ETV Bharat / bharat

Law Commission: ଆଇନ କମିଶନ ଗଠିତ, ଜଷ୍ଟିସ୍ ଋତୁରାଜ ଅୱସ୍ତି ଅଧ୍ୟକ୍ଷ ନିଯୁକ୍ତ

ଦୀର୍ଘ 4 ବର୍ଷ ପରେ କେନ୍ଦ୍ର ସରକାର 22ତମ ଲ କମିଶନ ବା ଆଇନ କମିଶନ ଗଠନ କରିଛନ୍ତି । ଜଷ୍ଟିସ୍ ଋତୁରାଜ ଅୱସ୍ତିଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ

ଜଷ୍ଟିସ୍ ଋତୁରାଜ ଅୱସ୍ତି ଅଧ୍ୟକ୍ଷ ନିଯୁକ୍ତ
ଜଷ୍ଟିସ୍ ଋତୁରାଜ ଅୱସ୍ତି ଅଧ୍ୟକ୍ଷ ନିଯୁକ୍ତ
author img

By

Published : Nov 8, 2022, 1:12 PM IST

ନୂଆଦିଲ୍ଲୀ: ଅନେକ ଦିନର ଅପେକ୍ଷା ପରେ ଲ' କମିଶନ ଗଠନ ହୋଇଛି । ଦୀର୍ଘ 4 ବର୍ଷ ପରେ କେନ୍ଦ୍ର ସରକାର 22ତମ ଲ କମିଶନ ବା ଆଇନ କମିଶନ ଗଠନ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅୱସ୍ତିଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • The Central Govt is pleased to appoint Justice Rituraj Awasthi, Retired HC Chief Justice as Chairperson, Law Commission of India and Justice KT Sankaran, Prof. Anand Paliwal, Prof. DP Verma, Prof.(Dr) Raka Arya and Shri M. Karunanithi as Members of the Commission.

    — Kiren Rijiju (@KirenRijiju) November 7, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଅଧ୍ୟକ୍ଷ ଓ କମିଶନର ସଦସ୍ୟଙ୍କ ନାମ ସୂଚିତ କରିଛନ୍ତି । ଜଷ୍ଟିସ ଅୱସ୍ତି 2011 ଅକ୍ଟୋବରରୁ 2022 ଜୁଲାଇ ପର୍ଯ୍ୟନ୍ତ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । ହିଜାବ ମାମଲାର ଶୁଣାଣି କରି ହିଜାବ ଇସଲାମବାଦର ଏକ ଅନିବର୍ଯ୍ୟ ବ୍ୟବସ୍ଥା ନୁହେଁ ବୋଲି ତାଙ୍କ ନେତୃତ୍ବଧୀନ ଖଣ୍ଡପୀଠ ରାୟ ଶୁଣାଣିଥିଲା । ଆଇନ କମିଶନ ସଦସ୍ୟ ଭାବେ କେରଳ ହାଇକୋର୍ଟର ପୂର୍ବଚନ ବିଚାରପତି କେ.ଟି ଶଙ୍କରନ, ପ୍ରଫେସର ଆନନ୍ଦ ପଲିୱାଲ, ପ୍ରଫେସର ଡି.ପି ବର୍ମା, ପ୍ରଫେସର ଡକ୍ଟର ରାକା ଆର୍ଯ୍ୟ ଏବଂ ଏମ. କରୁଣାନିଧିଙ୍କୁ ସଦସ୍ୟ ଭାବେ ନିଯୁକ୍ତ ମିଳିଛି ।

ଏହା ବି ପଢନ୍ତୁ...ବିମୁଦ୍ରୀକରଣକୁ ୬ ବର୍ଷ: ଏବେବି ରେକର୍ଡ ସ୍ତରରେ ନଗଦ ଟଙ୍କା କାରବାର

21ତମ ଲ ବା ଆଇନ କମିଶନ ପଦରୁ ଜଷ୍ଟିସ ବି.ଏସ ଚୌହାନ ଅବସର ନେବା ପରେ 2018 ଅଗଷ୍ଟ 31ରୁ ଲ କମିଶନ ପଦ ଖାଲି ପଡିଥିଲା । ଲ କମିଶନ ଗଠନ ବିଳମ୍ବକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ବିଚାରଧୀନ ରହିଛି । ସୋମବାର 22ତମ ଲ କମିଶନ ଗଠନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.