ETV Bharat / bharat

Manipur: ପଠାଯିବ ଅତିରିକ୍ତ 25 କମ୍ପାନୀ କେନ୍ଦ୍ରୀୟ ଫୋର୍ସ

author img

By ETV Bharat Odisha Team

Published : Aug 22, 2023, 7:31 PM IST

ମଣିପୁର ଯିବ ଅତିରିକ୍ତ 25 କମ୍ପାନୀ କେନ୍ଦ୍ରୀୟ ଫୋର୍ସ । ଅମରନାଥ ଯାତ୍ରା ଶେଷ ହେବା ପରେ ମଣିପୁରରେ ବଢିବ ଅତିରିକ୍ତ ଫୋର୍ସ ମୁତୟନ । ଅଧିକ ପଢନ୍ତୁ

Manipur: ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ପଠାଯିବ

ନୂଆଦିଲ୍ଲୀ: ଜାତିଗତ ହିଂସାରେ ପ୍ରଭାବିତ ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ମୁତୟନ ହେବେ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ । ଆଉ 22 ରୁ 25 କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ପଠାଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏବେ କାଶ୍ମୀରରେ ପ୍ରସିଦ୍ଧ ଅମରନାଥ ଯାତ୍ରା ଶେଷ ହେବାକୁ ଯାଉଛି । ତେଣୁ ଅମରନାଥ ଯାତ୍ରାର ସୁରକ୍ଷା ଦାୟିତ୍ବରେ ମୁତୟନ ଥିବା କେନ୍ଦ୍ରୀୟ ବଳକୁ ସେଠାରୁ ଅପସାରଣ କରି ମଣିପୁର ପଠାଇବା ପାଇଁ ନିଷ୍ପତ୍ତି ହୋଇଛି ।

ମଣିପୁରରେ ମେ’ 3 ତାରିଖ ପରେ ଦେଖାଯାଇଥିବା ହିଂସା ସ୍ଥିତି ପରେ କେନ୍ଦ୍ରୀୟ ଫୋର୍ସ ଓ ସେନା ମୁତୟନ କରାଯାଇଥିଲା । ପରେ ସ୍ଥିତିକୁ ଦେଖି ଏହାର ମୁତୟନକୁ ବୃଦ୍ଧି ମଧ୍ୟ କରାଯାଇଥିଲା । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ 125 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଉଛି । ଏବେ ସେଠାରେ ଆସାମ ରାଇଫଲ୍ସ ଓ ସିଆରପିଏଫ ସମେତ ରାପିଡ ଆକ୍ସନ ଫୋର୍ସ ମୁତୟନ ରହିଛନ୍ତି । ଏବେ ଏଥିରେ ଆଉ 22 ରୁ 25 କମ୍ପାନୀ ଫୋର୍ସ ମୁତୟନ ହେବାକୁ ଯାଉଛନ୍ତି । ନୂତନ କମ୍ପାନୀରେ ସିଆରପିଏଫ, ବିଏସଏଫ, ଏସଏସବି ରହିବ । ଏହି କେନ୍ଦ୍ରୀୟ ଫୋର୍ସ ସ୍ଥାନୀୟ ପୋଲିସ ଓ ପ୍ରଶାସନର ତତ୍ବାବଧାନରେ ସେଠାରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତି ବଜାୟ ରଖିବା ପ୍ରକ୍ରିୟା ପାଇଁ କାର୍ଯ୍ୟ କରିବ ।

ଏବେ ମଣିପୁରରେ ପୂର୍ବାପେକ୍ଷା ସ୍ଥିତିରେ ସ୍ବାଭାବିକତା ଆସିବାରେ ଲାଗିଛି । ନିକଟରେ ନୂତନ ଭାବେ କେଉଁଠାରେ ହିଂସା ଦେଖିବାକୁ ମିଳିନାହିଁ । ସୁରକ୍ଷା ବଳର ମୁତୟନ ବଢାଯିବା ସହ ହିଂସା ମାମଲାର ତଦନ୍ତ ମଧ୍ୟ ଜାରି ରହିଛି । ମଣିପରୁରେ ହୋଇଥିବା 11 ମହିଳା ବିରୋଧୀ ଜଘନ୍ୟକାଣ୍ଡ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଦନ୍ତ କରୁଛି । ଏହି ମାମଲାରେ ଗଣଦୁଷ୍କର୍ମ ଓ ଭାଇରାଲ ଭିଡିଓ କାଣ୍ଡ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :-ଅନୁପ୍ରବେଶ ଉଦ୍ୟମ ବେଳେ ଟଳିଲେ ୨ ଆତଙ୍କୀ

ଜଣେ ଲେଖାଏଁ ଆଇପିଏସ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜିଲ୍ଲା ସ୍ତରରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ଗଠନ କରାଯାଇ ତଦନ୍ତ କରାଯାଉଛି । ହିଂସାର ଶିକାର ହୋଇଥିଲେ , ପୋଲିସରେ ଅଭିଯୋଗ କରିବା ପାଇଁ ମଧ୍ୟ ପୋଲିସ ପକ୍ଷରୁ ମହିଳାମାନଙ୍କୁ ସଚେତନ କରାଯାଉଛି । ଏବେ ସୁଦ୍ଧା ଅନେକମାତ୍ରାରେ ନୂଆ ମାମଲାରେ ମଧ୍ୟ ପଞ୍ଜୀକୃତ ହୋଇଛି । ନିଜେ ସର୍ବୋଚ୍ଚ କୋର୍ଟ ମଣିପୁର ସ୍ଥିତି ଉପରେ ନଜର ରଖିଥିବା ସହ ଏହି ମାମଲାର କ୍ରମାଗତ ଶୁଣାଣି ମଧ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.