ETV Bharat / bharat

ସ୍କୁଲ ଖୋଲିବା ନେଇ କେନ୍ଦ୍ର ଆଣିବ ନୂଆ ଗାଇଡଲାଇନ୍ - ସ୍କୁଲ ଖୋଲିବା ନେଇ ଆସିପାରେ ନୂଆ ଗାଇଡଲାଇନ

ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ବିଦ୍ୟାଳୟ ଖୋଲୁଛି । ପୁଣି ପରିସ୍ଥିତି ବିଗିଡିଲେ ବିଦ୍ୟାଳୟ ବନ୍ଦ କରିବାକୁ ବାଧ୍ୟ ହୋଇ ନିଷ୍ପତ୍ତି ନିଆଯାଉଛି । ଦେଶରେ ଆସନ୍ତା ମାସରୁ ବିଦ୍ୟାଳୟ ଖୋଲିବା ନେଇ ଯୋଜନା ହେଉଛି । ଏନେଇ ଖୁବ ଶୀଘ୍ର କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଆଣି ପାରନ୍ତି ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ସ୍କୁଲ ଖୋଲିବା ନେଇ କେନ୍ଦ୍ର ଆଣିବ ନୂଆ ଗାଇଡଲାଇନ୍

author img

By

Published : Jan 28, 2022, 10:14 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ପାଇଁ ଅନିଶ୍ଚିନ୍ତତା ଭିତରେ ସ୍କୁଲ ପିଲାଙ୍କ ପାଠପଢା । ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ବିଦ୍ୟାଳୟ ଖୋଲୁଛି । ପୁଣି ପରିସ୍ଥିତି ବିଗିଡିଲେ ବିଦ୍ୟାଳୟ ବନ୍ଦ କରିବାକୁ ବାଧ୍ୟ ହୋଇ ନିଷ୍ପତ୍ତି ନିଆଯାଉଛି । ଦେଶରେ ଆସନ୍ତା ମାସରୁ ବିଦ୍ୟାଳୟ ଖୋଲିବା ନେଇ ଯୋଜନା ହେଉଛି । ଏନେଇ ଖୁବ ଶୀଘ୍ର କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଆଣି ପାରନ୍ତି ବୋଲି ସୂଚନା ମିଳିଛି ।

ସମସ୍ତ ବର୍ଗର ପିଲାଙ୍କ ପାଠପଢା ମହାମାରୀରେ ପ୍ରଭାବିତ ହୋଇଛି । ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ଦ୍ବାରା ପୁଣିଥରେ ସ୍କୁଲରେ ତାଲା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ମଡେଲ୍‌ ତିଆରି କରୁଛନ୍ତି । କୋଭିଡ୍‌-୧୯ର ସବୁ ନିୟମ ପାଳନ କରାଯାଇ ସ୍କୁଲରେ ପାଠପଢ଼ା ସ୍ବାଭାବିକ କରିବାକୁ ଏହି ମଡେଲ୍‌ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ଏହି ମଡେଲ୍‌ ଦ୍ବାରା ଶିକ୍ଷା ବ୍ୟବସ୍ଥା ପୁଣି ଟ୍ରାକ୍‌କୁ ଫେରିବ । ସ୍ବାସ୍ଥ୍ୟମନ୍ତ୍ରୀ ନ୍ୟାସନାଲ ଏକ୍ସପର୍ଟ ଟିମ ସହ ଆଲୋଚନା କରୁଛନ୍ତି ।

ଦେଶର କେତେକ ରାଜ୍ୟରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିଥିଲେ ମଧ୍ୟ ଅନେକ ସ୍ଥାନରେ ଆଦୌ ସ୍କୁଲ ଖୋଲିନାହିଁ । ଫଳରେ ପିଲାଙ୍କ ପାଠପଢାରେ ଅସୁବିଧା ପରିଲିକ୍ଷିତ ହୋଇଛି । କୋଭିଡ ପ୍ରୋଟୋକଲକୁ ମାନି କେନ୍ଦ୍ର ସରାକାର ପୁଣି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଦେଶରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ ଜାରି ରହିଛି । ଖୁବ ଶୀଘ୍ର ଶିଶୁଙ୍କୁ ଟୀକକରାଣ କରିବା ନେଇ ପ୍ରସ୍ତୁତି ଆରମ୍ଭ ହେବ ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.