ETV Bharat / bharat

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 31,51,43,490 ଡୋଜ ପଠାଇଛି କେନ୍ଦ୍ର - union govt vaccine providing update

ସାରା ଦେଶରେ କୋଭିଡ ମୁକାବିଲାରେ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ଚାଲିଥିବାବେଳେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 31,51,43,490 ଡୋଜ ଦେଇଛି କେନ୍ଦ୍ର । ସ୍ପଷ୍ଟ କଲା କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ ...

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ 31,51,43,490 ଡୋଜ ଦେଇଛି କେନ୍ଦ୍ର

author img

By

Published : Jun 27, 2021, 5:15 PM IST

ନୂଆଦିଲ୍ଲୀ : ସାରା ଦେଶରେ କୋଭିଡ ମହାମାରୀ ବିରୋଧରେ ମୁକାବିଲାର ପ୍ରମୁଖ ରଣନୀତି ପାଲଟିଛି ଟୀକାକରଣ । ତେବେ ସାରା ଦେଶରେ ଟୀକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଛି କେନ୍ଦ୍ର ସରକାର । ବର୍ତ୍ତମାନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 31କୋଟି 51ଲକ୍ଷ 43ହଜାର 490 ଡୋଜ କୋଭିଡ ଟିକା ପଠାଯାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହି ପରିମାଣର ଟିକା ଦୁଇ ପ୍ରକାରଭୁକ୍ତ ଭାବେ ରାଜ୍ୟମାନଙ୍କୁ ଯୋଗାଯାଇଛି । କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ମାଗଣା ଟିକା ଯୋଜନା ଓ ରାଜ୍ୟ ଟିକା କିଣିବା ପ୍ରକ୍ରିୟାରେ ଏହି ଟୀକା ଯୋଗାଯାଇଛି ।

ସେହିପରି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ , ବର୍ତ୍ତମାନ ସୁଦ୍ଧା ମିଳିଥିବା ଟିକାକୁ ନେଇ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବାବେଳେ ଅବଶିଷ୍ଟ 1.15 କୋଟି ଡୋଜ ରାଜ୍ୟ ଓ କେନ୍ଦ୍ର ଶସିତ ଅଞ୍ଚଳମାନଙ୍କରେ ଗଚ୍ଛିତ ରହିଛି । ସେହିପରି ଆଉ 20 କୋଟି 48 ଲକ୍ଷ 960 ଡୋଜର ଟିକା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇବା ପ୍ରକ୍ରିୟା ଜାରି ରିହଛି । ତେବେ ଆସନ୍ତା 2 ରୁ 3ଦିନ ମଧ୍ୟରେ ଏହା ଟିକା ମଧ୍ୟ ନିର୍ଦ୍ଧାରିତ ରାଜ୍ଯରେ ପହଞ୍ଚିଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 50 ହଜାର 40 କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେହିପରି ଦେଶରେ ଦେଳରେ ମୋଟ ସଂକ୍ରମଣ ମାମଲା 3 କୋଟି 2 ଲକ୍ଷ 33 ହଜାର 183ରେ ପହଞ୍ଚିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 57 ହାଜର 944 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁସ୍ଥ ହାର 96.75 ରହିଛି ।

ଅନ୍ୟପଟେ ଦେଶର ମୋଟ ଲୋକସଂଖ୍ୟାର 32 କୋଟି 17 ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ପ୍ରଦାନ କାରଯାଇ ସରିଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସେହିପରି ଦେଶରେ କୋଭିଡ ଟୀକାକରଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 64 ଲକ୍ଷ 25 ହଜାର ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । ସେହିପରି ସାରା ଦେଶରେ ମୋଟ 40 କୋଟି 42 ଲକ୍ଷ 65 ହଜାର ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର (ICMR) ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.