ETV Bharat / bharat

ବିବାଦୀୟ IPS ବସନ୍ତ ରଥଙ୍କୁ ବାଧ୍ୟତାମୂଳକ ଅବସର

author img

By

Published : Aug 10, 2023, 6:06 PM IST

ବିବାଦୀୟ ଓଡିଆ IPS ଅଧିକାରୀ ବସନ୍ତ କୁମାର ରଥଙ୍କୁ ବାଧ୍ୟତାମୂଳକ ଅବସର ଦେଲା କେନ୍ଦ୍ର । କାଶ୍ମୀର ପୋଲିସ ଡିଜିପିଙ୍କ ବିରୋଧରେ ଅଭିଯୋଗ କରି ହୋଇଥିଲେ ବିବାଦୀୟ । ଅଧିକ ପଢନ୍ତୁ

ଚର୍ଚ୍ଚିତ IPS ବସନ୍ତ ରଥଙ୍କୁ ବାଧ୍ୟତାମୂଳକ ଅବସର ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କାଶ୍ମୀରର ଚର୍ଚ୍ଚିତ ତଥା ବିବାଦୀୟ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଗତ ଦୁଇବର୍ଷ ଧରି ଆଇପିଏସ ରଥ ଜମ୍ମୁ କାଶ୍ମୀର ପୋଲିସ ଡିଜି ଦିଲବାଗ ସିଂଙ୍କ ବିରୋଧରେ କ୍ରମାଗତ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ । ଏହି ବିବାଦ କାରଣରୁ ତାଙ୍କୁ 2020ରେ ନିଲମ୍ବିତ କରାଯାଇଥିଲା । ପରେ ଏହି ନିଲମ୍ବନ ଆଦେଶକୁ ମଧ୍ୟ ବୃଦ୍ଧି କରାଯାଇଥିଲା । ଆଜି ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସେବାରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛି । ରଥ ହେଉଛନ୍ତି ଅରୁଣାଚଳ, ଗୋଆ, ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ (GAMUT) କ୍ୟାଡରର ପୋଲିସ ସେବାର 2000 ବ୍ୟାଚ୍‌ର ସର୍ବାଭାରତୀୟ ପୋଲିସ ସେବା ଅଧିକାରୀ ।

ଚଳିତ ମାସ (ଅଗଷ୍ଟ) 7 ତାରିଖରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ରାଷ୍ଟ୍ରପତି ଆଇପିଏସ ବସନ୍ତ ରଥଙ୍କୁ ସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ସେବାରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବଙ୍କୁ ଏକ ଆଦେଶରେ ଏହା ସ୍ପଷ୍ଟ କରିଛି । 1958 ସର୍ବଭାରତୀୟ ସେବା ଅଧିନିୟମ 16 (3) ଅନୁଯାୟୀ, ବସନ୍ତ ରଥଙ୍କୁ ତିନିମାସ ଦରମା ଏବଂ ଭତ୍ତା ଦେଇ ତୁରନ୍ତ ସାଧାରଣ ସ୍ୱାର୍ଥରେ ଅବସର ପ୍ରଦାନ କରାଯାଉଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ:-ଜମ୍ମୁ କାଶ୍ମୀରର ଓଡିଆ ଆଇପିଏସ ବସନ୍ତ ରଥ ନିଲମ୍ବିତ

ଏହା ପୂର୍ବରୁ ଏହି ଅଧିକାରୀଙ୍କୁ କେନ୍ଦ୍ର ସରକାର ନିଲମ୍ବିତ କରିଥିଲେ । ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂଙ୍କ ବିରୋଧରେ ବାରମ୍ବାର ସଙ୍ଗୀନ ଅଭିଯୋଗ ଉଠାଇ ବିବାଦୀୟ ହୋଇ ପଡିଥିଲେ ରଥ । ସେ ଦିଲବାଗ ସିଂଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ଆଣିଥିଲେ । ସେବାରେ ଥିବା ସମୟରେ ଦୁର୍ବ୍ୟବହାର କରିବା ଓ ସର୍ଭିସ କଣ୍ଡକ୍ଟରେ ଖିଲାପ କରିବା ଅଭିଯୋଗରେ 2020ରେ କେନ୍ଦ୍ର ସରକାର ନିଲମ୍ବିତ କରିଥିଲେ । ଏହା ବିରୋଧରେ ସେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କୁ ମଧ୍ୟ ଚିଠି ଲେଖିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ସେତେବେଳେ ଏହି ବିବାଦ କାରଣରୁ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ । ପରେ ତାଙ୍କ ନିଲମ୍ବନ ଆଦେଶ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଥିଲା । ତେବେ ସେ 7 ତାରିଖରେ ସେବାରୁ ବାଧ୍ୟତାମୂଳକ ଭାବେ ଅବସର ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.