ETV Bharat / bharat

ଦିଲ୍ଲୀ ବଜେଟକୁ ଅନୁମୋଦନ ଦେଲା କେନ୍ଦ୍ର, କେଜ୍ରିଓ୍ବାଲ କହିଲେ ପ୍ରଧାନମନ୍ତ୍ରୀ ତାଙ୍କ ବଡ ଭାଇ ପରି - ଦିଲ୍ଲୀ ବଜେଟ

ଦିଲ୍ଲୀ ବଜେଟକୁ ଅନୁମୋଦନ ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଜି ହୋଇପାରିନଥିଲା, କାଲି ହେବ ଉପସ୍ଥାପନ । କେଜ୍ରିଓ୍ବାଲ କହିଲେ ପ୍ରଧାନମନ୍ତ୍ରୀ ତାଙ୍କ ବଡ ଭାଇ ପରି । ଅଧିକ ପଢନ୍ତୁ

ଦିଲ୍ଲୀ ବଜେଟକୁ ଅନୁମୋଦନ ଦେଲା କେନ୍ଦ୍ର
ଦିଲ୍ଲୀ ବଜେଟକୁ ଅନୁମୋଦନ ଦେଲା କେନ୍ଦ୍ର
author img

By

Published : Mar 21, 2023, 10:47 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ବଜେଟକୁ ଶେଷରେ ଉପସ୍ଥାପନ କରିବାକୁ ଅନୁମତି ଦେଇଛି କେନ୍ଦ୍ର । ନ୍ୟୁଜ୍ ଏଜେନ୍ସି ANIର ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କ ଠାରୁ କିଛି ପ୍ରସଙ୍ଗରେ ବ୍ୟୟବରାଦ ନେଇ ସ୍ପଷ୍ଟୀକରଣ ମାଗିଥିଲା ​​ଏବଂ (ଗତକାଲି) ସୋମବାର ବିଳମ୍ବିତ ରାତିରେ ଅର୍ଥମନ୍ତ୍ରୀ ଏହାର ଉତ୍ତର ଦେଇଥିଲେ । ଏହା ପରେ ଆଜି (ମଙ୍ଗଳବାର) ଦିଲ୍ଲୀ ସରକାରଙ୍କ ବଜେଟ୍ ଉପସ୍ଥାପନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇଛି । ଆସନ୍ତାକାଲି ବିଧାନସଭାରେ ଦିଲ୍ଲୀ ବଜେଟ ଉପସ୍ଥାପିତ ହେବାକୁ ଯାଉଛି ।

  • Delhi Annual Budget 2023-24 approved by the Ministry of Home Affairs. Approval has been conveyed to Delhi Government: Sources pic.twitter.com/iJMcOMqPal

    — ANI (@ANI) March 21, 2023 " class="align-text-top noRightClick twitterSection" data=" ">

ଅର୍ଥମନ୍ତ୍ରୀ କୈଳାଶ ଗେହଲୋଟ୍ ଆଜି (ମଙ୍ଗଳାବାର) ଚଳିତ ଆର୍ଥିକ ବର୍ଷ ପାଇଁ ଦିଲ୍ଲୀର ବଜେଟ୍ ବିଧାନସଭାରେ ଉପସ୍ଥାପିତ କରିଥାନ୍ତେ । ହେଲେ ଗତକାଲି (ସୋମବାର) ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଜେଟ୍ ଉପସ୍ଥାପନ ଉପରେ ପ୍ରତିବନ୍ଧକ ଲଗାଇଥିବା କ୍ୟାବିନେଟକୁ ଅବଗତ କରାଇଥିଲେ । ଏହି କାରଣରୁ ଆଜି (ମଙ୍ଗଳବାର) ବଜେଟ୍ ଉପସ୍ଥାପିତ ହୋଇପାରିଲା ନାହିଁ । ସୂଚନା ଅନୁଯାୟୀ, ଦିଲ୍ଲୀ ସରକାର 2023-24 ଆର୍ଥିକ ବର୍ଷ ପାଇଁ ମୋଟ 78,800 କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରିଛନ୍ତି ।

ବିଜ୍ଞାପନ ପାଇଁ ଆବଣ୍ଟିତ ରାଶି ନେଇ ସ୍ପଷ୍ଟୀକରଣ ମାଗିଥିଲା କେନ୍ଦ୍ର :- ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ପୂର୍ବରୁ ଦିଲ୍ଲୀ ସରକାର ବିଜ୍ଞାପନ ବାବଦକୁ ବଜେଟରେ ବାର୍ଷିକ ମାତ୍ର 15 ରୁ 20 କୋଟି ଟଙ୍କାର ବୟବରାଦ କରୁଥିଲେ । ହେଲେ ଆପ ସରକାର ଆସିବା ପରେ ଏହି ରାଶିର ପରିମାଣକୁ 500 କୋଟିରେ ବୃଦ୍ଧି କରାଯାଇଛି । ଗତ ବର୍ଷ ବଜେଟରେ ମଧ୍ୟ ଦିଲ୍ଲୀ ସରକାର ବିଜ୍ଞାପନ ପାଇଁ 500 କୋଟି ଟଙ୍କା ଆବଣ୍ଟିତ କରିଥିଲେ । ତେବେ ଏପର୍ଯ୍ୟନ୍ତ ସେଥିରୁ ମଧ୍ୟରୁ କେବଳ 286 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂତନ ଆର୍ଥିକ ବର୍ଷ (ଚଳିତ ବର୍ଷ) ମଧ୍ୟ ସରକାରଙ୍କ ପ୍ରଚାର ପାଇଁ ବଜେଟରେ ମୋଟ 550 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ଦିଲ୍ଲୀ ସରକାରଙ୍କ ଠାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ମାଗିଥିଲା ।

ଗୃହରେ ଉତ୍ତେଜନା:- ଆମ୍ ଆଦମୀ ପାର୍ଟି ଏବଂ ଦିଲ୍ଲୀ ସରକାରଙ୍କ ଏକାଧିକ ମନ୍ତ୍ରୀ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ବଜେଟ ରୋକାଯିବା କାରଣରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଧାନସଭାରେ ମଧ୍ୟ ଆମ୍ ଆଦମୀ ପାର୍ଟିର ବିଧାୟକମାନେ ହୋହାଲ୍ଲା କରିଥିଲେ । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଭାରତ ଇତିହାସରେ ଏହା ପ୍ରଥମ ଥର ପାଇଁ ନିର୍ବାଚିତ ସରକାରଙ୍କ ବଜେଟ୍ ଉପସ୍ଥାପିତ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ରୋକାଯାଉଥିବା କହି କେନ୍ଦ୍ରର ବିଜେପି ସରକାରଙ୍କୁ ଘେରିଥିଲେ କେଜ୍ରିଓ୍ବାଲ । ତେବେ ଆଜି ଅପରାହ୍ନରେ ବଜେଟ ଅନୁମୋଦନ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୋହଳ ଆଭିମୁଖ୍ୟ ଦେଖାଇଛନ୍ତି କେଜ୍ରିଓ୍ବାଲ । କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବଡ ଭାଇ ପରି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.