ETV Bharat / bharat

ଆର୍ଥିକ ହେରଫେର ଅଭିଯୋଗ, କେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ କମ୍ପାନୀ ବିରୋଧରେ କେନ୍ଦ୍ରର ତଦନ୍ତ ଆରମ୍ଭ

author img

By ETV Bharat Odisha Team

Published : Jan 13, 2024, 5:10 PM IST

Central Government orders probe into Kerala CM's daughter's firm for violating laws: କେରଳ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଝିଅ ବାଣୀଙ୍କ କମ୍ପାନୀ ବିରୋଧରେ କେନ୍ଦ୍ରର ତଦନ୍ତ ନିର୍ଦ୍ଦେଶ । ସରକାରୀ କମ୍ପାନୀ ଠାରୁ ଅର୍ଥ ସଂଗ୍ରହ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ଆର୍ଥିକ ହେରଫେର ଅଭିଯୋଗ, କେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ କମ୍ପାନୀ ବିରୋଧରେ କେନ୍ଦ୍ରର ତଦନ୍ତ ନିର୍ଦ୍ଦେଶ

ଥିରୁଅନନ୍ତପୁରମ୍: ଆର୍ଥିକ ହେରଫେର ଅଭିଯୋଗରେ କେରଳ ମୁଖ୍ଯମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ତଦନ୍ତ ପରିସରକୁ ଆସିଛନ୍ତି । ବିଜୟନଙ୍କ ଝିଅ ଟି.ବୀଣାଙ୍କ ମାଲିକାନାରେ ଥିବା କମ୍ପାନୀ ’ଏକ୍ସାଲୋଜିକ’ ବିରୋଧରେ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅନ୍ୟ ଏକ କମ୍ପାନୀ ବୀଣାଙ୍କ କମ୍ପାନୀକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଇନକମ ଟ୍ୟାକ୍ସ ଅଣ୍ଟରିମ ସେଟଲେମେଣ୍ଟ ବୋର୍ଡର ତଦନ୍ତ ଅନୁଯାୟୀ, ଖଣିଜ ପଦାର୍ଥ କାରବାର କରୁଥିବା CMRL ନାମକ ସରକାରୀ କମ୍ପାନୀ ବେଆଇନ ଭାବରେ ବୀଣାଙ୍କ କମ୍ପାନୀ ’ଏକ୍ସାଲୋଜିକ’କୁ 1.72 କୋଟି ଟଙ୍କା ପ୍ରଦାନ କରିଛି ।

ଏହି ଘଟଣାରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀ ଓ ଏକ ତିନି ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଗଠିତ ହୋଇଛି । ଏହି କମିଟି ଏହି ମାମଲାରେ ବିସ୍ତୃତ ତଦନ୍ତ କରିବ । କମ୍ପାନୀ ଆକ୍ଟ-2013 ଅନୁସାରେ, ବୀଣାଙ୍କ କମ୍ପାନୀର ବ୍ୟାପାର ଓ ଆର୍ଥିକ କାରବାର ସମ୍ପର୍କରେ ଏହି ଟିମ ତଦନ୍ତ ଆରମ୍ଭ କରିସାରିଛି । ଆଦେଶ ଅନୁଯାୟୀ, ଚାରିମାସ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରାଯିବ ।

ଏହି ଉଚ୍ଚସ୍ତରୀୟ ଟିମରେ କର୍ଣ୍ଣାଟକର କମ୍ପାନି ଡେପୁଟି ରେଜିଷ୍ଟ୍ରାର ବରୁଣ ବିଏସ୍, ଚେନ୍ନାଇର କମ୍ପାନୀ ଡେପୁଟି ଡାଇରେକ୍ଟର କେ.ଏମ ଶଙ୍କର ନାରାୟଣନ ଓ ପଣ୍ଡିଚେରୀ ରେଜିଷ୍ଟ୍ରାର୍ ଅଫ୍ କମ୍ପାନୀ (ଆରଓସି) ଗୋକୁଲନାଥ ରହିଛନ୍ତି । କେରଳ ସରକାରଙ୍କ ଅଧୀନରେ ଥିବା CMRL, କେରଳ ରାଜ୍ୟ ଶିଳ୍ପ ବିକାଶ ନିଗମ (KSIDC) ଓ ଟି.ବିଣାଙ୍କ କମ୍ପାନୀ ’ଏକ୍ସାଲୋଜିକ’କୁ ଏହି ତଦନ୍ତର ପକ୍ଷଭୁକ୍ତ କରାଯାଇଛି । କୌଣସି ସେବା ପ୍ରଦାନ ନକରି ସରକାରୀ କମ୍ପାନୀ CMRL ଠାରୁ ବୀଣାଙ୍କ କମ୍ପାନୀ ମୋଟା ଅଙ୍କର ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଖଡ଼ଗେ ‘ଇଣ୍ଡିଆ’ ମେଣ୍ଟ ଅଧ୍ୟକ୍ଷ ! ଆବାହକ ପଦବୀକୁ ମନାକଲେ ନୀତିଶ

ତେବେ ଏହାକୁ ବିଜୟନଙ୍କ ପାର୍ଟି କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଖଣ୍ଡନ କରାଯାଇଛି । ବୀଣାଙ୍କ କମ୍ପାନୀ କୌଣସି ଅନୁକମ୍ପାମୂଳକ ରାଶି ସଂଗ୍ରହ କରିନାହିଁ । ତାହା ସେବା ପ୍ରଦାନ ଡିଲ ସମ୍ପର୍କିତ ଥିଲା ବୋଲି ପାର୍ଟି କହିଛି । ହେଲେ କେନ୍ଦ୍ରର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ପରେ ଏବେ ବିଜୟନଙ୍କ ଅଡୁଆ ବଢିବାକୁ ଯାଉଛି । ଝିଅଙ୍କ ମାଲିକାନାରେ ଥିବା କମ୍ପାନୀରେ ଆର୍ଥିକ ହେରଫେର ମାମଲା ବିଜୟନଙ୍କ ପାଇଁ ରାଜନୈତିକ ସମସ୍ୟା ସୃଷ୍ଟି କରିପାରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.