ETV Bharat / bharat

Gadkari gets death threats: କର୍ଣ୍ଣାଟକ ଜେଲରୁ ଆସିଥିଲା ଧମକପୂର୍ଣ୍ଣ କଲ, ପୋଲିସର ତଦନ୍ତ ଜାରି - ଗଡକରୀଙ୍କୁ ଜେଲରୁ ଧମକ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ । କର୍ଣ୍ଣାଟକ ବେଲଗାଭିରେ ଥିବା ହିନ୍ଦଲଗା ସେଣ୍ଟ୍ରାଲ ଜେଲରୁ ଆସିଥିଲା କଲ । ଜେଲରେ ସର୍ଚ୍ଚ ଅପରେସନ ଜାରି ରଖିଛି ନାଗପୁର ପୋଲିସ । ଅଧିକ ପଢନ୍ତୁ

କର୍ଣ୍ଣାଟକ ଜେଲରୁ ଆସିଥିଲା ଧମକ
କର୍ଣ୍ଣାଟକ ଜେଲରୁ ଆସିଥିଲା ଧମକ
author img

By

Published : Jan 15, 2023, 7:46 PM IST

ହାଇଦ୍ରାବାଦ: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଗତକାଲି(ଶନିବାର) ଫୋନ କଲରେ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଉକ୍ତ ଫୋନ୍‌କଲ୍‌ କର୍ଣ୍ଣାଟକର ବେଲଗାଭି ଜେଲ୍‌ରେ ଥିବା ଜଣେ ଅପରାଧୀ କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ବେଲଗାଭିରେ ଥିବା ହିନ୍ଦଲଗା ସେଣ୍ଟ୍ରାଲ ଜେଲ୍‌ର ଜଣେ ଅନ୍ତେବାସୀ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ କାର୍ଯ୍ୟାଳୟ ଲ୍ୟାଣ୍ଡ୍‌ ଫୋନ୍‌କୁ କଲ୍‌ କରି ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି ।

କର୍ଣ୍ଣାଟକ ଜେଲରୁ ଆସିଥିଲା ଧମକପୂର୍ଣ୍ଣ କଲ, ପୋଲିସର ସର୍ଚ୍ଚ ଜାରି

ତେବେ ଗତକାଲି ଘଟଣା ନେଇ ନାଗପୁର ପୋଲିସକୁ ଗଡକରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଥିଲା । ଉକ୍ତ ନମ୍ବରକୁ ସାଇବର ସେଲ ଯାଞ୍ଚ କରିବା ପରେ ଏହି କଲ ଅନ୍ୟ କୌଣସି ସ୍ଥାନରୁ ନୁହେଁ ବରଂ କର୍ଣ୍ଣାଟକ ଜେଲ୍‌ରୁ ଆସିଥିବା ଜଣାପଡିଥିଲା । ନାଗପୁର ପୋଲିସର ଏକ ଟିମ୍‌ ଗତକାଲି ହିନ୍ଦଲଗା ସେଣ୍ଟ୍ରାଲ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଦୁର୍ବୃତ୍ତକୁ ଚିହ୍ନଟ କରିବାରେ ସଫଳତା ମିଳିନଥିବା ବେଳେ ଆଜି ମଧ୍ୟ ଦ୍ବିତୀୟ ଦିନରେ ଜେଲ୍‌ରେ ଚଢ଼ାଉ ଜାରି ରହିଛି ।

ଗତକାଲି(ଶନିବାର) ନାଗପୁରର ଖାମଲା ଅଞ୍ଚଳରେ ଥିବା କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବରକୁ 3ଟି ଧମକପୂର୍ଣ୍ଣ କଲ ଆସିଥିଲା । ପୂର୍ବାହ୍ନ ପ୍ରାୟ 11.25 ରୁ 12.30 ମଧ୍ୟରେ ଏହି ତିନୋଟି ଧମକପୂର୍ଣ୍ଣ କଲ ପାଇଥିଲେ ଗଡକାରୀଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତା । ଏଥିରେ ଦୁର୍ବୃତ୍ତଜଣଙ୍କ ଚାନ୍ଦା ମାଗିବା ସହ ହତ୍ୟା ଧମକ ଦେଇଥିଲା । ତେବେ ପୋଲିସରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୋଲିସର ସାଇବର ସେଲ ଉକ୍ତ ନମ୍ବର ଓ କଲ ରେକର୍ଡ ଯାଞ୍ଚ କରିବା ଆରମ୍ଭ କରିଥିଲା । ପରେ ଏହା କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ଥିବା ହିନ୍ଦଲଗା ସେଣ୍ଟ୍ରାଲ ଜେଲରୁ ଆସିଥିବା ସ୍ପଷ୍ଟ ହୋଇଥିଲା ।

ତେବେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍‌ କରି ଦାଦାବଟି ମାଗିବା ଓ ହତ୍ୟା ଧମକ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ଜେଲ୍‌ ଭିତରେ ସଜ୍ଜା କାଟୁଥିବା ଜଣେ ଅପରାଧୀ ଏପରି କାମ କରିଥିବା ଜଣାପଡିବା ପରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଲ୍‌ରେ ଅପରାଧୀଙ୍କ ହାତରେ କିପରି ମୋବାଇଲ ଫୋନ ରହୁଛି ସେନେଇ ମଧ୍ୟ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.