୍ଥାରେ କଲେଜିୟମ ଦ୍ବାରା ଚୂଡାନ୍ତ ହୋଇଥିବା ବିଚାରପତିଙ୍କ ନାମକୁ ସରକାର କବେଳ ଅନୁମୋଦନ ଦେଉଛନ୍ତି । ଚୟନ ପ୍ରକ୍ରିୟାରେ ସରକାରଙ୍କ କୌଣସି ଭୂମିକା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.