ETV Bharat / bharat

Article 370 ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାବଦକୁ ଖର୍ଚ୍ଚ ହେଲାଣି ୯ ହଜାର କୋଟି - ଜାମ୍ମୁ କାଶ୍ମୀର ଧାରା ୩୭୦ ଉଚ୍ଛେଦ

କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ପରେ ସୁରକ୍ଷା ବ୍ୟବସ୍ଥା ବାବଦକୁ ଖର୍ଚ୍ଚ ହେଲାଣି ୯ ହଜାର କୋଟିରୁ ଉର୍ଦ୍ଧ୍ବ । ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

370 ଉଚ୍ଛେଦ 2021 ପର୍ଯ୍ୟନ୍ତ ପରେ ଘାଟିରେ ସୁରକ୍ଷା ବାବଦକୁ ଖର୍ଚ୍ଚ ହେଲାଣି 9ହଜାର କୋଟି

author img

By

Published : Apr 30, 2022, 5:41 PM IST

ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ(Article 370) ପରେ ୨୦୨୧ ପର୍ଯ୍ୟନ୍ତ ଅର୍ଥାତ ୨୮ ମାସ ମଧ୍ୟରେ ଘାଟିରେ ସୁରକ୍ଷା ବାବଦକୁ କେନ୍ଦ୍ର ସରକାର ଖର୍ଚ୍ଚ କଲେଣି ୯ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଏହି ରାଶି ଜମ୍ମୁ କାଶ୍ମୀର ସରକାରଙ୍କୁ ସୁରକ୍ଷା (Security in JK) ସମ୍ପର୍କିତ ଖର୍ଚ୍ଚ ଯୋଜନା ଅଧୀନରେ କେନ୍ଦ୍ର ପ୍ରଦାନ କରିଥିବା ଜଣାପଡିଛି । ୨୦୧୯ ଅଗଷ୍ଟ ୫ ତାରିଖରେ କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା-୩୭୦ ଉଚ୍ଛେଦ ପରେ ଏହି ରାଶି ଖର୍ଚ୍ଚ ହୋଇଛି ।

୨୦୧୯ ଅଗଷ୍ଟ ୫ ରେ ଜମ୍ମୁ କାଶ୍ମୀରରୁ ଧାରା- ୩୭୦ ଓ ୩୫ (A) ହଟାଇ ଦେଇଥିଲେ କେନ୍ଦ୍ର ସରକାର । ଏଥିସହ ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ମଧ୍ୟ ପ୍ରତ୍ୟାହାର କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି । ତେବେ ଉଚ୍ଛେଦ ପରେ ଘାଟିରେ ଶାନ୍ତି ବଜାୟ ରଖିବା ସହ ସୁରକ୍ଷାକୁ ଆହୁରି ସୁଦୃଢ କରିବାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଏହି କାରଣରୁ ଗତବର୍ଷ (୨୦୨୧) ସୁଦ୍ଧା ମୋଟ ୯,୧୨୦.୬୯ କୋଟି ଟଙ୍କା କାଶ୍ମୀରରେ ସୁରକ୍ଷା ବାବଦକୁ ଦିଆଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ।

କେବଳ ସୁରକ୍ଷା ନୁହେଁ ବରଂ ଧାରା ୩୭୦ ଉଚ୍ଛେଦ ପରେ ଘାଟିର ବିକାଶ ଲାଗି ମଧ୍ୟ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏକାଧିକ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ପ୍ରାୟ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ନବୀକରଣ ଶକ୍ତି, ଶିକ୍ଷା ସ୍ବାସ୍ଥ୍ୟ, ଜଳ ସମ୍ପଦ, ସହରାଞ୍ଚଳ ବିକାଶ, ସୁରକ୍ଷା, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପରେ ଏହି ଅର୍ଥରାଶି ଖର୍ଚ୍ଚ ହେବ, ଯାହା କାଶ୍ମୀରକୁ ବିକାଶ ଧାରାରେ ଆଗକୁ ବଢାଇବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.