ETV Bharat / bharat

ଉତ୍ତରାଖଣ୍ଡ ସ୍ବାସ୍ଥ୍ୟବିଭାଗକୁ ମିଳିଲା 894 କୋଟି ଅର୍ଥରାଶି

author img

By

Published : Jun 5, 2021, 1:14 PM IST

ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗକୁ ବହୁ ଦିନ ପରେ କେନ୍ଦ୍ର ସରକାର ବଡ ସହାୟତା ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ସ୍ବାସ୍ଥ୍ୟବିଭାଗକୁ ମିଳିଲା 894 କୋଟି ଅର୍ଥରାଶି
ଉତ୍ତରାଖଣ୍ଡ ସ୍ବାସ୍ଥ୍ୟବିଭାଗକୁ ମିଳିଲା 894 କୋଟି ଅର୍ଥରାଶି

ଡେରାଡୁନ: କେନ୍ଦ୍ର ସରକାର ଉତ୍ତରାଖଣ୍ଡ ସ୍ବାସ୍ଥ୍ୟବିଭାଗକୁ ବଡ ସହାୟତା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ସହାୟତା ରାଶିରେ କେନ୍ଦ୍ର ସରକାର ରାଜ୍ୟରେ ଜନସେବା ଓ ସ୍ବାସ୍ଥ୍ୟସେବାର ଉତ୍ତମ ପରିଚାଳନା ଲାଗି ପ୍ରାୟ 894 କୋଟି ଅର୍ଥରାଶି ପ୍ରଦାନ କରିଥିବା ଜଣାପଡିଛି ।

ବହୁତ ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗକୁ ଅଧିକ ମୂଲ୍ୟର ଅର୍ଥରାଶି ପ୍ରଦାନ କରିଛନ୍ତି । ତେବେ ଏ ସମ୍ପର୍କରେ ଉତ୍ତରାଖଣ୍ଡ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ସୋନିକା ସୂଚନା ଦେଇଛନ୍ତି । ଗତ 2019-20 ଆର୍ଥିକ ବର୍ଷରେ ରାଜ୍ୟକୁ 652.49 କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ 2020-21 ଆର୍ଥିକ ବର୍ଷରେ 561.63 କୋଟି ରାଜ୍ୟକୁ ମିଳିଥିବା ସୋନିକା କହିଛନ୍ତି । ସରକାରଙ୍କ ଏହି ଅର୍ଥ ରାଜ୍ୟର ସ୍ବାସ୍ଥ୍ୟ ବିଭାଗରେ ଉନ୍ନତିରେ ସହାୟକ ହେବ ବୋଲି ସେ କହିଛନ୍ତି ।

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ କ୍ଷେତ୍ରରେ ଅଧାରେ ପଡିଥିବା ଓ ଆଗକୁ ଯୋଜନା କରାଯାଉଥିବା କାର୍ଯ୍ୟରେ ଏହି ଅର୍ଥକୁ ବିନିଯୋଗ କରାଯିବ । ଏହାସହିତ ଆଗକୁ ରାଜ୍ୟରେ ଆଉ 400 ANM ନର୍ସ ଓ 158 ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦେବ । ରାଜ୍ୟରେ 54ଟି ଡେଲିଭରୀ ପଏଣ୍ଟ ଓ 29ଟି ରେଫେରାଲ ୟୁନିଟ ମଧ୍ୟ ପ୍ରତିଷ୍ଠା କରାଯିବ । ଏହି ବଜେଟ ବିନିଯୋଗରେ 108ଟି ଗୁରୁତ୍ବପୂର୍ଣ୍ଣ ସେବା ଓ 132ଟି ନୂଆ ଆମ୍ବୁଲାନ୍ସ ସେବା ମଧ୍ୟ ଆରମ୍ଭ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.