ETV Bharat / bharat

'2022 ସୁଦ୍ଧା ପ୍ରତ୍ୟେକ ପିଲାଙ୍କୁ ମିଳିବ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ, ଶିକ୍ଷା ଓ ପୃଷ୍ଟିକର ଖାଦ୍ୟ ' - Centre aims to provide adequate health

ଦେଶର ପ୍ରତ୍ୟେକ ଶିଶୁଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପୁଷ୍ଟିକର ଖାଦ୍ୟର ସୁବିଧା 2022 ସୁଦ୍ଧା ଯୋଗାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନ। ଅଧିକ ପଢନ୍ତୁ...

'2022 ସୁଦ୍ଧା ପ୍ରତ୍ୟେକ ପିଲାଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ, ଶିକ୍ଷା ଯୋଗାଇବାକୁ କେନ୍ଦ୍ରର ଲକ୍ଷ୍ୟ'

author img

By

Published : Jan 31, 2021, 11:45 AM IST

ନୂଆଦିଲ୍ଲୀ: 2022 ସୁଦ୍ଧା ଦେଶର ପ୍ରତ୍ୟେକ ଶିଶୁଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପୁଷ୍ଟିକର ଖାଦ୍ୟର ସୁବିଧା ମିଳିବ। କେନ୍ଦ୍ର ସରକାର ଏନେଇ ପ୍ରତିଶୃତି ବଦ୍ଧ ଥିବାବେଳେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନ ।

ବ୍ରିଟିଶ୍ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆନ୍ ଅରିଜିନ୍ (ୱେଲ୍ସ) ର ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ ଏପରି କହିଛନ୍ତି । ଏହାସହ ଦେଶ 75ତମ ସ୍ବାଧୀନତା ଦିବସ ପାଳନ କରିବା ସମୟରେ ନୂତନ ଭାରତରେ କେବଳ ଜାତୀୟତା ଏବଂ ମାନବବାଦ ପ୍ରାଧାନ୍ୟ ବିସ୍ତାର କରିବ।

"ଯେତେବେଳେ ଆମେ 2022ରେ 75ତମ ସ୍ବାଧୀନତା ବର୍ଷରେ ପ୍ରବେଶ କରିବୁ, ଆମେ ନିଶ୍ଚିତ ଭାବରେ ଭାରତକୁ ଏକ ନୂତନ ଭାରତ ଦେବୁ । ଯେଉଁଠାରେ ଆମର ପ୍ରତ୍ୟେକ ଶିଶୁଙ୍କ ପାଇଁ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପୁଷ୍ଟିକର ସୁବିଧା ଏବଂ ମହିଳାଙ୍କ ପାଇଁ ନିରାପତ୍ତା ରହିବ। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି ।

ଏହି ସମ୍ମିଳନୀରେ କୋଭିଡ୍ 19ର ପ୍ରଭାବକୁ ହ୍ରାସ କରିବାରେ ସେ ଭାରତର ସଫଳତାକୁ ଆଲୋକିତ କରି କହିଛନ୍ତି ଯେ ଏହା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରାଥମିକ ଉପାୟ, ଯତ୍ନଶୀଳ ନୀରିକ୍ଷଣ ଏବଂ ଯୋଗାଯୋଗ ଅନୁସନ୍ଧାନ ଯାହା ଭାରତକୁ ବହୁତ ସାହାଯ୍ୟ କରିଛି।

ସେ କହିଛନ୍ତି, "ମହାମାରୀ ସମୟରେ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଭୂତାଣୁକୁ ଶେଷ କରିବା ପାଇଁ ଭାରତ ବିଶ୍ବର ପ୍ରଥମ କେତେକ ଦେଶ ମଧ୍ୟରେ ରହିଛି। ମହାମାରୀ ସମୟରେ ଆମ ଦେଶ 150ରୁ ଊର୍ଦ୍ଧ୍ବ ଦେଶକୁ ଔଷଧ ଏବଂ ସହାୟତା ଯୋଗାଇ ଦେଇଥିଲା।"

ଟୀକା ପ୍ରସ୍ତୁତ କରିବାରେ ଦେଶର ବୈଜ୍ଞାନିକଙ୍କ ଉଦ୍ୟମ ଏବଂ ଅବଦାନକୁ ସେ ଆହୁରି ପ୍ରଶଂସା କରି କହିଛନ୍ତି, "ଆମର ବୈଜ୍ଞାନିକମାନେ ରେକର୍ଡ ସଂଖ୍ୟକ 2 ଟି ସ୍ବଦେଶୀ ଉତ୍ପାଦିତ ଟୀକା ଯୋଗାଇବାରେ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି | ଆମ ଦେଶରେ ଚାଲିଥିବା ବିଶ୍ୱର ସର୍ବବୃହତ ଟୀକାକରଣ ଡ୍ରାଇଭ୍ ଶୀଘ୍ର ଅଗ୍ରଗତି କରୁଛି । ପ୍ରଥମ 15 ଦିନରେ 37 ଲକ୍ଷରୁ ଅଧିକ ହିତାଧିକାରୀ ଟୀକାକରଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.