ETV Bharat / bharat

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ଦେଶ - ସଂଗ୍ରାମୀ ବିର୍ସା ମୁଣ୍ଡା ଜୟନ୍ତୀ

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ସଂଗ୍ରାମୀ ଜନ୍ମ ଜୟନ୍ତୀରେ ଆୟୋଜିତ ହେବ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ଦେଶ

author img

By

Published : Nov 10, 2021, 6:15 PM IST

ନୂଆଦିଲ୍ଲୀ: ଓଡିଶାର ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ନଭେମ୍ବର 15 ତାରିଖକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ସମଗ୍ର ଦେଶ । ତେବେ ଆଜି (ବୁଧବାର) ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ଗଣମାଧ୍ୟମକୁ ସୂଚନା ଦେଇ ଅନୁରାଗ କହିଛନ୍ତି, ଆଦିବାସୀଙ୍କ ଗୌରବମୟ ଇତିହାସ, ସଂସ୍କୃତି ଏବଂ ସଫଳତାକୁ ସ୍ମରଣୀୟ କରିବା ପାଇଁ ଯୋଜନା କରିଛନ୍ତି ଭାରତ ସରକାର । ଏଥିପାଇଁ ମହାନ ଜନଜାତି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର 15 ରୁ 22 ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଏହାକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ଦେଶବ୍ୟାପୀ ପାଳନ ହେବ । ଏଥିରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ମଧ୍ୟ ରହିଛି ।

ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା, ୧୮୭୫ ମସିହା ନଭେମ୍ବର 15ରେ ମୁଣ୍ଡା ଜନଜାତି ବର୍ଗରେ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶ ଶାସନ କାଳର ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ସେ ବର୍ତ୍ତମାନର ଓଡିଶା, ବିହାର ଏବଂ ଝାଡଖଣ୍ଡର ଆଦିବାସୀ ବହୁଳ ଅଞ୍ଚଳରେ ଆଦିବାସୀ ସମାଜରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇଥିଲେ ।

ସ୍ବାଧୀନତା ଆନ୍ଦୋଳନ ବ୍ୟତୀତ ସାମାଜିକ ସଂସ୍କାର ଆନ୍ଦୋଳନରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଜନଜାତି ନାୟକଙ୍କ ଜନ୍ମଦିନକୁ ସମଗ୍ର ଦେଶରେ ବିର୍ସା ମୁଣ୍ଡା ଜୟନ୍ତୀ ଭାବରେ ପାଳନ କରାଯାଇ ଆସୁଛି । ତେବେ କେନ୍ଦ୍ର କ୍ୟାବିନେଟର ଏହି ଅନୁମୋଦନ ପରେ ଏହାକୁ ସାରା ଦେଶରେ ‘ଜନଜାତୀୟ ଗୌରବ ଦିବସ’ ପାଳନ କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.