ETV Bharat / bharat

SC ଓ ST ମାମଲାରେ ସକ୍ରିୟ ଭାବରେ ତଦନ୍ତ କରିବାକୁ ସମସ୍ତ ରାଜ୍ୟ ପୋଲିସକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ - ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅପରାଧ

ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନେଇ ସମସ୍ତ ରାଜ୍ୟର ପୋଲିସ ଏସ୍‌ପିଙ୍କୁ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲାକୁ ଶୀଘ୍ର ପଞ୍ଜୀକରଣ କରିବା ସହ ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ଅଧିକ ପଢ଼ନ୍ତୁ

SC ଓ ST ମାମଲାରେ ସକ୍ରିୟ ଭାବରେ ତଦନ୍ତ କରିବାକୁ ସମସ୍ତ ରାଜ୍ୟ ପୋଲିସକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

author img

By

Published : Jun 30, 2022, 10:44 PM IST

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନେଇ ସମସ୍ତ ରାଜ୍ୟର ପୋଲିସ ଏସ୍‌ପିଙ୍କୁ ଆଜି(ଗୁରୁବାର) ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲାକୁ ଶୀଘ୍ର ପଞ୍ଜୀକରଣ କରିବା ସହ ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ଏଭଳି ଅଭିଯୋଗକୁ ଗୁରୁତର ସହ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଭଲି ମାମଲାଗୁଡ଼ିକର ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ କୁହାଯାଇଛି । ତାସହିତ ମାମଲା ସହ ଜଡ଼ିତ ସାକ୍ଷ୍ୟ, ପ୍ରମାଣ, ସରକାରୀ ଓକିଲ, ପୋଲିସ ଅଧିକାରୀଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ମାମଲାଗୁଡ଼ିକର ତଦନ୍ତ ଦୁଇ ମାସରୁ ଅଧିକ ହେଲେ ଏହାକୁ ଉଚ୍ଚସ୍ତରରେ ପ୍ରତି ୩ ମାସରେ ସମୀକ୍ଷା କରିବାକୁ କୁହାଯାଇଛି । ଏହାକୁ ନେଇ ରାଜ୍ୟ ପୋଲିସ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିବାକୁ ଗୃହମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ବର୍ତ୍ତମାନଠାରୁ ଏଭଳି ମାମଲାଗୁ଼ଡ଼ିକ ଉପରେ ଗୃହ ମନ୍ତ୍ରଣାଳୟ ତୀକ୍ଷ୍ଣ ନଜର ରଖିବ । ଏଭଳି ମାମଲାକୁ ନେଇ ସମୟକ୍ରମେ ରିପୋର୍ଟ ମଧ୍ୟ ମଗାଯିବ । ଏଥିପାଇଁ ଅନୁସୂଚିତ ଜାତି ଓ ଜନଜାତି ମାମଲା ଗୁଡ଼ିକରେ ପୋଲିସ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.