ETV Bharat / bharat

ଦିଦି ଓ ମୋଦି ସରକାରଙ୍କ ମଝିରେ ଛିଡାହେଲା ପାଚେରୀ, କଣ କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର ? - ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ

ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାର ମଝିରେ ପୁଣି ଛିଡା ହୋଇଛି ପାଚେରୀ । ପ୍ରଶ୍ନ ଉଠୁଛି ଯେ କୌଣସି ରାଜ୍ୟରେ ନିଯୁକ୍ତ ଆଇଏଏସ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର କଣ କାର୍ଯ୍ୟାନୁଷ୍ଠାନ ନେଇପାରେ ? ଅଧିକ ପଢନ୍ତୁ...

ଦିଦି ଓ ମୋଦି ସରକାରଙ୍କ ମଝିରେ ଛିଡାହେଲା ପାଚେରୀ, କଣ କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର ?

author img

By

Published : May 31, 2021, 5:07 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାର ମଝିରେ ପୁଣି ଛିଡା ହୋଇଛି ପାଚେରୀ । ବାତ୍ୟା ୟସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକରେ ସାମିଲ ହୋଇନଥିବା ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲପନ ବନ୍ଦୋପାଧ୍ୟାୟଙ୍କ ଦିଲ୍ଲୀକୁ ବଦଳି କରିଦିଆଯାଇଛି । ତାଙ୍କୁ ସକାଳ 10ଟା ସୁଦ୍ଧା ଦିଲ୍ଲୀରେ ରିପୋର୍ଟ କରିବାର ଥିଲା । ହେଲେ କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ବେ ଆସିନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବ । ଏନେଇ କେନ୍ଦ୍ର ସରକାର ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ।

ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କୌଣସି ରାଜ୍ୟରେ ନିଯୁକ୍ତ ଆଇଏଏସ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର କଣ କାର୍ଯ୍ୟାନୁଷ୍ଠାନ ନେଇପାରେ ? ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବ ଆଲପନ ବନ୍ଦୋପାଧ୍ୟାୟଙ୍କୁ ରାଜ୍ୟ ସରକାରଙ୍କ କହିବାନୁଯାୟୀ କେନ୍ଦ୍ର ସରକାରଙ୍କ ସହମତି ଆଧାରରେ ତାଙ୍କ କାର୍ଯ୍ୟକାଳ ବଢାଇ ଦିଆଯାଇଥିଲା । ତେବେ ଏସବୁ ମଧ୍ୟରେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟ ଅବଧି ବୃଦ୍ଧିକୁ ରଦ୍ଦ କରିପାରେ ।

ଯଦି କୌଣସି ଅଧିକାରୀ ରାଜ୍ୟରେ ନିଯୁକ୍ତ ଅଛନ୍ତି, ତେବେ ତାଙ୍କୁ ଡେପୁଟେସନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡେ । ଏଭଳିସ୍ଥିତିରେ ରାଜ୍ୟ ଚାହିଁଲେ କେନ୍ଦ୍ର ଡେପୁଟେସନ ଆଦେଶକୁ ଅମାନ୍ୟ କରିପାରେ । କେବଳ ଏତିକି ନୁହେଁ, ଯଦି କେନ୍ଦ୍ର ରାଜ୍ୟରେ ନିଯୁକ୍ତ କୌଣସି ବି ଅଧିକାରୀଙ୍କୁ ଦିଲ୍ଲୀ ବଦଳି କରେ ତେବେ ଏଭଳି ମାମଲାରେ ମଧ୍ୟ ରାଜ୍ୟ ସରକାରଙ୍କ ସହମତି ଜରୁରୀ । ହେଲେ ଆଲପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ଦେଇ ନାହାନ୍ତି ମମତା ସରକାର ।

ଅଲ ଇଣ୍ଡିଆ ସର୍ଭିସ ରୁଲ 6(1) ଅନୁଯାୟୀ, କୌଣସି ଅଧିକାରୀଙ୍କୁ କେନ୍ଦ୍ର ଡେପୁଟେସନ ପାଇଁ ରାଜ୍ୟର ସହମତି ଜରୁରୀ । ତେବେ ଜାଣନ୍ତୁ ଆଲପନ ବନ୍ଦୋପାଧ୍ୟାୟଙ୍କ ମାମଲାରେ କେନ୍ଦ୍ର ପାଖରେ କାର୍ଯ୍ୟାନୁଷ୍ଠାନ ପାଇଁ କଣ କଣ ବିକଳ୍ପ ରହିଛି ।

  • କେନ୍ଦ୍ର ସରକାର ଆଲପନ ବନ୍ଦୋପାଧ୍ୟାୟଙ୍କ 3 ମାସର ସର୍ଭିସ ଏକ୍ସଟେନସନ ରଦ୍ଦ କରିପାରନ୍ତି ।
  • କେନ୍ଦ୍ର ପୁନର୍ବାର ବନ୍ଦୋପାଧ୍ୟାୟଙ୍କୁ ଡକାଇପାରେ ।
  • କେନ୍ଦ୍ର ସରକାର ଆଲପନ ବନ୍ଦୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇ କଣ ପାଇଁ ତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ନ ନିଆହେବ କହିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.