ETV Bharat / bharat

Same Sex Marriage: ଭାରତୀୟ ପାରିବାରିକ ଢାଞ୍ଚାର ବିପରୀତ ଦର୍ଶାଇ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ କେନ୍ଦ୍ରର ବିରୋଧ

author img

By

Published : Mar 12, 2023, 4:59 PM IST

ସମଲିଙ୍ଗୀ ବିବାହକୁ ସର୍ବୋଚ୍ଚ କୋର୍ଟଙ୍କ ଅନୁମତିକୁ କେନ୍ଦ୍ରର ବିରୋଧ । ଭାରତୀୟ ପାରିବାରିକ ଢାଞ୍ଚାର ବିପରୀତ ବୋଲି ଦର୍ଶାଇ ସତ୍ୟପାଠ ଦାଖଲ । ଅଧିକ ପଢନ୍ତୁ

ବିରୋଧ କଲା କେନ୍ଦ୍ର, ଭାରତୀୟ ପରିବାର କୈନ୍ଦ୍ରୀକ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସର୍ବୋଚ୍ଚ କୋର୍ଟଙ୍କ ଅନୁମତିକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସରକାର । ଏହି ସମଲିଙ୍ଗୀ ବିବାହ ପ୍ରଥା ଭାରତୀୟ ପାରିବାରିକ ଢାଞ୍ଚା ବା ଅବଧାରଣାର ବିପରୀତ ବୋଲି ଦର୍ଶାଇ କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ନେଇ ଆପତ୍ତି ଉଠାଇବା ସହ ସତ୍ୟପାଠ ଦାଖଲ କରିଛନ୍ତି । ଏହି ମାମଲା ସମ୍ପର୍କିତ 15 ପିଟିସନକୁ କେନ୍ଦ୍ର ସରକାର ବିରୋଧ କରି ଏହି ରିପୋର୍ଟ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଭାରତୀୟ ପରିବାରିକ ଢାଞ୍ଚା ପତି-ପତ୍ନୀ ଓ ସେମାନଙ୍କ ସନ୍ତାନଙ୍କ ଦ୍ବାରା ହୋଇଥାଏ । ତେବେ ସମଲିଙ୍ଗୀ ବିବାହ ଏହାର ଏକ ସମ୍ପୂର୍ଣ୍ଣ ବିପରୀତ ଧାରା । ସମଲିଙ୍ଗୀ ଯୌନ ସମ୍ପର୍କକୁ ବୈଧ ଭାବେ ଅନୁମତି ଦେବା ପାରିପାରିକ ଢାଞ୍ଚାର ବିରୋଧୀ ଅବଧାରଣା (କନସେପ୍ଟ) ବୋଲି କେନ୍ଦ୍ର ସରକାର କହିଛନ୍ତି ।

ଏଥିରେ 15ଟି ମାମଲାର ରାୟକୁ କୋର୍ଟରେ ଚ୍ୟାଲେଞ୍ଜ କରି କେନ୍ଦ୍ର 56 ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ କେନ୍ଦ୍ର ସରକାର କହିଛନ୍ତି, ଏହି ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା କରିଛନ୍ତି । କିନ୍ତୁ ଏହା ପରିବାର ସଂରଞ୍ଚନାର ବିପରୀତ । ତେଣୁ ଏହି ଅନୁମତିକୁ ଖାରଜ କରାଯିବା ଉଚିତ । ଭାରତୀୟ ସମ୍ବିଧାନରେ ମଧ୍ୟ ସମଲିଙ୍ଗୀ ବିବାହର ଉଲ୍ଲେଖ ନାହିଁ ।

ପାରିବାରିକ ଢାଞ୍ଚାରେ ଦମ୍ପତିଙ୍କ ମଧ୍ୟରେ ପୁରୁଷଙ୍କୁ ସ୍ବାମୀ ଓ ମହିଳାଙ୍କୁ ପତ୍ନୀ ଭାବେ ସ୍ଥାନ ଦିଆଯାଇଛି । ସେହି ଅନୁଯାୟୀ, ଉଭୟଙ୍କର ଆଇନଗତ ଅଧିକାର ମଧ୍ୟ ଅଛି । ସମଲିଙ୍ଗୀ ବିବାହରେ ବିବାଦ ହେଲେ ସ୍ୱାମୀ-ସ୍ତ୍ରୀଙ୍କୁ କିପରି ପୃଥକ ଭାବରେ ବିଚାର କରାଯାଇପାରିବ ବୋଲି ଦାଖଲ ସତ୍ୟପାଠରେ ପ୍ରଶ୍ନ କରିଛି କେନ୍ଦ୍ର । ଆସନ୍ତାକାଲି(ସୋମବାର) ଏହି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଭାରତୀୟ ସମାଜରେ ଏକ ପତି-ପତ୍ନୀ ଗ୍ରହଣ ପ୍ରଥା ପ୍ରାଚୀନ କାଳରୁ ପ୍ରଚଳିତ ଥିବା ବେଳେ ସମଲିଙ୍ଗୀ ବିବାହ ପରି ଅସ୍ବାଭାବିକ ଧାରାକୁ ଗ୍ରହଣ କରାଯାଇ ପାରିନାହିଁ ।

ହେଲେ କିଛି ବର୍ଷ ପୂର୍ବରୁ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ବ୍ୟକ୍ତି ସ୍ବାଧୀନତା ଯୁକ୍ତି ଆଧାରରେ ସମଲିଙ୍ଗୀ ସମ୍ପର୍କ ଓ ବିବାହକୁ ବୈଧ ବୋଲି ଦର୍ଶାଇଥିଲେ । ପ୍ରତ୍ୟେକ ବ୍ୟକ୍ତିର ଗୋପନୀୟତାର ଅଧିକାର ରହିଛି । ତେଣୁ ଇଚ୍ଛା ଅନୁସାରେ ସାଥୀ ଚୟନ କରିପାରିବା ସେମାନଙ୍କର ଅଧିକାରର ପରିସରଭୂକ୍ତ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ହେଲେ ଏହାକୁ ନେଇ କିଛି ସାମାଜିକ ସଂଗଠନ ବରୋଧ କରିବା ସହ ଏହା ଭାରତୀୟ ସମାଜରେ ବ୍ୟଭିଚାର ବୃଦ୍ଧି କରିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ ମଧ୍ୟରେ ଦେଶରେ ଅନେକ ସମଲିଙ୍ଗୀ ବିବାହ ମଧ୍ୟ ହୋଇସାରିଛି । ଏବେ ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଆପତ୍ତି ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.