ETV Bharat / bharat

100 ପ୍ରତିଶତ ବିଦ୍ୟୁତ୍‌କରଣ ହେଲା କେନ୍ଦ୍ରୀୟ ରେଳ ଜୋନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଭାରତୀୟ ରେଳ

100 ପ୍ରତିଶତ ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ କରିଛି କେନ୍ଦ୍ରୀୟ ରେଳ ଜୋନ । ପରିବେଶ ସୁରକ୍ଷା, ପ୍ରଦୂଷଣ ହ୍ରାସ ଓ ରେଳ ଚଳାଚଳରେ ସୁବିଧା ସାଙ୍ଗକୁ ଖର୍ଚ୍ଚରେ ମଧ୍ୟ ହ୍ରାସ ପାଇବା ଅନୁମାନ । ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

100 ପ୍ରତିଶତ ବିଦ୍ୟୁତିକରଣ ହେଲା କେନ୍ଦ୍ରୀୟ ରେଳ ଜୋନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Mar 12, 2023, 7:35 AM IST

ନୂଆଦିଲ୍ଲୀ: 100 ପ୍ରତିଶତ ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ କରିଛି କେନ୍ଦ୍ରୀୟ ରେଳ ଜୋନ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି (ଶନିବାର) କେନ୍ଦ୍ରୀୟ ରେଳ ଜୋନକୁ ପ୍ରଶଂସା କରିଛନ୍ତି । ଭାରତୀୟ ରେଳ ସେବାର ଏହି ଜୋନ ଏବେ ସମଗ୍ର ବ୍ରଡ ଗେଜ ନେଟୱାର୍କ ସହ ଶତ ପ୍ରତିଶତ ବିଦ୍ୟୁତକରଣ ଜୋନରେ ପିରଣତ ହେବାର ରେକର୍ଡ ହାସଲ କରିଛି । କେନ୍ଦ୍ରୀୟ ରେଳବାଇର ଏନେଇ ଏକ ଟୁଇଟ କରି କହିଛି, କେନ୍ଦ୍ରୀୟ ରେଳବାଇ ଅନୁଯାୟୀ 3,825 କିଲୋମିଟର ଦୂରତା ବିଶିଷ୍ଟ ଏହି ଜୋନରେ ସମସ୍ତ ବ୍ରଡ ଗେଜ ରୁଟରେ 100 ପ୍ରତିଶତ ରେଳ ବିଦ୍ୟୁତକରଣ ହାସଲ କରିଛି ।

ମହାରାଷ୍ଟ୍ର ସୋଲାପୁର ଡିଭିଜନରେ ଥିବା ଲାଟୁର ରୋଡ୍ (52 ଆରକେଏମ୍) ଚଳିତବର୍ଷ ଫେବୃଆରୀ 23ରେ ବିଦ୍ୟୁତକରଣ କରାଯାଇଥିଲା । କେନ୍ଦ୍ରୀୟ ରେଳ ବର୍ତ୍ତମାନ ସମସ୍ତ ବ୍ରଡ୍ ଗେଜ୍ ଲାଇନରେ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇ ପ୍ରତିବର୍ଷ 5.204 ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗତକୁ ହ୍ରାସ କରିବ ଯାହା ପରିବେଶ ପ୍ରତି ବେଶ ଅନୁକୂଳ ହେବାକୁ ଯାଉଛି । ଏହି ଡିଭିଜନରେ ଆଉ କୌଣସି ଡିଜେଲ ଲୋକୋମୋଟିଭ ବ୍ୟବହାର କରାଯିବ ନାହିଁ । କେବଳ ଇଲେଟ୍ରିକ ଲୋକୋମୋଟିଭ ଚଳାଚଳ କରିବ ।

ଏହା ବିଦ୍ୟୁତକରଣରେ ପରିଣତ ହେବା ପରେ ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବା ନେଇ କୁହାଯାଉଛି । ବାର୍ଷିକ ପ୍ରାୟ 1670 କୋଟି ଟଙ୍କା ସଞ୍ଚୟ କରିବ । ପରିବେଶ ଅନୁକୂଳ ତଥା ପ୍ରଦୂଷଣକୁ ହ୍ରାସ କରୁଥିବା ରେଳ ବିଦ୍ୟୁତିକରଣର ଗତି 2014 ଠାରୁ 9 ଗୁଣା ବେଗରେ ବୃଦ୍ଧି ପାଇଛି ବୋଲି କେନ୍ଦ୍ରୀୟ ରେଳବାଇ କହିଛି । ରେଲୱେ ବ୍ରଡ ଗେଜ୍ ରୁଟର ବିଦ୍ୟୁତିକରଣ ଫଳରେ ପରିବେଶ ପ୍ରଦୂଷଣରେ ଉଲ୍ଲେଖନୀୟ ହ୍ରାସ ଘଟିବ ବୋଲି ରେଳବାଇ କହିଛି ।

ଏହି ଜୋନରେ ହିଁ ଦେଶର ରେଳବାଇ ଇତିହାସରେ ପ୍ରଥମ ବୈଦ୍ୟୁତିକ ଟ୍ରେନ ବା ଇଲେକଟ୍ରିକ ଲୋକୋମୋଟିଭ ଚାଲିଥିଲା । ପ୍ରଥମ ବୈଦ୍ୟୁତିକ ଟ୍ରେନ୍ ଭାରତରେ ତତ୍କାଳୀନ ବମ୍ବେ ଭିକ୍ଟୋରିଆ ଟର୍ମିନାସ୍ (ବର୍ତ୍ତମାନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍) ଏବଂ କୁର୍ଲା ମଧ୍ୟରେ 1925 ଫେବୃଆରୀ 3ରେ ଚାଲିଥିଲା । ଦେଶର ଏହି ବ୍ୟସ୍ତ ବହୁଳ ରେଳ ଡିଭିଜନ ଏବେ ସମ୍ପୂର୍ଣ୍ଣ ବୈଦୁତିକ ରେଳ ଡିଭିଜନ ଭାବେ ସୁନାମ ଅର୍ଜନ କରିଛି । ପରିବେଶ ସୁରକ୍ଷା, ପ୍ରଦୂଷଣ ହ୍ରାସ ଓ ରେଳ ଚଳାଚଳରେ ସୁବିଧା ସାଙ୍ଗକୁ ଖର୍ଚ୍ଚରେ ମଧ୍ୟ ହ୍ରାସ ପାଇବା ନେଇ ରେଳବାଇ କହିଛି । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.