ETV Bharat / bharat

Booster Dose: ବଦଳିଲା ନିୟମ, ଏଣିକି ୬ମାସ ପରେ ନେଇପାରିବେ ବୁଷ୍ଟର ଡୋଜ

author img

By

Published : Jul 7, 2022, 8:02 AM IST

ଧିରେ ଧିରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ବୁଷ୍ଟର ଡୋଜ ପାଇଁ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଷ୍ଟର ଡୋଜ ବ୍ୟବଧାନକୁ ୯ ମାସରୁ ହ୍ରାସ କରି ୬ ମାସ କରିଛନ୍ତି । ଅଧିକ ପଢନ୍ତୁ

ବଦଳିଲା ବୁଷ୍ଟର ଡୋଜ ନିୟମ, ଏଣିକି ୬ମାସ ପରେ ନେଇପାରିବେ ଟିକା

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ସଂକ୍ରମଣ । ଧିରେ ଧିରେ ମାମଲା ବୃଦ୍ଧି ପାଉଥିବା ବେଳେ ବୁଷ୍ଟର ଡୋଜ ପାଇଁ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଦ୍ବିତୀୟ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବା ପାଇଁ ନିୟମ ରହିଥିବା ବେଳେ ବର୍ତ୍ତମାନ ସମୟସୀମାରେ ପରିବର୍ତ୍ତମ କରାଯାଇଛି । ଏବେ ଦ୍ବିତୀୟ ଡୋଜ ନେବାର ୬ ମାସ ପରେ ପ୍ରତିଷେଧମୂଳକ ଟିକା(Booster Dose) ନେଇପାରିବେ । ଏନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରର ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଟୀକାକରଣ ଉପରେ ସରକାର ଗଠନ କରିଥିବା ବିଶେଷଜ୍ଞ କମିଟି(ଏନଟିଏଜିଆଇ)ଙ୍କ ସୁପାରିସ କ୍ରମେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । କୋଓ୍ବିନ ପୋର୍ଟାଲରେ ମଧ୍ୟ ଏନେଇ ପରିବର୍ତ୍ତନ କରାଯିବ । ବର୍ତ୍ତମାନ ୧୮ରୁ ୫୯ ବୟସର ବ୍ୟକ୍ତି ଦ୍ବିତୀୟ ଡୋଜ ନେବାର ୬ ମାସ କିମ୍ବା ୨୬ ସପ୍ତାହ ପରେ କୌଣସି ଘରୋଇ ଚିକିତ୍ସା କେନ୍ଦ୍ରରେ ବୁଷ୍ଟର ଡୋଜ ନେଇପାରିବେ । କିନ୍ତୁ ୬୦ ବୟସରରୁ ଉର୍ଦ୍ଧ୍ବ ବୟସ୍କମାନେ, ସ୍ୱାସ୍ଥ୍ୟକର୍ମୀମାନେ ଓ କୋରୋନା ଯୋଦ୍ଧାମାନେ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ କୌଣସି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି ବୁଷ୍ଟର ଡୋଜ ମାଗଣାରେ ନେଇପାରିବେ ବୋଲି କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବିଶ୍ୱ ସ୍ତରରେ ମିଳିଥିବା ପ୍ରମାଣ ଅନୁସାରେ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅନ୍ ଇମ୍ୟୁନାଇଜେସନ (NTAGI)ର ଷ୍ଟାଡିଂ ଟେକ୍ନିକାଲ ସବ କମିଟି(STSC) ପୂର୍ବ ପରାମର୍ଶରେ ସଂଶୋଧନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.