ETV Bharat / bharat

ବଜେଟ ଅଧିବେଶନର ଦିନକ ପରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ - ଜାନୁଆରୀ 29ରେ ସଂସଦର ବଜେଟ ଅଧିବେଶନ

ଜାନୁଆରୀ 29ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଏହାର ଦିନକ ପରେ ଅର୍ଥାତ ଜାନୁଆରୀ 30ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହେବ ।

ଜାନୁଆରୀ 30ରେ ସର୍ବଦଳୀୟ ବୈଠକ, ଅଧକ୍ଷତା କରିବେ ପ୍ରଧାନମନ୍ତ୍ରୀ

author img

By

Published : Jan 20, 2021, 11:12 AM IST

ନୂଆଦିଲ୍ଲୀ: ଜାନୁଆରୀ 29ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଏହାର ଦିନକ ପରେ ଅର୍ଥାତ ଜାନୁଆରୀ 30ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଭର୍ଚୁଆଲ ମାଧ୍ୟରେ ବୈଠକ ଅନୁଷ୍ଠିତ ହେବ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା । ତେବେ ଅଧିବେଶନରେ ବିରୋଧୀଙ୍କ ସହଯୋଗ ଲୋଡିବେ ସରକାର ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଥାୱରଚାନ୍ଦ ଗେହଲୋଟ୍, କେନ୍ଦ୍ର ରେଳ ଓ ଖାଉଟି ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଭି ମୁରଲୀଧରନ୍ ପ୍ରମୁଖ ଯୋଗ ଦେବେ। ଏହାସହ ଉଭୟ ଗୃହରୁ ସମସ୍ତ ରାଜନୈତିକ ଦଳର ନେତାମାନେ ମଧ୍ୟ ଉପସ୍ଥିତ ରହିବେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଜାନୁଆରୀ 30 ସକାଳ 11.30ରେ ସର୍ବଦଳୀୟ ବୈଠକ ପାଇଁ ଡକରା ଦିଆଯାଇଛି । ତେବେ ଚଳିତବର୍ଷ ବିରୋଧୀଙ୍କ ନିକଟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । କୃଷି ଆଇନ, ହ୍ବାଟ୍ସଆପ ପ୍ରସଙ୍ଗ, କୋଭିଡ ଟିକା, ପଶ୍ଚିମବଙ୍ଗ ରାଜନୀତି ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ।

ସୂଚନାନୁଯାୟୀ, ସଂସଦର ବଜେଟ ଅଧିବେଶନରେ ପ୍ରଶ୍ନକାଳ ରହିବ । ସମସ୍ତ ସାଂସଦଙ୍କୁ କୋଭିଡ ପରୀକ୍ଷା କରାଇବାକୁ ଅନୁରୋଧ କରାଯିବ । ସଂସଦ ପରିସରରେ 27 ଓ 28 ଜାନୁଆରୀରେ ଆରଟି-ପିସିଆର ଯାଞ୍ଚ କରାଯିବ । କର୍ମଚାରୀଙ୍କ ପାଇଁ ମଧ୍ୟ ଆରଟିପିସିଆର ଯାଞ୍ଚର ବ୍ୟବସ୍ଥା ରହିଛି । ରାଜ୍ୟସଭା ଗୃହକାର୍ଯ୍ୟ ସକାଳ 9ଟାରୁ ଆରମ୍ଭ ହୋଇ ଦିନ 2ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଲୋକସଭାର ଗୃହକାର୍ଯ୍ୟ ଅପରାହ୍ନ 4ଟାରୁ ଆରମ୍ଭ ହୋଇ ରାତି 8ଟା ପର୍ଯ୍ୟନ୍ତ ଜାରି ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.