ETV Bharat / bharat

Rise in Covid cases: ସରିଲା ସମୀକ୍ଷା ବୈଠକ, ଟେଷ୍ଟିଂ ବୃଦ୍ଧି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ

author img

By

Published : Apr 7, 2023, 6:55 PM IST

ସରିଲା କେନ୍ଦ୍ର ସାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । କୋଭିଡ ସଂକ୍ରମଣ ଉପରମୁହାଁକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସତର୍କ ରହିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୬ହଜାର ଛୁଇଁବା ପରେ ତତ୍ପର ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ଶୁକ୍ରବାର ଅପରାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ସମୀକ୍ଷା ବୈଠକ ଡାକିଥିବା ବେଳେ ଅଣାୟତ୍ତ ସ୍ଥିତିକୁ ରୋକିବା ଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ପ୍ରସ୍ତୁତି ଆରମ୍ଭ କରିବା ସହିତ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମକଡ୍ରିଲ ନେଇ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନେକ ଦିନ ବ୍ୟବଧାନ ପରେ ଦୈନିକ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି । ଏଥିଲାଗି ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଆସନ୍ତା ୮ ଓ ୯ ତାରିଖ ଜିଲ୍ଲା ପ୍ରଶାସନ ସହିତ ପ୍ରସ୍ତୁତି ନେଇ ଆଲୋଚନା କରିବା ସହ ଏପ୍ରିଲ ୧୦ ଓ ୧୧ତାରିଖରେ ହସ୍ପିଟାଲ ଭିତ୍ତିଭୂମି ଓ ମକଡ୍ରିଲ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଶୁକ୍ରବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ଭିଡିନ କନଫରେନ୍ସିଂରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ- India Corona: ମୁଣ୍ଡ ଟେକିଲା କୋରୋନା, ଦିନକରେ ସଂକ୍ରମଣ 6 ହଜାର ପାର୍‌

ଏହି ନୂଆ କୋଭିଡ ଭାରିଏଣ୍ଟରେ ଥଣ୍ଡା ଭଳି ଅସୁସ୍ଥତା ସହିତ ଶ୍ବାସକ୍ରିୟାରେ ଅଧିକ କଷ୍ଟ ଅନୁଭବ ହେଉଛି । ଏଣୁ ପ୍ରତିଦିନ କୋଭିଡ-୧୯ ଓ ଇନଫ୍ଲୁଏଞ୍ଜା ଟେଷ୍ଟିଂକୁ ବୃଦ୍ଧି କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଟେଷ୍ଟିଂ-ଟ୍ରାକ-ଟ୍ରିଟ-ଭ୍ୟାକ୍ସିନେଟ ଓ ଅନୁକରଣ ରଣନୀତି ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୂର୍ବଭଳି କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସଠିକ ଭାବେ କୋଭିଡ ନିୟମ ପାଳନ କଲେ ସଂକ୍ରମଣକୁ ଏଡ଼ାଇ ଦିଆଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ କହିଛନ୍ତି ।

ସୂଚନା ଥାଉ କି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୫୦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ଟିଭ କେସ ୨୮ ହଜାର ୩୦୩ରେ ପହଞ୍ଚିଛି । ଗତକାଲି ସଂକ୍ରମଣ ୫ ହଜାର ପାର କରିଥିବା ବେଳେ ଆଜି ୬ ହଜାର ଛୁଇଁଛି । ଯଦି ଦୈନିକ ସଂକ୍ରମଣରେ ଏପରି ବୃଦ୍ଧି ଘରେ ତେବେ କୋରୋନାର ଚତୁର୍ଥ ଲହରକୁ ଏଡାଇ ଦିଆଯାଇ ପାରିବ ନାହିଁ । ଏହାକୁ ନେଇ ଦେଶବାସୀଙ୍କ ମନରେ ପୁଣି ଭୟ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.