ETV Bharat / bharat

5 ରାଜ୍ୟର କୋଭିଡ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ - ବିଧାନସଭା ନିର୍ବାଚନ ଖବର

ଦେଶର 5 ରାଜ୍ୟର କୋଭିଡ ସାର୍ଟିଫିକେଟରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ । ଜାଣନ୍ତୁ କାହିଁକି ?

5ଟ ରାଜ୍ୟର କୋଭିଡ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

author img

By

Published : Jan 10, 2022, 6:57 AM IST

ନୂଆଦିଲ୍ଲୀ: ଦେଶର 5 ରାଜ୍ୟର କୋଭିଡ ସାର୍ଟିଫିକେଟରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ । ଯେଉଁ 5ଟି ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ହେବାର ଅଛି ସେସବୁ ରାଜ୍ୟରୁ ନରେନ୍ଦ୍ର ମୋଦିଙ୍କ ଫଟୋ ହଟିବ । ନିର୍ବାଚନ ବିଧି ଅନୁସାରେ ଏହି ନିୟମ ଲାଗୁ ହେବ ।

ଏଥିସହ ଏହି 5 ଟି ରାଜ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ, ଯୋଜନା ଘୋଷଣା କିମ୍ବା ସରକାରୀ କାର୍ଯ୍ୟ ମଧ୍ୟ କରାଯାଇ ପାରିବ ନାହିଁ । ତେବେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହିସବୁ ରାଜ୍ୟ ପାଇଁ କଟକଣା ଲଗାଯାଇଛି ।

ନିର୍ବାଚନ ଆୟୋଗ ଶନିବାର 5 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ତାରିଖ ଯାଏଁ ଭୋଟ୍ ଗ୍ରହଣ ଏବଂ ମାର୍ଚ୍ଚ ୧୦ରେ ଫଳ ପ୍ରକାଶ ପାଇବ। ତେବେ ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଟିକା ପ୍ରମାଣପତ୍ରରୁ ମୋଦିଙ୍କ ଫଟୋ ହଟାଇବା ପାଇଁ Co-WIN ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.