ETV Bharat / bharat

Covid Restrictions: କୋରୋନା କଟକଣା ହଟାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ରର ଚିଠି

ଦେଶରେ କୋରୋନାର 3ୟ ଲହର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କୋରୋନା ମହାମାରୀ ପାଇଁ ଲଗା ଯାଇଥିବା ପ୍ରତିବନ୍ଧକକୁ ପୁଣି ଥରେ ସମୀକ୍ଷା କରିବା ପାଇଁ କହିଛନ୍ତି । ଅଧିକ ପଢନ୍ତୁ

କୋରୋନା କଟକଣା ହଟାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି

author img

By

Published : Feb 17, 2022, 8:35 AM IST

ନୂଆଦିଲ୍ଲୀ: ଦେଶରେ କୋରୋନାର 3ୟ ଲହର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏହା ସତ୍ତ୍ୱେ କିଛି ରାଜ୍ୟରେ କଟକଣା ବଳବତ୍ତର ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କୋରୋନା ମହାମାରୀ ପାଇଁ ଲଗା ଯାଇଥିବା ପ୍ରତିବନ୍ଧକକୁ ପୁଣି ଥରେ ସମୀକ୍ଷା କରିବା ପାଇଁ କହିଛନ୍ତି ।

କୋରୋନା କଟକଣା ହଟାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି
କୋରୋନା କଟକଣା ହଟାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି

ସେ କହିଛନ୍ତି ସାରା ଦେଶ କୋରୋନା ସଂକ୍ରମଣ କମିବାରେ ଲାଗିଛି । ସେଥିପାଇଁ ରାଜ୍ୟମାନେ ଏହି ପ୍ରତିବନ୍ଧକର ସମୀକ୍ଷା କରିବା ସହିତ ଯଦି ଆବଶ୍ୟକ ପଡ଼େ ତେବେ ସଂଶୋଧନ କରିବା ସହ ଅତିରିକ୍ତ ପ୍ରତିବନ୍ଧକ ଗୁଡ଼ିକ ହଟାଇପାରିବେ । ସରକାରଙ୍କ ନୂଆ ନିୟମ ଅନୁସାରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସଂଗରୋଧରେ ରହିବା ନିୟମକୁ ଉଠାଇ ଦିଆଯାଇଛି ।

ଦେଶରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ସଂକ୍ରମଣ ସ୍ଥିତି, ସକ୍ରିୟ ସଂକ୍ରମଣ ସଂଖ୍ୟା, ପଜିଟିଭିଟି ହାର ଆଦିର ସମୀକ୍ଷା କରିବା ସହ ଲାଗୁ ରହିଥିବା ଅତିରିକ୍ତ କଟକଣା ଗୁଡ଼ିକୁ ପ୍ରତ୍ୟାହାର କରିନିଅନ୍ତୁ । କିନ୍ତୁ ରାଜ୍ୟମାନେ ଚିହ୍ନଟ ହେଉଥିବା ନୂଆ ସଂକ୍ରମଣ ମାମଲାର ତଦାରଖ କରିବା ଉଚିତ।

ପୂର୍ବପରି କୋଭିଡ ପରୀକ୍ଷା, ଟ୍ରାକିଂ, ଟିକାକରଣ, କୋଭିଡ ନିରୋଧୀ ଆଚରଣ ଉପରେ ଗୁରୁତ୍ବ ଜାରି ରହିବା ଉଚିତ । ସେହିପରି ରାଜ୍ୟମାନଙ୍କରେ ଯେପରି ଲୋକମାନଙ୍କର ରୋଜଗାର ଓ ଆର୍ଥିକ ଅବସ୍ଥା ବନ୍ଦ ନହେବ ସେଥିପାଇଁ ଧ୍ୟାନଦେବା ଜରୁରି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.