ETV Bharat / bharat

ରାଜ୍ୟକୁ 1 କୋଟି 92 ଲକ୍ଷ କୋରୋନା ଭ୍ୟାକ୍ସିନ ଯୋଗାଇବ କେନ୍ଦ୍ର

author img

By

Published : May 14, 2021, 7:54 PM IST

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ 1 କୋଟି 92 ଲକ୍ଷ କୋରୋନା ଭ୍ୟାକ୍ସିନ ଯୋଗାଇବ କେନ୍ଦ୍ର । 191.99 ଲକ୍ଷ ଡୋଜ ଟିକା ମଧ୍ୟରେ 162.5 ଲକ୍ଷ କୋଭସିଲ୍ଡ ଟିକା ଏବଂ 29.49 ଲକ୍ଷ କୋଭାକ୍ସିନ ଟିକା ସାମିଲ ରହିଛି । ଅଧିକ ପଢନ୍ତୁ...

ରାଜ୍ୟକୁ 1 କୋଟି 92 ଲକ୍ଷ କୋରୋନା ଭ୍ୟାକ୍ସିନ ଯୋଗାଇବ କେନ୍ଦ୍ର
ରାଜ୍ୟକୁ 1 କୋଟି 92 ଲକ୍ଷ କୋରୋନା ଭ୍ୟାକ୍ସିନ ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇସାରିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ହେଲେ ବିଭିନ୍ନ ରାଜ୍ୟରୁ ଟିକାର ଅଭାବ ନେଇ ଆସୁଛି ଅଭିଯୋଗ । ଏହାରି ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ 1 କୋଟି 92 ଲକ୍ଷ କୋରୋନା ଭ୍ୟାକ୍ସିନ ଯୋଗାଣ କରିବ କେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି, କେନ୍ଦ୍ର ସରକାର 16ରୁ 31 ମେ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 1 କୋଟି 92 ଲକ୍ଷ କୋଭିଡ ଟିକା ଯୋଗାଇ ଦେବେ।

ଅନ୍ୟପକ୍ଷରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ ଟିକା ଆବଣ୍ଟନ ବିଷୟରେ ପୂର୍ବରୁ କୁହାଯିବ। ଆବଣ୍ଟିତ ଟିକାଗୁଡ଼ିକୁ ଯୁକ୍ତିଯୁକ୍ତ ଏବଂ ଉପଯୁକ୍ତ ଭାବରେ ବ୍ୟବହାର କରାଯିବା ଉଚିତ ଏବଂ ଟିକା ଅପଚୟକୁ କମ କରାଯିବା ଉଚିତ ବୋଲି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଅଞ୍ଚଳ ଅନୁରୋଧ କରାଯାଇଛି। 191.99 ଲକ୍ଷ ଡୋଜ ଟିକା ମଧ୍ୟରେ 162.5 ଲକ୍ଷ କୋଭସିଲ୍ଡ ଟିକା ଏବଂ 29.49 ଲକ୍ଷ କୋଭାକ୍ସିନ ଟିକା ସାମିଲ ରହିଛି ।

ସେପଟେ ଗତ ଏକ ମାସରୁ କୋରୋନା ଭାଇରସର ଦ୍ବିତୀୟ ଲହରି ମଧ୍ୟରେ ଭ୍ୟାକ୍ସିନ ଅଭାବକୁ ନେଇ ରହିଥିଲା ଚିନ୍ତା । ଭ୍ୟାକ୍ସିନ ଅଭାବ ଯୋଗୁଁ ହ୍ରାସ ପାଇଛି ଟୀକାକରଣ ଅଭିଯାନର ଗତି । ହେଲେ ଆଗାମୀ କିଛି ମାସ ମଧ୍ୟରେ ଭାରତରୁ ଦୂର ହେବ ଭ୍ୟାକ୍ସିନ ଅଭାବର ସମସ୍ୟା । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ 216 କୋଟି ଟିକା ଉତ୍ପାଦନ ହେବ ବୋଲି ନୀତି ଆୟୋଗର ସଦସ୍ୟ ଡଃ. ଭି.କେ ପଲ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.