ETV Bharat / bharat

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଟାର୍ଗେଟ

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଦିନ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏବଂ ପେଟ୍ରୋଲ-ଡିଜେଲ ଉପରେ ଟିକସ ମାଧ୍ୟମରେ କାହିଁକି ଜନସାଧାରଣଙ୍କୁ ଲୁଟୁଛନ୍ତି ବୋଲି ପଚାରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 28, 2021, 6:25 AM IST

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ କହିଛନ୍ତି, ଯେତେବେଳେ 2013ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ 101 ଡଲାର ପ୍ରତି ବେରାଲ ଥିଲା । ଏହି ସମୟରେ ଦେଶରେ ଲୋକଙ୍କୁ ପେଟ୍ରୋଲ 66 ଟଙ୍କାରେ ଏବଂ ଡିଜେଲ 51 ଟଙ୍କା ପ୍ରତି ଲିଟର ଦରରେ ମିଳୁଥିଲା । ସେ କହିଛନ୍ତି, ସେହି ସମୟରେ କେନ୍ଦ୍ର ସରକାର ଲିଟର ପ୍ରତି ପେଟ୍ରୋଲରେ 9 ଟଙ୍କା ଏବଂ ଡିଜେଲରେ 3 ଟଙ୍କା ଟାକ୍ସ ଆଦାୟ କରାଯାଉଥିଲା ।

ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରି କହିଛନ୍ତି ଯେ, 2021ରେ କେନ୍ଦ୍ର ସରକାର ପ୍ରତି ଲିଟର ପେଟ୍ରୋଲରେ 33 ଟଙ୍କା ଏବଂ ଡିଜେଲରେ 32 ଟଙ୍କା ଟାକ୍ସ ଆଦାୟ କରୁଛନ୍ତି । ଭାଜପା ସରକାର ପେଟ୍ରୋଲ ଏବଂ ଡିଜେଲରେ 12 ଗୁଣ ଉତ୍ପାଦ ଶୁଳ୍କ ବଢାଇ ଦେଇଛନ୍ତି । ସେ ପ୍ରଶ୍ନ କରି କହିଛନ୍ତି ଯେ, କ’ଣ 2014 ପରେ ଇନ୍ଧନ ଉପରେ ଟାକ୍ସ 300 ପ୍ରତିଶତ ବୃଦ୍ଧି ନ୍ୟାୟ ସଙ୍ଗତ ?’’ କେନ୍ଦ୍ର ସରକାର ପୂର୍ବବର୍ଷ ପେଟ୍ରୋଲ ଉତ୍ପାଦନରେ 21.5 ଲକ୍ଷ କୋଟି ଟଙ୍କା ଟାକ୍ସ ଆଦାୟ କରିଛନ୍ତି । କିନ୍ତୁ, ମଧ୍ୟମ ଶ୍ରେଣୀ, ଗରିବ ଶ୍ରେଣୀ ଲୋକ ଏବଂ ବେପାରି ଶ୍ରେଣୀର ଲୋକଙ୍କୁ କ’ଣ ମିଳିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରିୟଙ୍କା କହିଛନ୍ତି, ସଙ୍କଟ ସମୟରେ ଦେଶର ଜନତାଙ୍କ ଠାରୁ ପେଟ୍ରୋଲ ଆଉ ଡିଜେଲ ଉପରେ 4 ଲକ୍ଷ କୋଟି ଟଙ୍କାର ଟେକ୍ସ ଆଦାୟ କରିଛନ୍ତି । କିନ୍ତୁ, ଆର୍ଥିକ ସମସ୍ୟା ସହ ଲଢୁଥିବା ଜନସାଧାରଣଙ୍କୁ କେତେ ସହାୟତା ପ୍ରଦାନ କରାଯାଇଛି ? ସେ ଆହୁରି କହିଛନ୍ତି ଯେ, ସରକାର ପେଟ୍ରୋଲ, ଡିଜେଲ ଉପରେ ଟାକ୍ସ ଲଗାଇ ଓ ଦର ବୃଦ୍ଧି କରି ଦେଶର ଲୋକଙ୍କୁ ଲୁଟିବାର ଜରିଆ ବନାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.