ETV Bharat / bharat

Monkeypox: ଦିଲ୍ଲୀରେ ପ୍ରଥମ ସଂକ୍ରମିତ ଚିହ୍ନଟ, ଆଜି କେନ୍ଦ୍ରର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ - ମଙ୍କିପକ୍ସ ନେଇ ଉଚ୍ଚସ୍ତରୀୟ ବୈଠକ

ମଙ୍କିପକ୍ସକୁ ନେଇ ବଢୁଛି ଚିନ୍ତା । ଅପରାହ୍ନରେ କେନ୍ଦ୍ରର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଦିଲ୍ଲୀରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ 4କୁ ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

Monkeypox: ଦିଲ୍ଲୀରେ ପ୍ରଥମ ସଂକ୍ରମିତ ଚିହ୍ନଟ, ଆଜି କେନ୍ଦ୍ରର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

author img

By

Published : Jul 24, 2022, 4:08 PM IST

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇବାରେ ଲାଗିଛି ମଙ୍କିପକ୍ସ ସଂକ୍ରମଣ । ତେବେ ଆଜି ରାଜଧାନୀ ଦିଲ୍ଲୀରେ ପ୍ରଥମ ସଂକ୍ରମଣ ମାମଲା ସହ ଦେଶରେ ମୋଟ୍‌ ସଂକ୍ରମଣ ମାମଲା 4ରେ ପହଞ୍ଚିବା ପରେ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ମଙ୍କିପକ୍ସ ସଂକ୍ରମଣ ସାମ୍ପ୍ରତିକ ସ୍ଥିତି ନେଇ ଆଜି (ରବିବାର) ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସରକାର । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (Directorate General of Health Services (DGHS) ଦ୍ବାରା ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଦିଲ୍ଲୀରେ ଜଣେ 34 ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4କୁ ବୃଦ୍ଧି ପାଇଛି । ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ତାଙ୍କ ଠାର ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନକୁ ପଠାଯାଇଥିଲା । ସେ ମଙ୍କିପକ୍ସରେ ସଂକ୍ରମତି ଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ସଙ୍ଗେରୋଧରେ ଚିକିତ୍ସା କରାଯାଉଛି ।

ଦିଲ୍ଲୀରେ ଆଜି ମଙ୍କିପକ୍ସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଅତ୍ୟଧିକ ଚିନ୍ତିତ ନହେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ମଧ୍ୟ ମଙ୍କିପକ୍ସ ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ସଙ୍ଗରୋଧ କେନ୍ଦ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଲକ୍ଷଣ ପ୍ରକାଶ ପାଇଲେ ପରୀକ୍ଷା କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି । ଭାରତରେ ମଙ୍କିପକ୍ସର କ୍ରମାଗତ 3 ମାମଲା କେରଳରେ ଚିହ୍ନଟ ହୋଇଥିଲା । ପରେ ଦିଲ୍ଲୀକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4କୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଠନ୍ତୁ:-Monkeypox: 70 ଦେଶକୁ ବ୍ୟାପିଲାଣି ସଂକ୍ରମଣ, ବୈଶ୍ୱିକ ଏମରଜେନ୍ସି ଘୋଷଣା କଲା WHO

ତେବେ ବର୍ତ୍ତମାନ ବିଶ୍ବର ପ୍ରାୟ 70ଟି ଦେଶରେ ଏହି ଭୂତାଣୁରେ ସଂକ୍ରମିତ ଚିହ୍ନଟ ହୋଇସାରିଲାଣି । ଗତକାଲି (ଶନିବାର) ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହାକୁ ଗ୍ଲୋବାଲ ଏମରଜେନ୍ସି ଘୋଷଣା କରିସାରିଛି । ବିଭିନ୍ନ ଦେଶମାନେ ନିଜ ଆଡୁ ସଂକ୍ରମଣ ରୋକିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରନ୍ତୁ ବୋଲି ମଧ୍ୟ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.