ETV Bharat / bharat

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 26 କୋଟି ଟିକା ଦେଇଛି କେନ୍ଦ୍ର

author img

By

Published : Jun 13, 2021, 7:07 PM IST

ଭାରତ ସରକାର ଏଯାବତ ମୋଟ 26 କୋଟି ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ 26 କୋଟି ଟିକା ଦେଇଛି କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମୋଟ 26 କୋଟି ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି । ଏହି ଟିକାଗୁଡିକ ଭାରତ ସରକାର ଓ ପ୍ରତ୍ୟକ୍ଷ ରାଜ୍ୟ କ୍ରୟ ବର୍ଗ ଦ୍ବାରା ପ୍ରଦାନ କରାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏବେ ମଧ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 1 କୋଟି 53 ଲକ୍ଷ 79 ହଜାର 233 କୋଭିଡ ଟିକା ରହିଛି । ଆଉ 4 ଲକ୍ଷ ଟିକା ଆଗାମୀ 3 ଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି । ଭ୍ୟାକ୍ସିନେସନ ଡ୍ରାଇଭରେ ଏଯାବତ 25 କୋଟି 31 ଲକ୍ଷ 95 ହଜାର 48 ଭ୍ୟାକ୍ସିନ ଡୋଜ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି ।

ସେପଟେ ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଗତ 24 ଘଣ୍ଟାରେ 80 ହଜାର 834ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ 71 ଦିନ ମଧ୍ୟରେ ଏହା ସବୁଠାରୁ କମ ଦୈନିକ ପଜିଟିଭ ସଂଖ୍ୟା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ମନ୍ତ୍ରଣାଳୟ ସୂଚନା ଦେଇଛି । ବର୍ତ୍ତମାନ ଦେଶରେ 10 ଲକ୍ଷ 26 ହଜାର 159 ସକ୍ରିୟ ମାମଲା ରହିଛି । ଦୈନିକ ସଂକ୍ରମଣ ହାର 5 ପ୍ରତିଶତକୁ କମିଥିବା ବେଳେ ବର୍ତ୍ତମାନ 4.25 ପ୍ରତିଶତରେ ରହିଛି ।

ସେପଟେ ଗତ 24 ଘଣ୍ଟା ମଧ୍ୟରେ 3303 ଜଣଙ୍କର ମୃତ୍ୟୁ ଘଟିଛି । ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 70 ହଜାର 384ରେ ପହଞ୍ଚିଛି । ଅନ୍ୟପଟେ ଗତ 24 ଘଣ୍ଟାରେ 1 ଲକ୍ଷ 32 ହଜାର 62 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥହାର 95. 26 ପ୍ରତିଶତ ଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.