ETV Bharat / bharat

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା; ହସ୍ପିଟାଲରେ ମକଡ୍ରିଲ ପାଇଁ ଦେଲେ ନିର୍ଦ୍ଦେଶ

Covid Review Meeting: ଦେଶର ପୁଣି ବଢ଼ୁଛି କୋଭିଡ ସଂକ୍ରମଣ । କୋଭିଡ଼ ସ୍ଥିତି ନେଇ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 20, 2023, 12:25 PM IST

Updated : Dec 20, 2023, 2:23 PM IST

ଦେଶରେ କୋଭିଡ ସ୍ଥିତି ସମୀକ୍ଷା
ଦେଶରେ କୋଭିଡ ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ପୁଣି କଡ଼ ଲେଉଟାଉଛି କୋରୋନା । କେରଳ, ଦିଲ୍ଲୀ, ଗୋଆ, କର୍ଣ୍ଣାଟକ, ଗୁଜୁରାଟ ଇତ୍ୟାଦି ରାଜ୍ୟରେ ହଠାତ୍ ସଂକ୍ରମଣ ବୃଦ୍ଧି ଚିନ୍ତା ବଢ଼ାଇଛି । ବିଶେଷକରି କେରଳରେ କୋଭିଡର ନୂଆ ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହେବା ପରେ ଏହାକୁ ନେଇ ଭୟାବହତା ଦେଖାଦେଇଛି । କୋରୋନା ସଂକ୍ରମଣ ବଢୁଥିବାରୁ ଏହାର ମୁକାବିଲା ପାଇଁ ଆଜି(ବୁଧବାର) ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭିସିରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସଚିବଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ।

ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର କୋଭିଡ ମୁକାବିଲା ପ୍ରସ୍ତୁତିରେ ସାମାନ୍ୟତମ ଢିଲା ହେବା ଅନୁଚିତ୍ । ଯେତେବେଳେ ସାର୍ବଜନିକ ସ୍ବାସ୍ଥ୍ୟ କଥା ଆସେ, ସେଥିରେ ରାଜନୀତିର କୌଣସି ସ୍ଥାନ ନାହିଁ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ । ପ୍ରଭାବିତ ରାଜ୍ୟର ହସ୍ପିଟାଲ ଗୁଡିକରେ ସ୍ବାସ୍ଥ୍ୟ ଅଧିକାରୀମାନେ ପ୍ରତି ୩ ମାସରେ ଥରେ ମକଡ୍ରିଲ କରିବା ଦରକାର । ଆମକୁ ସଜାଗ ରହିବାକୁ ହେବ, ହେଲେ ଡରିବାର ଆବଶ୍ୟକତା ନାହିଁ । ହସ୍ପିଟାଲ ଗୁଡିକରେ ପ୍ରସ୍ତୁତି, ସର୍ଭିଲାନ୍ସ ଏବଂ ଲୋକଙ୍କ ସହ ଯୋଗାଯୋଗ ବଢାଇବାକୁ ହେଲେ ମକଡ୍ରିଲ ଆୟୋଜିତ କରିବା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମାଣ୍ଡଭିୟ ।

ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଏସ୍‌ପି ସିଂହ ବଘେଲ, ଭାରତୀ ପ୍ରବୀଣ ପାୱର, ସ୍ବାସ୍ଥ୍ୟ ସଚିବ ସୁଧାଂଶୁ ପନ୍ତ, ଚିକିତ୍ସା ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ଼ ରାଜୀବ ବାହଲ, ନୀତି ଆୟୋଗ ସଦସ୍ୟ ଡ଼ ଭିକେ ପଲ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଭିଡିଓ କନଫେରନ୍ସିଂ ଜରିଆରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବ ସାମିଲ ହୋଇଥିଲେ । ମଙ୍ଗଳବାର କେରଳରେ ୨୯୨ ନୂଆ କୋଭିଡ୍‌ ମାମଲା ଚିହ୍ନଟ ଏବଂ ୩ ଜଣଙ୍କ ମୃତ୍ୟୁ ଖବର ଆସିବା ପରେ କୋଭିଡ ସ୍ଥିତିର ସମୀକ୍ଷା ପାଇଁ ଆଜି ଏହି ଉଚ୍ଚସ୍ତରୀୟ ବୈଠକ ବସିଛି । ନୂଆ ସଂକ୍ରମଣ ସହିତ କେରଳରେ ସଂକ୍ରମିତଙ୍କ ସଂଖ୍ୟା ୨,୦୪୧କୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ଭୟ ବଢାଉଛି କୋରୋନାର ନୂଆ ଭାରିଏଣ୍ଟ, ପୁଣି ମାସ୍କ ବାଧ୍ୟତାମୂଳକ

ଗତକାଲି ୩୪୧ ନୂଆ ମାମଲା ଠାବ ପରେ ଭାରତରେ ଆକ୍ଟିଭ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୨,୩୧୧ରେ ପହଞ୍ଚିଛି । ସେହିପରି ୨୭୦ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ ସୁସ୍ଥ ସଂଖ୍ୟା ୪, ୪୪,୭୦,୩୪୬ ରହିଛି । ମଙ୍ଗଳବାର କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ କହିଥିଲେ କି, ଯଦିଓ କେରଳରେ କୋଭିଡ ମାମଲା ବଢୁଛି, କିନ୍ତୁ ଚିନ୍ତା କରିବାର କିଛି କାରଣ ନାହିଁ । କାରଣ ଏହି ଭାଇରସ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ପୁରା ପ୍ରସ୍ତୁତ ଅଛି । ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସହିତ ଆଇସୋଲେସନ ୱାର୍ଡ, ରୁମ, ଅକ୍ସିଜେନ ବେଡ, ଆଇସିୟୁ ବେଡ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: କେତେ ବିପଦଜ୍ଜନକ JN.1 ? ପାରେଣ୍ଟ୍‌ ଭାରିଆଣ୍ଟଠାରୁ ପୃଥକ୍‌ ଶ୍ରେଣୀଭୁକ୍ତ କଲା WHO

ଏଠାରେ ଉଲ୍ଲେଖଯୋଗ୍ୟ, କୋଭିଡର ନୂଆ ଭାରିଆଣ୍ଟ JN.1, ଓମିକ୍ରନର ସବ୍ ଭାରିଆଣ୍ଟ BA.2.86 ବା ପିରୋଲାର ବଂଶଜ ବୋଲି ଧରାଯାଉଥିଲା । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଆଣ୍ଟ୍‌କୁ ଏବେ ପୃଥକ ଭାବରେ ଶ୍ରେଣୀଭୁକ୍ତ କରିଛି । ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରଥମେ ଆମେରିକାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହାପରେ ଗତ ୧୫ ଡିସେମ୍ବରରେ ଚୀନରେ ସମାନ ସବ ଭାରିଆଣ୍ଟର ୭ଟି ମାମଲା ଠାବ ହୋଇଥିଲା ।

Last Updated : Dec 20, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.