ETV Bharat / bharat

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା

author img

By

Published : May 6, 2022, 10:46 AM IST

ବଢିବ ଦିଲ୍ଲୀ ବିଧାୟକଙ୍କ ମାସିକ ଦରମା । ମାସିକ ଦରମାରେ ଅନ୍ୟାନ୍ୟ ସୁବିଧାକୁ ମିଶାଇ ଏଣିକି ବିଧାୟକ ୯୦ ହଜାର ଟଙ୍କା ପାଇବେ । ପୂର୍ବରୁ ବିଧାୟକଙ୍କୁ ଏହି ବାବଦରେ ୫୪ ହଜାର ଟଙ୍କା ମିଳୁଥିଲା । ଅଧିକ ପଢନ୍ତୁ

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା
ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା

ନୂଆଦିଲ୍ଲୀ: ବଢିବ ବିଧାୟକଙ୍କ ମାସିକ ଦରମା । ଦିଲ୍ଲୀ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦିଲ୍ଲୀ ସରକାରଙ୍କୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଦିଲ୍ଲୀ ବିଧାୟକଙ୍କ ମୂଳ ଦରମା ୧୨ହଜାର ଥିବା ବେଳେ ଏହା ୨୦ ହଜାରକୁ ବୃଦ୍ଧି ହେବ । ମାସିକ ଦରମାରେ ଅନ୍ୟାନ୍ୟ ସୁବିଧାକୁ ମିଶାଇ ଏଣିକି ବିଧାୟକ ୯୦ ହଜାର ଟଙ୍କା ପାଇବେ । ପୂର୍ବରୁ ବିଧାୟକଙ୍କୁ ଏହି ବାବଦରେ ୫୪ ହଜାର ଟଙ୍କା ମିଳୁଥିଲା ।

୨୦୧୫ ମସିହାରେ ଏନେଇ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ସରକାର ପଠାଇଥିଲେ । କିନ୍ତୁ ସେତେବେଳେ କେନ୍ଦ୍ର ଏହାକୁ ଅନୁମୋଦନ କରିନଥିଲା । ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ କହିବା ଅନୁଯାୟୀ, ‘କେନ୍ଦ୍ରରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇ ନାହିଁ । ତେବେ ଏହା ପୂର୍ବରୁ ୨୦୧୧ ମସିହାରେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ୧୧ ବର୍ଷ, ପରେ ଏତେ କମ ଦରମା ବୃଦ୍ଧି ଗ୍ରହଣୀୟ ନୁହେଁ । ଦିଲ୍ଲୀ ବିଧାୟକମାନେ ମଧ୍ୟ ଅନ୍ୟ ରାଜ୍ୟ ପରି ସମାନ ଦରମା ଏବଂ ଭତ୍ତା ପାଇବା ଉଚିତ ବୋଲି ସେ କହିଛନ୍ତି ।’

କେନ୍ଦ୍ରର ଅନୁମୋଦନ ପରେ ବର୍ତ୍ତମାନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଲ୍ ଦିଲ୍ଲୀ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଅଣାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.